www.samajalive.in
Friday, December 12, 2025
14.1 C
Bhubaneswar

ରାସ୍ତା ଖରାପ ପାଇଁ ଦୁଇ କିମି ଷ୍ଟେଚରରେ ବୁହାହୋଇ ଗଲେ ରୋଗୀ

ନବରଙ୍ଗପୁର: ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ମାଝୀଗୁଡା ପଂଚାୟତର ମୁଣ୍ଡାଗୁଡ଼ା ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ରାସ୍ତାର ଅବସ୍ଥା ଶୋଚନୀୟ ଥିବାରୁ ୨କିମି ପର୍ଯ୍ୟନ୍ତ ଗୁରୁତର ରୋଗୀଙ୍କୁ ଗାଁଲୋକଙ୍କ ସହାୟତାରେ ଷ୍ଟେଚରରେ ବୋହି ନେବା ଘଟଣା ଏବେ ସୋସିଆଲ ମେଡ଼ିଆରେ ଭାଇରଲ ହେବାରେ ଲାଗିଥିବା ବେଳେ ଚର୍ଚ୍ଚାର ବିଷୟ ବସ୍ତୁ ପାଲଟିଛି।

- Advertisement -

ଗତ କିଛିଦିନ ତଳେ ପାପଡାହାଣ୍ଡି ଏବଂ ଉମରକୋଟ ଅଂଚଳରେ ଏପରି ଷ୍ଟ୍ରେଚର ଓ ଖଟିଆରେ ଗର୍ଭବତୀଙ୍କୁ ଆଣୁଥିବା ନେଇ ବିଭିନ୍ନ ଗଣମାଧ୍ୟମରେ ଚର୍ଚାର ବିଷୟ ହଇଥିବା ବେଳେ ଆଜି ପାପଡାହାଣ୍ଡି ବ୍ଲକର ମାଝୀଗୁଡା ଅଞ୍ଚଳରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି ।

ସୂଚନା ଅନୁସାରେ, ପାପଡାହାଣ୍ଡି ବ୍ଲକ ମାଝୀଗୁଡା ପଂଚାୟତ ଅନ୍ତର୍ଗତ ମୁଣ୍ଡାଗୁଡା ଗାଁକୁ ପକ୍କାରାସ୍ତା ନାହିଁ । ବର୍ଷା ହେବା ଯୋଗୁଁ ମାଟି ରାସ୍ତା କାଦୁଅ ହୋଇ ପୁରା ଶୋଚନୀୟ ଅବସ୍ଥାରେ ପଡିରହିଛି। ଆଜି ମୁଣ୍ଡାଗୁଡା ଗାଁର ରଇବାରି ଜାନୀ ହଟାତ ପାରାଲିସିସ ହେବାରୁ ୧୦୮ ଆମ୍ବୁଲାନ୍ସକୁ ଖବର ଦେଇଥିଲେ। ହେଲେ ରାସ୍ତା ଖରାପ ଥିବାରୁ ଗାଁକୁ ଆମ୍ବୁଲାନ୍ସ ଯାଇପାରି ନ ଥିଲା। ପରେ ଗାଁଲୋକେ ଏକ ଷ୍ଟ୍ରେଚରରେ ପ୍ରାୟ  ୨କିମି ବୋହି ଅମ୍ଭୁଲାନ୍ସ ନିକଟକୁ ଆଣିଥିଲେ। ସ୍ୱାଧୀନତାର ୭୦ବର୍ଷ ବିତିଯାଇଥିଲେ ମଧ୍ୟ ମୁଣ୍ଡାଗୁଡା ଗ୍ରାମବାସୀ ପକ୍କା ରାସ୍ତା ମଧ୍ୟ ଦେଖିପାରିଲେ ନାହିଁ  ଏଥି ପ୍ରତି ପ୍ରଶାସନ ଦୃଷ୍ଟି ଦିଅନ୍ତୁ ବୋଲି ଗାଁ ଲୋକ ଦାବି କରିଛନ୍ତି ।

 

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories