www.samajalive.in
Saturday, December 6, 2025
16.1 C
Bhubaneswar

ତାମିଲନାଡୁ ରାଜ୍ୟପାଳଙ୍କୁ ହଟାଇବା ପ୍ରସଙ୍ଗ; ସୁପ୍ରିମକୋର୍ଟରେ ପିଟିସନ ଖାରଜ

ନୂଆଦିଲ୍ଲୀ: ତାମିଲନାଡୁ ରାଜ୍ୟପାଳ ଆର.ଏନ.ରବିଙ୍କୁ ଏହି ପଦରୁ ହଟାଇବାକୁ ଆଗତ ଏକ ପିଟିସନ ସୁପ୍ରିମକୋର୍ଟରେ ଖାରଜ ହୋଇଯାଇଛି। ପ୍ରଧାନ ବିଚାରପତି ଜଷ୍ଟିସ ସଞ୍ଜୀବ ଖାନ୍ନାଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠରେ ସୋମବାର ଏହାର ଶୁଣାଣି କରାଯାଇଛି। ତେବେ ରାଜ୍ୟପାଳଙ୍କ ଭଳି ସାମ୍ବିଧାନିକ ପଦରେ କାର‌୍ୟ୍ୟ କରୁଥିବା କୌଣସି ବ୍ୟକ୍ତିଙ୍କୁ ହଟାଇବାର କ୍ଷମତା ସୁପ୍ରିମକୋର୍ଟଙ୍କର ନାହିଁ ବୋଲି ଖଣ୍ଡପୀଠ ରାଏ ଦେବା ସହିତ ପିଟିସନକୁ ଖାରଜ କରିଦେଇଛନ୍ତି। ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ ରାଜ୍ୟପାଳଙ୍କୁ ହଟାଇବାର କ୍ଷମତା କେବଳ ରାଷ୍ଟ୍ରପତିଙ୍କ ନିକଟରେ ସଂରକ୍ଷିତ ରହିଛି ବୋଲି ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି। ଜୟା ସୁକିନ ନାମ୍ନୀ ଜଣେ ଆଇନଜୀବୀ ସୁପ୍ରିମକୋର୍ଟରେ ଏହି ପିଟିସନ ଦାଏର କରିଥିଲେ। ସୂଚନାଯୋଗ୍ୟ ତାମିଲନାଡୁରେ କ୍ଷମତାସୀନ ଏମ.କେ.ଷ୍ଟାଲିନଙ୍କ ସରକାର ଏବଂ ରାଜ୍ୟପାଳ ରବିଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ବିବାଦ ଚାଲି ଆସୁଛି। ନିକଟରେ ତାମିଲନାଡୁ ବିଧାନସଭାର ଅଧିବେଶନ ଆରମ୍ଭ ହୋଇଥିବାବେଳେ ଜାତୀୟ ସଙ୍ଗୀତ ଗାନ କରାଯାଇନଥିଲା। ଏହାର ପ୍ରତିବାଦରେ ରାଜ୍ୟପାଳ ଅଭିଭାଷଣ ନ ଦେଇ କକ୍ଷତ୍ୟାଗ କରିଥିଲେ। ଏହାକୁ ନେଇ ଷ୍ଟାଲିନ ଓ ରବିଙ୍କ ମଧ୍ୟରେ ସାନି ବିବାଦ ଉପୁଜିଥିଲା। କେନ୍ଦ୍ର ସରକାରଙ୍କ ନିର୍ଦେଶରେ ରାଜ୍ୟପାଳ କାର‌୍ୟ୍ୟ କରୁଛନ୍ତି ବୋଲି ଷ୍ଟାଲିନ ଅଭିଯୋଗ କରିଆସୁଛନ୍ତି।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories