ନୂଆଦିଲ୍ଲୀ: ଇଲେକ୍ଟୋରାଲ୍ ବଣ୍ଡ ମାମଲାରେ ସୋମବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ଏହି ମାମଲାରେ କଡା ଅଭିମୁଖ୍ୟ ଗ୍ରହଣ କରିଛନ୍ତି ସର୍ବୋଚ୍ଚ ଅଦାଲତ। ଆସନ୍ତାକାଲି ସୁଦ୍ଧା ନିର୍ବାଚନ ବଣ୍ଡର ତଥ୍ୟ ଦେବାକୁ ଏସବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ବଣ୍ଡ ତଥ୍ୟ ଦେବାକୁ ସମୟ ମାଗିଥିଲା ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ। ହେଲେ ଏହାକୁ ଅଗ୍ରାହ୍ୟ କରିଛନ୍ତି କୋର୍ଟ। ତଥ୍ୟ ଦେବାରେ ବିଳମ୍ବ ପାଇଁ ଏସବିଆଇକୁ ଭର୍ତ୍ସନା କରିଛନ୍ତି ସୁପ୍ରିମକୋର୍ଟ। ୨୬ଦିନ ଭିତରେ କଣ ପଦକ୍ଷେପ ନେଇଛ ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି। ମଙ୍ଗଳବାର ସନ୍ଧ୍ୟା ୫ଟା ସୁଦ୍ଧା ତଥ୍ୟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।
Popular Categories



