www.samajalive.in
Saturday, December 6, 2025
15.1 C
Bhubaneswar

ଆମରଣ ଅନଶନ ପ୍ରତ୍ୟାହୃତ, ହଟିଲା ଅର୍ଥନୈତିକ ଅବରୋଧ

ସୁନ୍ଦରଗଡ଼ : ବାଙ୍କିବାହାଲ-ଟପରିଆ ରାସ୍ତା ନିର୍ମାଣ ଦାବିରେ ଗତ ୧୬ ତାରିଖରୁ ଆରମ୍ଭ ହୋଇଥିବା ଆମରଣ ଅନଶନ ଓ ଦୁଇ ଦିନ ଧରି ଚାଲିଥିବା ଅର୍ଥନୈତିକ ଅବରୋଧ ଆଜି ଜିଲାପାଳ ନିଖିଲ ପବନ କଲ୍ୟାଣଙ୍କ ନିର୍ଭର ପ୍ରତିଶୃତି ପରେ ପ୍ରତ୍ୟାହୃତ ହେବା ସହ ଅର୍ଥନୈତିକ ଅବରୋଧରୁ ମଧ୍ୟ ଲୋକେ ଓହରି ଯାଇଥିବାର ଜଣାପଡ଼ିଛି। ଫଳରେ ସମଗ୍ର ଅଞ୍ଚଳରେ ଲାଗି ରହିଥିବା ଚାପା ଉତ୍ତେଜନା ଓ ଅସନ୍ତୋଷ ଏକ ପ୍ରକାର ପ୍ରଶମିତ ହୋଇଛି। ଦୀର୍ଘ ବର୍ଷ ଧରି ରାସ୍ତା ନିର୍ମାଣକୁ ନେଇ ଚାଲିଥିବା ଦାବିକୁ ନେଇ ସ୍ଥାନୀୟ ଲୋକେ ଆମରଣ ଅନଶନକୁ ଓହ୍ଲାଇ ଥିବା ବେଳେ ପରବର୍ତ୍ତୀ ସମୟରେ ହେମଗିର ଅଞ୍ଚଳର ବିସ୍ଥାପିତ ସମସ୍ୟା ଓ ଅନ୍ୟାନ୍ୟ ସମସ୍ୟା ଯୋଡ଼ି ହୋଇଯାଇଥିବାରୁ ଦିନକୁ ଦିନ ଆନ୍ଦୋଳନ ତୀବ୍ରତର ହେବାକୁ ଲାଗିଲା। ଏପରିକି ଲୋକେ ଅର୍ଥନୈତିକ ଅବରୋଧ କରିବା ପାଇଁ ମଧ୍ୟ ପଛାଇ ନଥିଲେ। ବିଧାୟିକା ପ୍ରତିନିଧି ସରୋଜ ପାଣିଗ୍ରାହୀ, ସାଂସଦ ପ୍ରତିନିଧି ବିଶିକେସନ ସା ଆମରଣ ଅନଶନ ଚଳାଇଥିବା ବେଳେ ଶେଷ ପର୍ଯ୍ୟାୟରେ ନିରଞ୍ଜନ ଭୋଇ ଏଥିରେ ସାମିଲ ହୋଇଥିଲେ। ଅର୍ଥନୈତିକ ଅବରୋଧକୁ ନେଇ ହେମଗିର ସମେତ ଆଖପାଖ ବ୍ଲକରେ ମଧ୍ୟ ଏକ ପ୍ରକାର ଉତ୍ତେଜନା ସୃଷ୍ଟି ହୋଇଥିଲା।

