ନୂଆଦିଲ୍ଲୀ : ପ୍ରଥମ ଟେଷ୍ଟରେ ଅଷ୍ଟ୍ରେଲିଆ ନିକଟରୁ ଶୋଚନୀୟ ଭାବେ ପରାସ୍ତ ହୋଇଥିବା ଭାରତୀୟ ଦଳର ବ୍ୟାଟସମ୍ୟାନ୍ଙ୍କ ପ୍ରତି ସମବେଦନା ବ୍ୟକ୍ତ କରିଛନ୍ତି ପୂର୍ବତନ କ୍ରିକେଟର୍ ସୁନୀଲ ଗାଭାସ୍କର।
ପ୍ରଥମ ଟେଷ୍ଟର ୨ୟ ଇନିଂସରେ ଭାରତୀୟ ବ୍ୟାଟସମ୍ୟାନ୍ ମାତ୍ର ୩୬ ରନ୍ କରିଥିଲେ। ଭାରତୀୟ ଦଳର ବ୍ୟାଟସମ୍ୟାନ୍ଙ୍କୁ ବିଭିନ୍ନ ମହଲରୁ ସମାଲୋଚନା କରାଯାଉଥିବା ବେଳେ ଅଷ୍ଟ୍ରେଲିଆ ଦଳର ବୋଲରମାନେ ଚମତ୍କାର ବୋଲିଂ କରି ଦଳକୁ ବିଜୟୀ କରାଇଲେ ବୋଲି ଗାଭାସ୍କର କହିଛନ୍ତି। ତେଣୁ ଭାରତୀୟ ବ୍ୟାଟସମ୍ୟାନ୍ଙ୍କୁ ସମାଲୋଚନା କରାଯିବା ଅନୁଚିତ୍ ବୋଲି ଗାଭାସ୍କର ମତ ଦେଇଛନ୍ତି। ଗଣମାଧ୍ୟମକୁ ଗାଭାସ୍କର କହିଥିଲେ, ଭାରତୀୟ ଦଳ ୨ୟ ଇନିଂସରେ ମାତ୍ର ୩୬ ରନ୍ କରିବା କ୍ରିକେଟ୍ପ୍ରେମୀଙ୍କୁ ଦୁଃଖିତ କରିଥିବ। ତେବେ ଅଷ୍ଟ୍ରେଲିଆ ବୋଲର ଚମତ୍କାର ବୋଲିଂ ପ୍ରଦର୍ଶନ କଲେ; ତାହା ସମସ୍ତଙ୍କୁ ମାନିବାକୁ ପଡ଼ିବ। ଅଷ୍ଟ୍ରେଲିଆର ବୋଲର ହାଜେଲଉଡ୍, କମିନ୍ସ ଯେପରି ବୋଲିଂ କଲେ ସେମାନଙ୍କ ସମ୍ମୁଖରେ ବିଶ୍ବର ଶ୍ରେଷ୍ଠ ବ୍ୟାଟସମ୍ୟାନ୍ମାନେ ତିଷ୍ଠିବା କଷ୍ଟକର ଥିଲା ବୋଲି ଗାଭାସ୍କର ସ୍ପଷ୍ଟ କରି ଦେଇଥିଲେ।
ଭାରତୀୟ ବ୍ୟାଟସମ୍ୟାନ୍ଙ୍କ ପ୍ରତି ଗାଭାସ୍କରଙ୍କ ସମବେଦନା
Popular Categories



