www.samajalive.in
Tuesday, December 9, 2025
15.1 C
Bhubaneswar

କରୋନା ପାଇଁ ଚାକିରି ଯିବାର ଡ଼ର ; ଆତ୍ମହତ୍ୟା କଲେ ଏକ ପରିବାରର ୩ ସଦସ୍ୟ

କର୍ଣ୍ଣାଟକ : ଦେଶର ସମସ୍ତ ସ୍ଥାନରେ କରୋନା ମହାମାରୀ ନିଜର କାୟା ବିସ୍ତାର କରିସାରିଛି। ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏହି ସମୟରେ ବହୁ ଲୋକେ ନିଜର ଚାକିରି ଯିବା ଭୟରେ ରହୁଛନ୍ତି। ଏହି ଡ଼ରର ବଶବର୍ତୀ ହୋଇ କର୍ଣ୍ଣାଟକର ଧାରବାଡ଼ର କଲାବିକାଈ ଚଲାରେ ରହୁଥିବା ଏକ ପରିବାରର ସଭିଏଁ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକ ମାନେ ଗୋଟିଏ ପରିବାର ୩୬ ବର୍ଷୀୟ ବ୍ୟକ୍ତି, ତାଙ୍କ ପତ୍ନୀ ୨୮ ବର୍ଷୀୟ ମହିଳା, ଓ ତାଙ୍କ ୪ ବର୍ଷର ଝିଅ। ଏମାନେ ବିଷ ପିଇ ଆତ୍ମହତ୍ୟା କରିଥିବା ରବିବାର ଜଣାପଡ଼ିଛି।
ସୂଚନା ଅନୁଯାୟୀ,ବ୍ୟକ୍ତି ଜଣଙ୍କ ଏକ ଘରୋଇ କମ୍ପାନୀରେ କାମ କରୁଥିଲେ। କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ଦେଖି ତାଙ୍କ ଚାକିରି ଯିବାର ଡ଼ର ଥିଲା। ଏହି ଭୟ ତାଙ୍କ ମନ ଭିତରେ ରହି ରହି ସେ ଏଭଳି ଏକ ବଡ଼ ନିଷ୍ପତି ନେଇଥିଲେ। ଏମାନେ ଗଡ଼ଗ ଜିଲାର ତାଲୁକର ଅସୁତି ଗାଁର ବାସିନ୍ଦା। ଏକ ଘରୋଇ କମ୍ପାନୀରେ କାମ କରୁଥିବାରୁ ଧାରବାଡ଼ରେ ରହୁଥିଲେ। ବ୍ୟକ୍ତି ଜଣଙ୍କ ୫ ବର୍ଷ ପୂର୍ବରୁ ବିବାହ କରିଥିଲେ।
ଘଟଣା କ୍ରମେ, ଏଭଳି ଅଭାବନୀୟ ଘଟଣା ପୂର୍ବରୁ ବ୍ୟକ୍ତିଙ୍କ ପତ୍ନୀଙ୍କ ରକ୍ତଚାପ କମିଯାଇଥିବା ବେଳେ ତାଙ୍କ ଝିଅକୁ ଜ୍ୱର ହୋଇଥିଲା। ଫଳରେ ସେମାନେ ସ୍ଥାନୀୟ ଡ଼ାକ୍ତରଙ୍କ ନିକଟକୁ ଯାଇଥିଲେ। ମାତ୍ର ତାଙ୍କ ଝିଅଙ୍କ ଜ୍ୱର କମ ହୋଇନଥିଲା। ସେହି ସମୟରେ ସେ ଭାବିଲେ ଏହା ହୁଏତ କରୋନା ସଂକ୍ରମଣର ଲକ୍ଷଣ। ଏହି କାରଣରୁ ସେ ଆତ୍ମହତ୍ୟା କରିବା ପୂର୍ବରୁ ନିଜ ପତ୍ନୀ ଓ ଝିଅଙ୍କୁ ବିଷ ଦେଇ ନିଜେ ଆତ୍ମହତ୍ୟା କରିଥିଲେ। ଖବର ପାଇ ସେହି ଅଂଚଳର ତହସିଲଦାରଙ୍କ ସମେତ ପୁଲିସ ଘଟଣାସ୍ଥଳରେ ପହଂଚିଥିଲେ। ଘଟଣାସ୍ଥଳରୁ ପୁଲିସ ସୁଇସାଇଡ଼ ନୋଟ ସହ ଜବତ କରି ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଜାରି ରଖିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories