www.samajalive.in
Monday, December 15, 2025
26.1 C
Bhubaneswar

କମିଶନର ଅଫିସ ପାର୍କିଂରେ ମୃତଦେହ ରଖି ଡ୍ୟୁଟି କରିଥିଲା ଦୀପକ, ଗିରଫ ପରେ ନିଲମ୍ବିତ ହେଲେ

ସମାଜ ଡିଜିଟାଲ ଡେସ୍କ: କନଷ୍ଟେବଳ ଶୁଭମିତ୍ରା ହତ୍ୟା ମାମଲାରେ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଅଭିଯୁକ୍ତ ତଥା ହତ୍ୟାକାରୀ ଦୀପକ ରାଉତ ଶୁଭମିତ୍ରାଙ୍କୁ ହତ୍ୟା କରିବା ପରେ ୬ ତାରିଖ ଦିନ ଡ୍ୟୁଟିକୁ ଆସିଥିଲା। କମିଶସନର ଅଫିସରେ ଆକାଉଣ୍ଟାଣ୍ଟ ଭାବେ କାମ କରୁଥିବା ଦୀପକ ନିଜ କାରରେ ଶୁଭମିତ୍ରାଙ୍କ ମୃତଦେହ ରଖି ପାର୍କିଂରେ ଗାଡ଼ି ରଖିଥିଲା ଏବଂ କମିଶନରଙ୍କ କାର୍ଯ୍ୟାଳୟରେ ଡ୍ୟୁଟି କରିଥିଲା ବୋଲି ପୁଲିସ କହିଛି। ଅନ୍ୟପଟେ ଏହି ମାମଲାରେ ଦୀପକ ଗିରଫ ହେବା ପ​‌ରେ ତାଙ୍କୁ ପୁଲିସ ବିଭାଗ ପକ୍ଷରୁ ନିଲମ୍ବିତ କରାଯାଇଛି।

ସୂଚନାଯୋଗ୍ୟ, ଦୀପକଙ୍କ ପ୍ରଥମ ପତ୍ନୀଙ୍କ ମୃତ୍ୟୁ ପରେ ଟ୍ରାଫିକ କନଷ୍ଟେବଳ ଶୁଭମିତ୍ରାଙ୍କୁ କୋର୍ଟରେ ବିବାହ କରିଥିଲେ। ପରବର୍ତ୍ତୀ ସମୟରେ ଟଙ୍କାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହେବାରୁ ଦୀପକ ତାଙ୍କୁ ତଣ୍ଟିଚିପି ହତ୍ୟା କରିଥିଲେ। ଭୁବନେଶ୍ଵରରେ ହତ୍ୟା କରିବା ପରେ କେନ୍ଦୁଝରର ଘଟଗାଁ ଥାନା ଅଞ୍ଚଳରେ ମୃତେଦେହକୁ ପୋତିଦେଇଥିଲେ। ଏହି ଘଟଣାରେ ପୁଲିସ ଦୀପକଙ୍କୁ ଗିରଫ କରିବା ସହିତ ଅନ୍ୟ ଦୁଇ ସହଯୋଗୀଙ୍କୁ ଅଟକ ରଖିଛି।

Hot this week

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

Related Articles

Popular Categories