www.samajalive.in
Saturday, December 6, 2025
19.1 C
Bhubaneswar

ଅଗ୍ନି-ପ୍ରାଇମ୍‌ର ସଫଳ ପରୀକ୍ଷା

ଧାମରା : ଭଦ୍ରକ ଜିଲା ଧାମରା ନିକଟସ୍ଥ କଲାମ ଦ୍ୱୀପର ୪ ନଂ ଲଞ୍ଚ ପ୍ୟାଡରୁ ବୁଧବାର ଅଗ୍ନି-ପ୍ରାଇମ୍‌ କ୍ଷେପଣାସ୍ତ୍ରର ବ୍ୟାବହାରିକ ପରୀକ୍ଷା ହୋଇଛି। ଅଗ୍ନି-ପ୍ରାଇମ ଇଣ୍ଟରିମ ବାଲାଷ୍ଟିକ ମିସାଇଲ ଶ୍ରେଣୀର। ଅଗ୍ନି-୪ କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦ ଦୂରତା ୪ ହଜାର କିମି ଏବଂ ଅଗ୍ନି-୫ କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦ ଦୂରତା ୫ ହଜାର କିମି ହୋଇଥିବାବେଳେ ଏହି ଦୁଇ କ୍ଷେପଣାସ୍ତ୍ରର ଜ୍ଞାକକୌଶଳକୁ ନେଇ ଅଗ୍ନି-ପ୍ରାଇମ୍‌ କ୍ଷେପଣାସ୍ତ୍ର ନିର୍ମିତ ହୋଇଛି। ଏହି କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦ ଦୂରତା ୧ ହଜାର କିମିରୁ ୨ ହଜାର କିମି ମଧ୍ୟରେ ସୀମିତ ବୋଲି ଜଣାଯାଇଛି। ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରାଯିବାକୁ ଥିବା ଏହି କ୍ଷେପଣାସ୍ତ୍ରର ୧ ହଜାର କିଲୋ ପାରମ୍ପରିକ ଯୁଦ୍ଧାସ୍ତ୍ର ବହନ କରିବା ସହ ଆଣବିକ ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରହିଛି। ଅଗ୍ନି ପ୍ରାଇମ କ୍ଷେପଣାସ୍ତ୍ରର ଓଜନ ୬ ଟନ, ଲମ୍ବ ୧୫ ମିଟର ଓ ମୋଟେଇ ୧ ମିଟର। ଏହି କ୍ଷେପଣାସ୍ତ୍ରକୁ ବହନ କରୁଥିବା ଇଞ୍ଜିନ ୨ ପର୍ଯ୍ୟାୟ ବିଶିଷ୍ଟ ହୋଇଥିବାବେଳେ ଏହା କଠିନ ଇନ୍ଧନ ଦ୍ୱାରା ଚାଳିତ। ଏହାର ବେଗ ସେକେଣ୍ଡ ପ୍ରତି ୨.୫ କିମି। ଅଗ୍ନି ପ୍ରାଇମର ଉତ୍‌କ୍ଷେପଣ ସମୟରେ ଭାରତର ପୂର୍ବାଞ୍ଚଳରେ ଥିବା ସମସ୍ତ ରାଡାରରେ ଏହାର ଗତିବିଧି ଉପରେ ସଂପୂର୍ଣ୍ଣ ନଜର ରଖାଯାଇଥିଲା। ଏହି ମିସାଇଲ ଭାରତୀୟ ଜ୍ଞାନକୌଶଳରେ ପ୍ରତିରକ୍ଷା ଗବେଷଣା ପ୍ରତିଷ୍ଠାନ ଦ୍ୱାରା ଭାରତ ଡାଇନାମିକ୍ସ ଲିମିଟେଡ ଦ୍ୱାରା ନିର୍ମିତ ହୋଇଛି। ଏହି ପରୀକ୍ଷା ବେଳେ ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା ଘାଟିର ବହୁ ବୈଜ୍ଞାନିକ ଏବଂ ଉଚ୍ଚ ପଦାଧିକାରୀ ଉପସ୍ଥିତ ଥିଲେ। ପରୀକ୍ଷା ହୋଇଥିବା ଅଗ୍ନି-ପ୍ରାଇମ୍‌ କ୍ଷେପଣାସ୍ତ୍ରଟି ନିର୍ଦ୍ଧାରିତ ସମୟରେ ୯୩୦ କିମି ଦୂରତା ଅତିକ୍ରମ କରିଥିବା ଜଣାଯାଇଛି।

Hot this week

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

Related Articles

Popular Categories