www.samajalive.in
Friday, December 12, 2025
14.1 C
Bhubaneswar

ବଢ଼ିଲା ରାଜୀବ କୁମାରଙ୍କ ଅଡୁଆ – ଗିରଫଦାରୀ ରୋକ ହଟାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ସାରଦା ଚିଟ ଫଣ୍ଡ ମାମଲାରେ ପଶ୍ଚିମବଙ୍ଗର ଆଇପିଏସ ଅଧିକାରୀ ରାଜୀବ କୁମାରଙ୍କ ଗିରଫଦାରୀ ଉପରେ ରୋକ ହଟାଇ ଦେଇଛନ୍ତି। ଶୁକ୍ରବାର ଏହି ମାମଲାର ଶୁଣାଣି କରି ସର୍ବୋଚ୍ଚ ଅଦାଲତ କହିଛନ୍ତି, ଏବେ ସିବିଆଇ ତା କାମ କରି ପାରିବ। ଏହି ଆଦେଶ ୭ଦିନ ପରେ ଲାଗୁ ହେବ ତେଣୁ ରାଜୀବ କୁମାର ଏହି ସମୟ ଭିତରେ ଆଇନର ଆଶ୍ରୟ ନେଇ ପାରିବେ। ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହି ଆଦେଶ ୭ଦିନ ପରେ ଲାଗୁ ହେବ ବୋଲି ସ୍ପଷ୍ଟ କରିଛନ୍ତି। ସେ ପର୍ଯ୍ୟନ୍ତ ରାଜୀବ କୁମାରଙ୍କୁ ଗିରଫ କରାଯାଇପାରିବ ନାହିଁ ଏବଂ ସେ ଚାହିଁଲେ ଆଗୁଆ ଜାମିନ ପାଇଁ ଆବେଦନ କରି ପାରିବେ। ଯଦି ଆଗୁଆ ଜାମିନ ନ ମିଳେ, ସିବିଆଇ ତାଙ୍କୁ ଗିରଫ କରି ପାରିବ।

ସୂଚନା ଯୋଗ୍ୟ, କୋଲକାତାର ପୂର୍ବତନ ପୁଲିସ ଅଧିକାରୀ ରାଜୀବ କୁମାର ସାରଦା ଚିଟଫଣ୍ଡ ମାମଲାରେ ପ୍ରମାଣ ନଷ୍ଟ କରିଥିବା ଅଭିଯୋଗ ହୋଇଛି। ସିବିଆଇ ଅଭିଯୋଗ କରିଛି ଯେ ଏହି ମାମଲାରେ କିଛି ରାଜନେତାଙ୍କୁ ସୁରକ୍ଷା ଦେବାକୁ ସେ ପ୍ରମାଣ ନଷ୍ଟ କରିବାକୁ ଚେଷ୍ଟା କରିଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories