www.samajalive.in
Tuesday, December 9, 2025
17.1 C
Bhubaneswar

ପିଲାଙ୍କ ସହ ରେଳ ଧାରଣାରେ ମାଲଗାଡ଼ି ସମ୍ମୁଖକୁ ଆସି ମହିଳାଙ୍କ ଆତ୍ମହତ୍ୟା ;୨ ମୃତ, ୨ ଆହତ

ଝାଡ଼ଖଣ୍ଡ : ପାରିବାରିକ ବିବାଦରୁ କ୍ରୋଧରେ ଆସି ଜଣେ ମହିଳା ନିଜର ୩ ଜଣ ପିଲାଙ୍କୁ ନେଇ ଟ୍ରେନ ସମ୍ମୁଖକୁ ଡ଼େଇଁ ଆତ୍ମହତ୍ୟା କରିଥିବା ଗୁରୁବାର ଜଣାପଡ଼ିଛି। ଘଟଣାସ୍ଥଳରେ ମହିଳା, ୩ ଜଣ ପିଲାଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏଭଳି ହୃଦୟ ବିଦାରକ ଘଟଣା ଝାଡ଼ଖଣ୍ଡର ପଲାମୁ ଜିଲାର ରେହଲା ଥାନା ଅନ୍ତର୍ଗତ ସବୋନା ଗାଁରେ ଘଟିଛି। ମହିଳା ଜଣଙ୍କ ଜଣେ ୩୦ ବର୍ଷୀୟ ମହିଳା। କୌଣସି କାରଣରୁ ତାଙ୍କ ପରିବାରରେ କଳହ ହେବା ପରେ ସେ ଏପରି କରିଛନ୍ତି ବୋଲି କୁହାଯାଉଛି। କଳହ କାରଣରୁ ମହିଳା ଜଣଙ୍କ ନିଜ ଘର ନିକଟସ୍ଥ ରେଳ ଧାରଣାକୁ ଯାଇ ମାଲ ଗାଡ଼ି ସମ୍ମୁଖକୁ ଡ଼େଇଁ ଆତ୍ମହତ୍ୟା କରିଥିଲେ। ଗାଡ଼ି ସମ୍ମୁଖକୁ ଡ଼େଇଁବା କାରଣରୁ ମହିଳା ଓ ତାଙ୍କ ୮ ବର୍ଷ ଝିଅର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ପୁଅ ଗଭୀର ଆହତ ହୋଇଥିଲେ। ସେମାନଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories