www.samajalive.in
Sunday, December 14, 2025
23.1 C
Bhubaneswar

ସୁନ୍ଦରଗଡ଼ ପୋକ୍ସୋ ଅଦାଲତର ଗୁରୁତ୍ବପୂର୍ଣ୍ଣ ରାୟ, ସାବତ ବାପାକୁ ଆଜୀବନ ସଶ୍ରମ କାରାଦଣ୍ଡ

ସୁନ୍ଦରଗଡ଼: ସୁନ୍ଦରଗଡ଼ ସ୍ବତନ୍ତ୍ର ପୋକ୍ସୋ ଅଦାଲତର ବିଚାରପତି ପାର୍ଥସାରଥୀ ପଟ୍ଟନାୟକ ୨୦୧୩ରେ ଘଟିଥିବା ଏକ ନାବାଳିକା ଦୁଷ୍କର୍ମ ଘଟଣାର ବିଚାର କରି ସାବତ ବାପାକୁ ଆଜୀବନ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହ ଜରିମାନା ଆଦାୟ ପାଇଁ ଆଦେଶ ଦେଇଥିବା ଜଣାପଡ଼ିଛି। ମକଦ୍ଦମାର ବିବରଣୀରୁ ପ୍ରକାଶ, ରାଉରକେଲା ରଘୁନାଥପାଲି ଥାନା ଅଞ୍ଚଳରେ ଗତ ୬.୮.୨୦୧୩ ଦିନ ନାବାଳିକାକୁ ତାର ସାବତ ବାପା ରାଜେଶ ବଡ଼ାଇକ ଓରଫ ଦିଲ ଫିରୋଜ ଖାନ ବିଦ୍ୟାଳୟରୁ ଜବରଦସ୍ତ ନେବା ଘଟଣା ପଦାକୁ ଆସିଥିଲା। ପରବର୍ତ୍ତୀ ସମୟରେ ନାବାଳିକା ଜଣକ ଏ ସଂପର୍କରେ ବିଦ୍ୟାଳୟର ଶିକ୍ଷୟିତ୍ରୀଙ୍କୁ ଜଣାଇବାରୁ ଏ ଘଟଣା ଏକ ଭିନ୍ନ ମୋଡ଼ ନେଇଥିଲା। ଅଭିଯୁକ୍ତ ସାବତ ବାପା ଦିଲ ଫିରୋଜ କୁଆଡ଼େ ପ୍ରୋକ୍ତା ନାବାଳିକାଙ୍କ ସହ ତାଙ୍କ ଅନିଚ୍ଛା ସତ୍ତ୍ବେ ଜବରଦସ୍ତ ଦୁଷ୍କର୍ମ କରୁଥିବାର ନାବାଳିକା ଜଣକ ଜଣାଇବାରୁ ବିଦ୍ୟାଳୟ ପ୍ରଧାନଶିକ୍ଷକ ବିବେକାନନ୍ଦ ଦାସ ଏ ସଂପର୍କରେ ରଘୁନାଥପାଲି ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଦୁଷ୍କର୍ମ ସମେତ ବିଭିନ୍ନ ଧାରାରେ ମାମଲା ରୁଜୁ କରି ସାବତ ବାପା ଦିଲ ଫିରୋଜକୁ କୋର୍ଟ ଚାଲାଣ କରିଥିଲେ। ସେହିଦିନଠାରୁ ଦିଲ ଫିରୋଜ ବିଚାର ବିଭାଗୀୟ ହାଜତରେ ରହି ଆସୁଥିଲା।

ତଦନ୍ତ କାଳରେ ସାବତ ବାପା ପ୍ରୋକ୍ତା ନାବାଳିକାକୁ ବିଭିନ୍ନ ପ୍ରକାର ମାନସିକ, ଶାରିରୀକ ନିର୍ଯ୍ୟାତନା ଦେବା ସହ ତାଙ୍କ ଗର୍ଭପାତ ମଧ୍ୟ କରାଇଥିଲେ। ଆଜି ଏ ଘଟଣାର ଚୂଡ଼ାନ୍ତ ଶୁଣାଣି କରି ବିଚାରପତି ପଟ୍ଟନାୟକ ସାବତ ବାପା ଦିଲ ଫିରୋଜକୁ ଆଜୀବନ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହ ୧୦ହଜାର ଟଙ୍କା ତଣ୍ଡ ଗଣିବା ପାଇଁ ମଧ୍ୟ ଆଦେଶ ଶୁଣାଇଥିଲେ। ତଣ୍ଡ ଅନାଦେୟ ଅଧିକ ଏକ ବର୍ଷ କାରାଦଣ୍ଡ ଭୋଗିବା ପାଇଁ ନିଜ ରାୟରେ ସ୍ପଷ୍ଟ କରିବା ସହ ପୀଡ଼ିତା ନାବାଳିକାଙ୍କୁ ୫ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରିବା ପାଇଁ ନିର୍ଦେଶ ଦେଇଛନ୍ତି। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ସାଧାରଣ ଅଭିଯୋଜକ ଦେବାଶିଷ ମିଶ୍ର ମକଦ୍ଦମା ପରିଚାଳନା କରିଥିଲେ।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories