www.samajalive.in
Friday, December 12, 2025
14.1 C
Bhubaneswar

କରୋନାକାଳରେ ମହାନତା: ୪୨ ପରିବାରଠାରୁ ଭଡ଼ା ନେଉନାହାନ୍ତି ସୁରତର ବିଲଡ଼ର

କରୋନା କାଳରେ ଲୋକମାନଙ୍କ ଆର୍ଥିକ ସ୍ଥିତି ଗୁରୁତର । କେହିକେହି ଖାଇବାକୁ ବି ସମସ୍ୟା ଭୋଗୁଛନ୍ତି ତ କେହି ଘର ଭଡ଼ା ଦେବାକୁ ସମର୍ଥ ହେଉନାହାନ୍ତି । ଏପରି ସମୟରେ ସୁରତର ଜଣେ ବିଲଡ଼ରଙ୍କ ମହାନତା ବେଶ୍ ଚର୍ଚିତ ହୋଇଛି । ଆର୍ଥିକ ଦୁଃସ୍ଥିତି ଦେଇ ଗତି କରୁଥିବା ଲୋକଙ୍କୁ ସହାୟତା ଯୋଗାଇବାକୁ ଏହି ବ୍ୟକ୍ତି ଆଗେଇ ଆସିଛନ୍ତି ।

- Advertisement -

ଏହି ବିଲଡ଼ରଙ୍କ ନାଁ ପ୍ରକାଶ ଭାଲାନୀ । ସେ ତାଙ୍କର ନୂଆ ଆପାର୍ଟମେଣ୍ଟରେ ରହୁଥିବା ୪୨ଟି ପରିବାରରୁ ଭଡ଼ା ନେଉନାହାନ୍ତି । କେବଳ ଫ୍ଲାଟର ସିକ୍ୟୁରିଟି ଓ ଅନ୍ୟାନ୍ୟ ଖର୍ଚ ଭରଣା କରିବା ପାଇଁ ପ୍ରତି ଫ୍ଲାଟ ପିଛା ୧୫ ଶହ ଟଙ୍କା ନେଉଛନ୍ତି । କେବଳ ସେତିକି ନୁହେଁ, ଏହି ଲୋକମାନେ ଯେତେଦିନ ଚାହିଁବେ ଫ୍ଲାଟ​‌ରେ ମାଗଣାରେ ରହିପାରିବେ ବୋଲି ପ୍ରକାଶ ଆଶ୍ଵାସନା ଦେଇଛନ୍ତି ।

ବିଲଡ଼ର ପ୍ରକାଶ ସୁରତ ଓଲପାଡ଼ ଅଞ୍ଚଳରେ ରୁଦ୍ରାକ୍ଷ ଲେକ ପ୍ୟାଲେସ ନାମକ ଏକ ବଡ଼ ପ୍ରୋଜେକ୍ଟ ନିର୍ମାଣ କରିଛନ୍ତି । କରୋନା ଯୋଗୁଁ ଆପାର୍ଟମେଣ୍ଟ କିଣାବିକା ହୋଇପାରୁନାହିଁ । ତେଣୁ ପ୍ରକାଶ କରୋନାରେ ବିବଶ ଲୋକମାନଙ୍କୁ ମାଗଣାରେ ଫ୍ଲାଟ ଯୋଗାଇ ଦେଇଛନ୍ତି । ଏହି ଆପାର୍ଟମେଣ୍ଟରେ ୯୨ ଫ୍ଲାଟ ରହିଛି, ଯେଉଁଥିରୁ ୪୨ଟି ଫ୍ଲାଟ ଲୋକଙ୍କୁ ସେ ଯୋଗାଇ ଦେଇଛନ୍ତି । ବିଭିନ୍ନ କମ୍ପାନୀରୁ ଚାକିରି ହରାଇଥିବା, ଦରମା ପାଉ ନ ଥିବା ଲୋକମାନେ ଏଠି ରହୁଛନ୍ତି ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories