www.samajalive.in
Wednesday, December 10, 2025
16.1 C
Bhubaneswar

ବରିଷ୍ଠ ଓକିଲ ଇନ୍ଦିରା ଜୟସିଂହଙ୍କ ବିରୋଧରେ ବିଦେଶରୁ ପାଣ୍ଠି ସଂଗ୍ରହ ଅଭିଯୋଗ, କେନ୍ଦ୍ରକୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ସୁପ୍ରିମକୋର୍ଟରେ ବରିଷ୍ଠ ଓକିଲ ଇନ୍ଦିରା ଜୟସିଂହଙ୍କ ବିରୋଧରେ ବିଦେଶରୁ ପାଣ୍ଠି ସଂଗ୍ରହ ନେଇ ଏକ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି। ଏହି ମାମଲାରେ ସୁପ୍ରିମକୋର୍ଟ ଗୁରୁବାର କେନ୍ଦ୍ରକୁ ଜବାବ ମାଗିଛନ୍ତି।
ଜନସ୍ୱାର୍ଥ ମାମଲାରେ ଦାବି କରାଯାଇଛି ଯେ ୟୁପିଏ ସରକାରରେ ୨୦୦୪ରୁ ୨୦୦୯ ପର୍ଯ୍ୟନ୍ତ ଅତିରିକ୍ତ ସୋଲିସିଟର ଜେନରାଲ ଭଳି ସମ୍ବେଦନଶୀଳ ପଦରେ ଥିବା ବେଳେ ଇନ୍ଦିରା ଜୟସଂହ ବିଦେଶରୁ ପାଣ୍ଠି ସଂଗ୍ରହ କରିଥିଲେ।
ଅପରପକ୍ଷରେ ଇନ୍ଦିରା ଜୟସିଂହଙ୍କ ସମ୍ପର୍କିତ ଏକ ଏନଜିଓ ଏହି ଅଭିଯୋଗକୁ ଖଣ୍ଡନ କରିଛି। ତାଙ୍କୁ ହଇରାଣ କରିବା ପାଇଁ ଏହି ମାମଲା ରୁଜୁ କରାଯାଇଥିବା ଏନଜିଓ ପକ୍ଷରୁ କୁହାଯାଇଛି। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ରଂଜନ ଗୋଗୋଇଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିବା ମହିଳାଙ୍କ ଓକିଲ ଭାବେ ସେ ପ୍ରତିନିଧିତ୍ୱ କରୁଥିବାରୁ ତାଙ୍କ ବିରୋଧରେ ଷଡ଼ଯନ୍ତ୍ର ରଚାଯାଉଛି ବୋଲି କୁହାଯାଇଛି।
ଇନ୍ଦିରା ଜୟସିଂହଙ୍କ ବିରୋଧରେ ଜନସ୍ୱାର୍ଥ ମାମଲା କରିଥିବା ବରିଷ୍ଠ ଓକିଲ ପୁଷ୍ପେନ୍ଦ୍ର କୌରବ ୨୦୧୬ ମେ’ ୩୧ ଏବଂ ୨୦୧୬ ନଭେମ୍ବର ୨୭ରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ନିର୍ଦେଶକୁ ଦେଖାଇ ଅଦାଲତରେ କହିଛନ୍ତି ଯେ ଜୟସିଂହ ଏବଂ ଆନନ୍ଦ ଗ୍ରୋଭର (ସମ୍ପାଦକ ଏବଂ ଲାୟନ୍ସ କଲେକ୍ଟିଭ ଏନଜିଓର ଅଧ୍ୟକ୍ଷ) ବିଦେଶ ସହାୟତା ନିୟନ୍ତ୍ରଣ ଅଧିନିୟମ (ଏଫସିଆରଏ)ର ଉଲ୍ଲଙ୍ଘନ କରି ଅର୍ଥ ହାସଲ କରିଛନ୍ତି। ତେଣୁ ଏନେଇ ଏସ୍‍ଆଇଟି ଯାଞ୍ଚ କରାଯାଉ।

Hot this week

ବାରବାଟୀରେ ଏକତରଫା ବିଜୟ: ଦକ୍ଷିଣ ଆଫ୍ରିକାର ସର୍ବନିମ୍ନ ସ୍କୋର

କଟକ: କଟକ ବାରବାଟୀ ଷ୍ଟାଡିୟମ୍‌ରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ...

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

Related Articles

Popular Categories