www.samajalive.in
Sunday, December 7, 2025
13.1 C
Bhubaneswar

ଆଜି ଶ୍ରୀଜୀଉଙ୍କ ସୁନାବେଶ, ସଜେଇ ହେଉଛନ୍ତି ଦାରୁବ୍ରହ୍ମ

ଡେସ୍କ: ଆଜି ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଗୁରୁବାର ଏକାଦଶୀ ତିଥିରେ ବଡଠାକୁର ଶ୍ରୀବଳଭଦ୍ର, କାଳିଆ ଠାକୁର ଶ୍ରୀଜଗନ୍ନାଥ ଏବଂ ଦେବୀ ସୁଭଦ୍ରାଙ୍କୁ ଆକର୍ଷଣୀୟ ସୁନାବେଶରେ ସଜ୍ଜିତ କରାଯାଉଛି। ଦାରୁବ୍ରହ୍ମଙ୍କୁ ମହଣ ମହଣ ସୁନା ଆଭୁଷଣରେ ସଜା ଯାଉଛି। ଯଦିଓ ପୂର୍ବ ନିର୍ଦ୍ଧାରିତ ସମୟ ନିର୍ଘଣ୍ଟ ଅନୁଯାୟୀ ଅପରାହ୍ନ ୫ଟାରୁ ୬ଟା ୩୦ ମଧ୍ୟରେ ଠାକୁରଙ୍କୁ ସୁନାବେଶ କରାଯିବା ପାଇଁ ସ୍ଥିର କରାଯାଇଥିଲା କିନ୍ତୁ ଏପର୍ଯ୍ୟନ୍ତ (୨୯ ଜୁନ ସନ୍ଧ୍ୟା ୫ଟା ସୁଦ୍ଧା) ସାଜସଜ୍ଜା କାର୍ଯ୍ୟ ଶେଷ ହୋଇନାହିଁ।

ଏହାକୁ ବଡ଼ ତଢ଼ାଉ ବେଶ କୁହାଯାଏ। ମହାପ୍ରଭୁ ଐଶୂର୍ଯ୍ୟ ଓ ମାଧୁର୍ଯ୍ୟ ପ୍ରିୟ। ଖ୍ରୀ.ଅ. ୧୪୬୦ରେ କପିଳେନ୍ଦ୍ର ଦେବ ଦକ୍ଷିଣ ବିଜୟ କରି ୧୬ ଗୋଟି ହସ୍ତୀ ପୃଷ୍ଠରେ ବିପୁଳ ଧନରତ୍ନ ଆଣି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଉତ୍ସର୍ଗ କରିଥିଲେ। ଏହି ବେଶରେ ଶ୍ରୀଜୀଉଙ୍କୁ ସୁବୁର୍ଣ୍ଣ କିରୀଟ, ଶ୍ରୀଭୂଜ, ଶ୍ରୀପୟର, କୁଣ୍ଡଳ, ଚନ୍ଦ୍ର ସୂର୍ଯ୍ୟ, ଓଡ଼ିଆଣୀ, ଆଡ଼କାନି, ଘାଗଡ଼ାମାଳି, କଦମ୍ବ ମାଳି, ତିଳକ, ଚନ୍ଦ୍ରିକା ବାହାଡ଼ା ମାଳି, ତ୍ରିଖଣ୍ଡିକା କମରପଟି, ଅଳକା, ଝୋବାକଣ୍ଠି ମାଳି ଆଦି ଲାଗି କରାଯାଏ। ଶ୍ରୀଜଗନ୍ନାଥ ଶଙ୍ଖଚକ୍ର, ଶ୍ରୀବଳଭଦ୍ର ହଳମୂଷଳ ଓ ଦେବୀ ସୁଭଦ୍ରା ତଡ଼ଗୀ ଧାରଣ କରନ୍ତି । ପ୍ରାୟ ୧୩୮ପ୍ରକାର ରତ୍ନ ଖଚିତ ସ୍ବର୍ଣ୍ଣ ଅଳଙ୍କାର ଶ୍ରୀଜୀଉଙ୍କୁ ଲାଗି କରାଯାଏ। ଶ୍ରୀମନ୍ଦିର ରତ୍ନ ଭଣ୍ଡାରରୁ ସେସବୁ ଅଣାଯାଇ ରଥ ଉପରେ ଠାକୁରଙ୍କୁ ବେଶ କରାଯାଏ। ଶ୍ରୀମନ୍ଦିର ରତ୍ନ ସିଂହାସନରେ ମହାପ୍ରଭୁ କାର୍ତ୍ତିକ ପୂର୍ଣ୍ଣିମା, କୁମାର ପୂର୍ଣ୍ଣିମା, ଦୋଳ ପୂର୍ଣ୍ଣିମା, ବିଜୟାଦଶମୀରେ ରାଜବେଶ ତଥା ରାଜରାଜେଶ୍ବର ବେଶ ହୋଇଥାଆନ୍ତି। ରଥଯାତ୍ରାରେ ମହାପ୍ରଭୁ ଦକ୍ଷିଣାଭିମୁଖୀ ଯାତ୍ରାରେ ଆସି ସିଂହଦ୍ବାରରେ ପହଞ୍ଚିବା ପରେ ରଥ ଉପରେ ସୁନାବେଶ କରାଯାଏ। ମହାପ୍ରଭୁଙ୍କୁ ମହାଦୀପ ବନ୍ଦାପନା, ଚନ୍ଦନଲାଗି, ବଡସିଂହାର ବେଶ, ବଡସିଂହାର ଭୋଗ ଏବଂ ପହୁଡ କରାଯିବ। ପ୍ରାୟ ୧୦ ଲକ୍ଷ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ତିନିରଥ ଚତୁଃପାର୍ଶ୍ବ ସମେତ ମାର୍କେଟଛକରୁ ସିଂହଦ୍ୱାର ପର୍ଯ୍ୟନ୍ତ ବ୍ୟାରିକେଡ କରାଯାଇଛି। ଶ୍ରଦ୍ଧାଳୁମାନେ ରଥ ପରିକ୍ରମା କରିବା ସହ ଦୁର୍ଲଭ ସୁନାବେଶରେ ଶ୍ରୀଜୀଉଙ୍କୁ ଦର୍ଶନ କରିବେ। ରାତି ୧୦ଟାରୁ ୧୧ ମଧ୍ୟରେ ପ୍ରଭୁଙ୍କ ଶ୍ରୀଅଙ୍ଗରୁ ସୁନାବେଶ ମଇଲମ (ବାହାର) କରାଯିବ।

ଶ୍ରୀ ଜଗନ୍ନାଥଙ୍କ ସୁନାବେଶର ସିଧା ପ୍ରସାରଣ ପୁରୀରୁ

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories