www.samajalive.in
Saturday, December 6, 2025
14.1 C
Bhubaneswar

ଶ୍ରୀକୃଷ୍ଣ ଜନ୍ମଭୂମି-ଶାହି ଇଦଗାହ ବିବାଦକୁ ନେଇ ସୁପ୍ରିମ ରାୟ, ଏବେ ହେବନି ମସଜିଦ୍‌ ସର୍ଭେ

ନୂଆଦିଲ୍ଲୀ: ମଥୁରା ଶ୍ରୀକୃଷ୍ଣ ଜନ୍ମଭୂମି-ଶାହି ଇଦଗାହ ମସ୍‌ଜିଦ୍‌ ବିବାଦ ମାମଲାରେ ସୁପ୍ରିମକୋର୍ଟ ବଡ଼ ରାୟ ଶୁଣାଇଛନ୍ତି। ବର୍ତ୍ତମାନ ଶାହି ଇଦଗାହ ​​ମସ୍‌ଜିଦ୍‌ରେ କୌଣସି ସର୍ବେକ୍ଷଣ ହେବନାହିଁ। କୋର୍ଟ କମିଶନରଙ୍କ ନିଯୁକ୍ତି ନେଇ ଆହ୍ଲାବାଦ ହାଇକୋର୍ଟଙ୍କ ନିଷ୍ପତ୍ତି ଉପରେ ସୁପ୍ରିମକୋର୍ଟ ରହିତାଦେଶ ଜାରି କରିଛନ୍ତି। ଜଷ୍ଟିସ ସଞ୍ଜୀବ ଖନ୍ନା ଏବଂ ଜଷ୍ଟିସ ଦୀପଙ୍କର ଦତ୍ତଙ୍କ ଖଣ୍ଡପୀଠ ଶାହି ଇଦ୍‌ଗାହ ​​ମସଜିଦ କମିଟି ପକ୍ଷରୁ ଦାଖଲ କରାଯାଇଥିବା ଏକ ସ୍ୱତନ୍ତ୍ର ଅନୁମତି ଆବେଦନ ଉପରେ ଶୁଣାଣି କରି ଆହ୍ଲାବାଦ ହାଇକୋର୍ଟଙ୍କ ଡିସେମ୍ବର ୧୪ର ଆଦେଶ ଉପରେ ରହିତାଦେଶ ଜାରି କରିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି, ଟ୍ରାଏଲ କୋର୍ଟରେ ଶୁଣାଣି ଜାରି ରହିବ, କିନ୍ତୁ କୋର୍ଟ କମିଶନରଙ୍କ ନିଯୁକ୍ତି ଉପରେ ମଧ୍ୟବର୍ତ୍ତୀକାଳୀନ ରହିତାଦେଶ ବଳବତ୍ତର ରହିବ। ଜାନୁଆରୀ ୨୩ରେ ସୁପ୍ରିମକୋର୍ଟ ଏହି ମାମଲାର ପରବର୍ତ୍ତୀ ଶୁଣାଣି କରିବେ।

ସୁପ୍ରିମକୋର୍ଟ ହିନ୍ଦୁ ପକ୍ଷ ଉପରେ ପ୍ରଶ୍ନ ଉଠାଇ କହିଛନ୍ତି, ‘‘ଆପଣଙ୍କ ଆବେଦନ ଅତ୍ୟନ୍ତ ଅସ୍ପଷ୍ଟ। ଆପଣଙ୍କୁ ସ୍ପଷ୍ଟ ଭାବେ ଜଣାଇବାକୁ ପଡ଼ିବ ଯେ, ଆପଣ କ’ଣ ଚାହୁଁଛନ୍ତି। ଏହା ବ୍ୟତୀତ ସ୍ଥାନାନ୍ତର ମାମଲା ମଧ୍ୟ ଏହି କୋର୍ଟରେ ବିଚାରାଧୀନ ଅଛି। ଆମକୁ ଏହା ଉପରେ ମଧ୍ୟ ନିଷ୍ପତ୍ତି ନେବାର ଅଛି।’’

- Advertisement -

ମଥୁରା କୃଷ୍ଣ ଜନ୍ମଭୂମି ସହ ସମ୍ପର୍କିତ ୧୮ଟି ଆବେଦନକୁ ମଥୁରା ଜିଲ୍ଲା ଅଦାଲତରୁ ହାଇକୋର୍ଟକୁ ସ୍ଥାନାନ୍ତର କରିବା ଉପରେ ରୋକ୍‌ ଲଗାଇବା ଦାବିରେ ମୁସ୍‌ଲିମ୍‌ ପକ୍ଷଙ୍କ ଦ୍ବାରା କରାଯାଇଥିବା ଆବେଦନ ଉପରେ ଶୁଣାଣି କରାଯାଇଥିଲା। ଏଥି ସହିତ ମୁସ୍‌ଲିମ୍‌ ପକ୍ଷରୁ ଇଦ୍‌ଗାହ କମିଟି ହାଇକୋର୍ଟଙ୍କ ଦ୍ବାରା କୋର୍ଟ କମିଶନରଙ୍କ ନିଯୁକ୍ତି ନେଇ ହାଇକୋର୍ଟଙ୍କ ନିର୍ଦେଶ ଉପରେ ରୋକ୍‌ ଲଗାଇବାକୁ ମଧ୍ୟ ଦାବି କରିଥିଲେ।

ଏଠାରେ ସୂଚନାଯୋଗ୍ୟ, ଆହ୍ଲାବାଦ ହାଇକୋର୍ଟ ତାଙ୍କ ରାୟରେ ଜଣେ ଆଡଭୋକେଟ୍ କମିଶନର(କୋର୍ଟ କମିଶନର) ନିଯୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ଆଡଭୋକେଟ୍ କମିଶନରଙ୍କୁ ମସଜିଦ ପରିସରରେ ସର୍ବେକ୍ଷଣ କରିବାର ଥିଲା। ମସଜିଦ କମିଟି ପକ୍ଷରୁ ଆଇନଜୀବୀ ତସନୀମ ଅହମ୍ମଦୀ ସୁପ୍ରିମକୋର୍ଟରେ ହାଜର ହୋଇଥିଲେ। ଓକିଲ ଯୁକ୍ତି ବାଢିଥିଲେ ଯେ, ପୂଜାସ୍ଥଳ ଅଧିନିୟମ, ୧୯୯୧ ଅନୁଯାୟୀ ମଥୁରା ମାମଲାକୁ ଖାରଜ କରିବା ପାଇଁ ଆବେଦନ ଏପର୍ଯ୍ୟନ୍ତ ବିଚାରାଧୀନ ଥିବାବେଳେ ହାଇକୋର୍ଟ ସର୍ଭେ ନିର୍ଦ୍ଦେଶ ଦେଇପାରିବେ ନାହିଁ। ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ଏହି ଯୁକ୍ତିକୁ ଗ୍ରହଣ କରି ହାଇକୋର୍ଟଙ୍କ ନିର୍ଦେଶ ଉପରେ ମଧ୍ୟବର୍ତ୍ତୀକାଳୀନ ରହିତାଦେଶ ଜାରି କରିଛନ୍ତି।ସୁପ୍ରିମକୋର୍ଟ ହିନ୍ଦୁ ପକ୍ଷଙ୍କୁ ଏକ ନୋଟିସ ଜାରି କରି ଉତ୍ତର ମଧ୍ୟ ମାଗିଛନ୍ତି। ତେବେ ହାଇକୋର୍ଟରେ ଏହି ମାମଲାର ଶୁଣାଣି ଜାରି ରହିବ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି।

 

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories