ନୂଆଦିଲ୍ଲୀ: ନୂଆଦିଲ୍ଲୀ ଏବଂ ଏହାର ସଂଲଗ୍ନ ସହରଗୁଡିକ ମାତ୍ରାଧିକ ବାୟୁ ପ୍ରଦୂଷଣରେ ଜର୍ଜରିତ ହେଉଛି । ଏହି ସହରଗୁଡିକରେ ବାସକରୁଥିବା ଜନସାଧାରଣ ସ୍ୱାଭାବିକ ଭାବରେ ଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଛନ୍ତି । ପରିସ୍ଥିତି ଦିନକୁ ଦିନ ବିଗିଡିବାରେ ଲାଗିଥିବାବେଳେ ଏହାର ଗମ୍ଭୀରତାକୁ ହୃଦବୋଧ କରି ଦେଶର ସର୍ବୋଚ୍ଚ ନ୍ୟାୟାଳୟ ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣ ରୋକିବା ଦିଗରେ ଜରୁରିକାଳୀନ ଭିତ୍ତିରେ ପଦକ୍ଷେପ ନେବାକୁ ଅରବିନ୍ଦ କେଜରିୱାଲଙ୍କ ଆମ ଆଦମୀ ପାର୍ଟି ସରକାର ଏବଂ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସୁପ୍ରିମକୋର୍ଟଙ୍କ ପକ୍ଷରୁ ଏହା ମଧ୍ୟ ପ୍ରସ୍ତାବ ଦିଆଯାଇଛି ଯେ ପ୍ରଦୂଷଣଜନିତ ଜରୁରୀ ପରିସ୍ଥିତିର ମୁକାବିଲା କରିବାକୁ ଆବଶ୍ୟକ ପଡିଲେ ସେଠାରେ ପଶାସନ ଦୁଇ ଦିନିଆ ତାଲାବନ୍ଦ ଘୋଷଣା କରିବା ଉଚିତ ।
ଦିଲ୍ଲୀରେ ବାୟୁ ପ୍ରଦୂଷଣ ରୋକିବା ଦିଗରେ ଜରୁରୀ ପଦକ୍ଷେପ ନେବାକୁ ସର୍ବୋଚ୍ଚ ଅଦାଲତଙ୍କ ନିର୍ଦ୍ଦେଶ
Popular Categories