ଗତ ଦୁଇ ଦିନ ଧରି ଜିଲାପାଳ ନିଖିଲ ପବନ କଲ୍ୟାଣ ଏହି ଆନ୍ଦୋଳନକୁ ପ୍ରଶମିତ କରାଇବା ପାଇଁ ଜିଲାସ୍ତରୀୟ ଅଧିକାରୀ ଓ ବିଧାୟିକାଙ୍କ ସହ ନିରନ୍ତର ଯୋଗାଯୋଗ ରଖି ପୂର୍ତ୍ତ ସଚିବ ଓ ରାଜ୍ୟ ସରକାରଙ୍କ ପଦସ୍ଥ ଅଧିକାରୀଙ୍କୁ ଚିଠି ମଧ୍ୟ ଲେଖିଥିଲେ। ଗତକାଲି ଜିଲାପାଳ ଆନ୍ଦୋଳନରୁ ଓହରିବା ପାଇଁ ଲୋକଙ୍କୁ ଅନୁରୋଧ କରିଥିଲେ ହିଁ ଆଜି ମଧ୍ୟ ଆନ୍ଦୋଳନ ଜାରି ରହିଥିଲା। ପ୍ରଥମ ପର୍ଯ୍ୟାୟରେ ସୁନ୍ଦରଗଡ଼ ଉପଜିଲାପାଳ ଅଭିମନ୍ୟୁ ବେହେରା ଓ ସଦର ଏସଡିପିଓ ମଧୁଶିକ୍ତା ମିଶ୍ର ଧାରଣାସ୍ଥଳରେ ଯାଇ ଆନ୍ଦୋଳନରୁ ଓହରିଯିବା ପାଇଁ ଲୋକଙ୍କୁ ଅନୁରୋଧ କରିଥିଲେ ହିଁ ଆନ୍ଦୋଳନକାରୀମାନେ ଏଥିରେ ରାଜି ନ ହୋଇ ଜିଲାପାଳ ଆସି ନିଜ ମୁହଁରେ ବିଧାୟିକା କୁସୁମ ଟେଟେଙ୍କ ଉପସ୍ଥିତିରେ ରାସ୍ତା ନିର୍ମାଣ ସଂପର୍କରେ ସ୍ପଷ୍ଟ କଲେ ଆମେ ଆନ୍ଦୋଳନରୁ ଓହରିଯିବୁ ବୋଲି ରୋକଠୋକ ଅଧିକାରୀ ଦ୍ୱୟଙ୍କୁ ଶୁଣାଇ ଦେଇଥିଲେ। ସନ୍ଧ୍ୟାରେ ଜିଲାପାଳ କଲ୍ୟାଣ ଧାରଣାସ୍ଥଳରେ ପହଞ୍ଚି ରାସ୍ତା ନିର୍ମାଣ ସଂପର୍କରେ ନିର୍ଭର ପ୍ରତିଶୃତି ଦେବା ସହ ଅନ୍ୟାନ୍ୟ ସମସ୍ୟାର ମଧ୍ୟ ପର୍ଯ୍ୟାୟ କ୍ରମେ ସମାଧାନ କରାଯିବ ବୋଲି କହିବାରୁ ଲୋକେ ଆଶ୍ୱସ୍ତ ହୋଇଥିଲେ। ପରେ ଜିଲାପାଳ କଲ୍ୟାଣ ଅନଶନରତ ବିଧାୟିକା ପ୍ରତିନିଧି ଶ୍ରୀ ପାଣିଗ୍ରାହୀଙ୍କୁ ଫଳରସ ପିଆଇ ଥିବା ବେଳେ ବିଧାୟିକା ଅନ୍ୟ ଦୁଇଜଣଙ୍କୁ ଫଳ ରସ ପିଆଇ ଅନଶନ ପ୍ରତ୍ୟାହାର କରିବା ପାଇଁ କହିଥିଲେ।

- Advertisement -

ଅପରପକ୍ଷରେ ଆସନ୍ତା ୨/୪ ଦିନ ମଧ୍ୟରେ ଏକ ଉଚ୍ଚକ୍ଷମତା ସଂପନ୍ନ ବୈଷୟିକ ଟିମ ହେମଗିର ବ୍ଲକ ଗସ୍ତ କରି ରାସ୍ତା ନିର୍ମାଣ ସଂପର୍କିତ ସମସ୍ତ ଦିଗକୁ ଅନୁଧ୍ୟାନ କରି ଜିଲାପାଳଙ୍କ ସହ ଆଲୋଚନା କରିବେ ବୋଲି ଜଣାପଡ଼ିଛି। ଆସନ୍ତା ୯୦ ଦିନ ମଧ୍ୟରେ ସମସ୍ତ ବୈଷୟିକ କାର୍ଯ୍ୟ ସମାପ୍ତ କରାଯାଇ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହେବ ବୋଲି ଜଣାପଡ଼ିଛି। ଅପରପକ୍ଷରେ ସଦର ବିଧାୟିକା ଏହି ରାସ୍ତା ନିର୍ମାଣ ପାଇଁ ଜିଲା ପ୍ରଶାସନ, ଏମ.ସି.ଏଲ କର୍ତ୍ତୃପକ୍ଷ ଓ ରାଜ୍ୟ ସରକାରଙ୍କ ପଦସ୍ଥ ଅଧିକାରୀଙ୍କୁୁ ନିରନ୍ତର ଯୋଗାଯୋଗ କରି ଆସୁଥିବା ସହ ଜିଲା ପ୍ରଶାସନ ପକ୍ଷରୁ ଅନୁଷ୍ଠିତ ହୋଇଥିବା ବିଭିନ୍ନ ସମୀକ୍ଷା ବୈଠକରେ ମଧ୍ୟ ଏ ସଂପର୍କରେ ଦାବି ଉଠାଇ ଆସୁଥିଲେ। ଆଜି ଦୀର୍ଘ ବର୍ଷରୁ ହୋଇ ଆସୁଥିବା ଲୋକଙ୍କ ଦାବି ସମାଧାନର ବାଟ ଫିଟାଇଛି ବୋଲି ବିଧାୟିକା ଟେଟେ କହିବା ସହ ଜିଲାପାଳଙ୍କୁ କୃତଜ୍ଞତା ଜଣାଇଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories