BSKY banner  750×100

ଅଗ୍ନିକାଣ୍ଡ ପରେ ଶ୍ୱାସରୁଦ୍ଧ ହୋଇ ୨ ମୃତ

nua o banner

ସୁନ୍ଦରଗଡ : ସୁନ୍ଦରଗଡ ଟାଉନ୍‌‌ ଥାନା ଲୁହୁରାଢିପାରେ ଅଗ୍ନିକାଣ୍ଡ ପରେ ଶ୍ୱାସରୁଦ୍ଧ ହୋଇ ୨ ଜଣଙ୍କ ମୃତ୍ୟୁ ହୋଇଛି ବୋଲି ସୋମବାର ଖବର ମିଳିଛି। ମୃତକ ୨ ଜଣ ଯୁବକ ଓ ସେମାନେ ଶ୍ରମିକ ଭାବେ କାର୍ଯ୍ୟ କରନ୍ତି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଗତକାଲି ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ଘଟିଥିବା ବେଳେ ନିଆଁ ଲାଗିବା ପରେ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ଘଟିଛି। ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ଖବର ପାଇ ଟାଉନ୍‌‌ ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Comments are closed.