www.samajalive.in
Saturday, December 6, 2025
16.1 C
Bhubaneswar

ସାଥୀରେ ରହିବାକୁ ସ୍ତ୍ରୀଙ୍କୁ ବାଧ୍ୟ କରିପାରିବେନି ସ୍ବାମୀ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଜଣେ ମହିଳା ତାଙ୍କ ସ୍ବାମୀଙ୍କର ବ୍ୟକ୍ତିଗତ ସମ୍ପତ୍ତି ନୁହନ୍ତି। ନିଜ ସାଥୀରେ ରହିବାକୁ ସ୍ବାମୀ ତାଙ୍କ ସ୍ତ୍ରୀଙ୍କୁ ବାଧ୍ୟ କରିପାରିବେ ନାହିଁ। ବୁଧବାର ସୁପ୍ରିମକୋର୍ଟ ଏକ ମାମଲାର ଶୁଣାଣି ସମୟରେ ଏଭଳି ଗୁରୁତ୍ଵପୂର୍ଣ୍ଣ ରାୟ ଦେଇଛନ୍ତି। କୋର୍ଟ କହିଛନ୍ତି, ସ୍ତ୍ରୀଙ୍କୁ ଜୋରଜବରଦସ୍ତି ନିଜ ସାଥୀରେ ରହିବାକୁ କୁହାଯାଇପାରିବ ନାହିଁ।

ଜଣେ ବ୍ୟକ୍ତି ସୁପ୍ରିମକୋର୍ଟରେ ପିଟିଶନ ଦାୟର କରି କୋର୍ଟ ତାଙ୍କ ସ୍ତ୍ରୀଙ୍କୁ ତାଙ୍କ ସହିତ ରହିବାକୁ ଆଦେଶ ଦେବାକୁ ଅନୁରୋଧ କରିଥିଲେ। ଏହି ମାମଲାର ଶୁଣାଣି ସମୟରେ ବିଚାରପତି ଏସ.କେ. କୌଲ ଏବଂ ବିଚାରପତି ହେମନ୍ତ ଗୁପ୍ତାଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି, ଆପଣଙ୍କୁ କ’ଣ ଲାଗୁଛି ? କ’ଣ ମହିଳା କାହାର ଗୁଲାମ ଯେ, ଆମେ ଏଭଳି ଆଦେଶ ଦେବୁ ? କ’ଣ ସ୍ତ୍ରୀ ଆପଣଙ୍କ ବ୍ୟକ୍ତିଗତ ସମ୍ପତ୍ତି ଯେ, ତାଙ୍କୁ ଆପଣଙ୍କ ସହିତ ଯିବାକୁ ନିର୍ଦେଶ ଦିଆଯାଇପାରିବ ? ତେବେ କୋର୍ଟଙ୍କ ଏଭଳି ରାୟ ମହିଳା ସୁରକ୍ଷା ଦିଗରେ ବେଶ୍‌ ଗୁରୁତ୍ଵ ବହନ କରୁଛି।

- Advertisement -

ସୂଚନା ଅନୁସାରେ, ୨୦୧୩ରେ ଆବେଦନକାରୀଙ୍କ ବିବାହ ହୋଇଥିଲା। ମାତ୍ର ଯୌତୁକକୁ ନେଇ ଶାଶୁଘର​‌ ଲୋକେ ମହିଳାଙ୍କୁ ନିର୍ଯାତନା ଦେଇଆସୁଥିଲେ। ଏହା ପରେ ମହିଳା ଜଣକ ବାଧ୍ୟ ହୋଇ ଶାଶୁ ଘରୁ ଚାଲିଯାଇ ଅଲଗା ରହୁଛନ୍ତି। ୨୦୧୫ରେ ସେ ଭରଣପୋଷଣ ଭତ୍ତା ପାଇଁ ଗୋରଖପୁର କୋର୍ଟରେ ମାମଲା ଦାୟର କରିଥିଲେ। କୋର୍ଟ ମହିଳାଙ୍କୁ ପ୍ରତି ମାସରେ ୨୦ ହଜାର ଟଙ୍କା ଭରଣପୋଷଣ ବାବଦରେ ପ୍ରଦାନ କରିବାକୁ ତାଙ୍କ ସ୍ବାମୀଙ୍କୁ ଆଦେଶ ଦେଇଥିଲେ।

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories