www.samajalive.in
Sunday, December 7, 2025
26.1 C
Bhubaneswar

ଫାଲଗୁଣରେ ଭୁଲ୍‌‌ରେ ବି କିଣନ୍ତୁ ନାହିଁ ଏହି ୩ଟି ଜିନିଷ..

ଫାଲଗୁଣର ମାସ ହିନ୍ଦୁ କ୍ୟାଲେଣ୍ଡର ଶେଷ ମାସ। ଏହି ମାସ ପରେ ଚୈତ୍ର ମାସରେ ହିନ୍ଦୁ ନବବର୍ଷର ଆରମ୍ଭ ହୋଇଥାଏ। ଫାଲଗୁଣ ମାସ ଭଗବାନ ଶ୍ରୀକୃଷ୍ଣଙ୍କୁ ସମର୍ପିତ। ଧାର୍ମିକ ମାନ୍ୟତା ଅନୁଯାୟୀ, ଏହି ମାସରେ ପ୍ରଭୁ ଶ୍ରୀକୃଷ୍ଣଙ୍କର ବିଧିବିଧାନ ସହ ପୂଜା କଲେ ସମସ୍ତ ମନସ୍କାମନା ପୂରଣ ହୋଇଥାଏ ବୋଲି ମାନ୍ୟତା ରହିଛି। ଏହାସହ ଏହି ମାସରେ କିଛି ଜିନିଷ କିଣି ଆଣିବାକୁ ବାରଣ କରାଯାଇଛି। ଏସବୁ ଜିନିଷ କିଣି ଆଣିବା ଦ୍ୱାରା ଅଶୁଭ ଫଳ ପ୍ରାପ୍ତି ହୋଇଥାଏ ବୋଲି କୁହାଯାଏ। ଜାଣନ୍ତୁ..
ଫାଲଗୁଣ ମାସରେ କଳାରଙ୍ଗର ବସ୍ତ୍ର କିଣିବା ଉଚିତ୍‌‌ ନୁହେଁ। ଏହାଦ୍ୱାରା ଦୁର୍ଭାଗ୍ୟ ଆସିଥାଏ। ଏହି ମାସରେ ହଳଦିଆ ରଙ୍ଗର ବସ୍ତ୍ର ପିନ୍ଧିବାର ଅନେକ ମହତ୍ତ୍ୱ ରହିଛି। ହଳଦିଆ ରଙ୍ଗ ସକରାତ୍ମକ ଶକ୍ତିର ପ୍ରତିନିଧିତ୍ୱ କରିଥାଏ। ତେଣୁ ଏହି ମାସରେ କଳାରଙ୍ଗର ବସ୍ତ୍ର କିଣିବା ଅଶୁଭ ବୋଲି କୁହାଯାଏ।
ଫାଲଗୁଣ ମାସରେ ଧାରୁଆ ଜିନିଷ ଆଦୌ କିଣିବା ଉଚିତ୍‌‌ ନୁହେଁ। ଏହି ମାସରେ ଧାରୁଆ ଜିନିଷ କିଣିବା ଦ୍ୱାରା ଘରେ ବାସ୍ତୁ ଦୋଷ ସୃଷ୍ଟି ହୋଇଥାଏ। ପରିବାରରେ କଳହ ଲାଗିଥାଏ। ଶନି ଦୋଷ ମଧ୍ୟ ସୃଷ୍ଟି ହୋଇଥାଏ।
ଫାଲଗୁଣ ମାସରେ କାଚରେ ତିଆରି ଜିନିଷ କିଣନ୍ତୁ ନାହିଁ। କାଚ ଶୁକ୍ର ଗ୍ରହଙ୍କ ପ୍ରତିନିଧିତ୍ୱ କରିଥାଏ। ତେଣୁ ଏହି ମାସରେ କାଚରେ ତିଆରି ଜିନିଷ କିଣିବା ଦ୍ୱାରା ଶୁକ୍ର ଦୋଷ ସୃଷ୍ଟି ହୋଇଥାଏ। ଜୀବନରେ ଥିବା ସୁଖସମୃଦ୍ଧିରେ ବାଧା ସୃଷ୍ଟି ହୋଇଥାଏ।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories