ସମାଜ ଡିଜିଟାଲ ଡେସ୍କ: ରାଜ୍ୟରେ ସୋମବାର ଠାରୁ ବିଜେପିର ଅଭିମତ ସଂଗ୍ରହ ଅଭିଯାନ ଆରମ୍ଭ ହୋଇଛି। ଶୁଭାରମ୍ଭ କଲେ ବରିଷ୍ଠ ବିଜେପି ନେତା ସମୀର ମହାନ୍ତି ଓ ଜୟନାରାୟଣ ମିଶ୍ର। ଏହି ଅଭିଯାନ ଦ୍ୱାରା ବିଜେପି ନେତା ମାନେ ୧କୋଟି ଲୋକଙ୍କ ପାଖକୁ ଯାଇ ସଂକଳ୍ପ ପତ୍ର ପାଇଁ ପରାମର୍ଶ ଲୋଡିବେ। ପ୍ରତି ଲୋକସଭା ନିର୍ବାଚନମଣ୍ଡଳୀରେ ୨ଟି ଗାଡି ସଂକଳ୍ପ ପତ୍ର ବାକ୍ସ ବୁଲିବ। ବାକ୍ସରେ ଲୋକମାନେ ନିଜସ୍ୱ ପରାମର୍ଶ ଦେବେ। ଲୋକଙ୍କ ପରାମର୍ଶକୁ ନେଇ ଚଳିତ ନିର୍ବାଚନରେ ଦଳ କଣ କଣ କରିପାରିବ ସେନେଇ ନିର୍ବାଚନ ଇସ୍ତାହାର ପତ୍ର ପ୍ରକାଶ କରିବ। ସେହିପରି ନମୋ ଆପ୍ ଜରିଆରେ ମଧ୍ୟ ପରାମର୍ଶ ଦେଇପାରିବେ । ଏହା ସହ ୯୦୯୦୯୦୨୦୨୪ ନମ୍ବରରେ କଲ୍ କରି ଭଏସ୍ ମେସେଜ୍ ଜରିଆରେ ମଧ୍ୟ ସିଧାସଳଖ ପ୍ରଧାନମନ୍ତ୍ରୀଙ୍କୁ ନିଜର ମତ ବା ପରାମର୍ଶ ଦେଇପାରିବେ ।
Popular Categories



