www.samajalive.in
Friday, December 5, 2025
26.1 C
Bhubaneswar

ଚାଷ କରି ଭଲ ସ୍ୱାବଲମ୍ବୀ ହେଲେ ଯୁବକ

ଆଜିର ସମାଜରେ ବଡ ଚାକିରି କରି ଭଲ ଦୁଇ ପଇସା ରୋଜଗାର କରିବାକୁ ସବୁ ଯୁବବର୍ଗ ଲକ୍ଷ୍ୟ ରଖି ପାଠ ପଢୁଛନ୍ତି । ହେଲେ କିଏ ଭଲ ଚାକିରି ପାଉଛି ତ ଆଉ କେହି ଚାକିରି ନପାଇ ନିରାଶ ହୋଇ ହତାଶ ହୋଇପଡୁଛନ୍ତି । କେହି ବ୍ୟବସାୟ କରି ପରିବାର ପୋଷିବାକୁ ପ୍ରୟାସ କରି ସଫଳ ହେଉଛନ୍ତି ତ ଆଉ କେହି ଚାଷ କାମ କରୁଛନ୍ତି । ତେବେ ଚାକିରି ଛାଡି ଚାଷ କରି ପରିବାର ପୋଷିବା ସହ ଅନ୍ୟକୁ ରୋଜଗାର ଦେଇ ସଫଳ ହୋଇଛନ୍ତି ଏହି ଯୁବ ଚାଷୀ ଜଣଙ୍କ । ଆମେ କହୁଛୁ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ଜୁନୁଷନଗର ଗାଁର ଚନ୍ଦ୍ରଶେଖର ମାନ୍ନାଙ୍କ କଥା । ଯିଏକି ଆଜିର ସମୟରେ ଅନ୍ୟ ଯୁବପୀଢିଙ୍କ ଲାଗି ଉଦାହରଣ ପାଲଟିଛନ୍ତି । ନିଜେ ସ୍ୱାବଲମ୍ବୀ ହେବା ସହ ଅନ୍ୟକୁ ମଧ୍ୟ କରିଛନ୍ତି ।
ଚନ୍ଦ୍ରଶେଖର କିଛି ବର୍ଷ ତଳେ ବନ ବିଭାଗରେ ୧୦ରୁ ୧୨ ହଜାର ଟଙ୍କାରେ ଦରମା ପାଇ ଚାକିରି କରୁଥିଲେ । ସେଥିରେ ସେ ସନ୍ତୁଷ୍ଟ ନହୋଇ ଘରକୁ ଆସି ବାପାଙ୍କୁ ପନିପରିବା ଚାଷ କାମରେ ସାହାଯ୍ୟ କରୁଥିଲେ । ସମୟକ୍ରମେ ତାଙ୍କର ଆଉ ଚାକିରୀ କରିବାକୁ ଇଚ୍ଛା ହେଲା ନାହିଁ । ସେ ଏହି ପନିପରିବା ଚାଷକୁ ଘର ପଛପଟେ ଥିବା ପ୍ରାୟ ଅଢେଇ ଏକର ଜମିରେ ପନିପରିବା ଓ ଫଳମୂଳ ଚାଷ ଆରମ୍ଭ କରିଲେ । କଠିନ ପରିଶ୍ରମ ଓ ମନ ଧ୍ୟାନ ଦେଇ କାମ କରିବାକୁ ସେ ଏଥିରେ ସଫଳ ହୋଇଛନ୍ତି ।
କୌଣସି ରାସାୟନିକ ସାର ବ୍ୟବହାର ବିନା ଚନ୍ଦ୍ରଶେଖର ଚାଷ କରୁଥିବାରୁ ଲୋକମାନେ ତାଙ୍କଠାରୁ ପନିପରିବା ଓ ଫଳ କିଣିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି । ଯାହା ଫଳରେ ଖ୍ୟାତି ବଢ଼ିବାରେ ଲାଗିଲା। ଅଞ୍ଚଳ ବାହାରୁ ମଧ୍ୟ ଲୋକମାନେ ଆସି ତାଙ୍କ ପାଖରୁ ପନିପରିବା କିଣିବାକୁ ଲାଗିଲେ। ଏହା ମଧ୍ୟରେ ସେ ଡ୍ରାଗନ ଫଳ ଚାଷ କରି ବେଶ ଦୁଇ ପଇସା ରୋଜଗାର କରିପାରିଛନ୍ତି । ଏହା ସହିତ ବିଭିନ୍ନ ପ୍ରକାର ପନିପରିବା, କୋଳି ଓ ଆମ୍ବଗଛ, କୁକୁଡ଼ା ପାଳନ, ଗୋ-ପାଳନ, ମାଛ ଚାଷ, ମହୁ ଚାଷ, ଅଜଲା ଚାଷ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିପାରିଛନ୍ତି । ବ୍ଲକ ତଥା ଜିଲ୍ଲା ସ୍ତରରେ ବିଭିନ୍ନ ଅନୁଷ୍ଠାନରୁ ସେ ସମ୍ବର୍ଦ୍ଧିତ ହୋଇଛନ୍ତି । ମାତ୍ର ଗୋଟିଏ ହେକ୍ଟର ଜମିରେ ସମନ୍ୱିତ ଚାଷ କରି ବାର୍ଷିକ ୫ରୁ ୬ ଲକ୍ଷ ରୋଜଗାର କରିବା ସହିତ ତାଙ୍କ ଘର ପାଖ ୩-୪ ପରିବାରକୁ ସେ ରୋଜଗାର ଦେଇପାରିଛନ୍ତି । ଚନ୍ଦ୍ରଶେଖରଙ୍କ କହିବ ଅନୁଯାୟୀ ମୁଁ ନିଜ ଘରେ ରହି ବାପା, ମା ଙ୍କୁ ଦେଖିବା ସହିତ ଏହି ଚାଷ କରି ସ୍ୱାବଲମ୍ବୀ ହୋଇପାରିଛି ।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories