www.samajalive.in
Saturday, December 6, 2025
26.1 C
Bhubaneswar

‘ସୁଭଦ୍ରା’ରେ ସ୍ୱୟଂ ସମ୍ପୂର୍ଣ୍ଣା ହେବେ ମହିଳା: ପ୍ରଭାତୀ

ଭୁବନେଶ୍ୱର : ନିର୍ବାଚନ ପ୍ରତିଶ୍ରୁତି ଅନୁଯାୟୀ ବିଜେପି ସରକାର ସୁଭଦ୍ରା ଯୋଜନାରେ ପ୍ରତି ମହିଳାଙ୍କୁ ବର୍ଷକୁ ୨ଟି କିସ୍ତିରେ ୫ହଜାର ଟଙ୍କା ଲେଖାଏଁ ପ୍ରଦାନ କରିବେ। ଆସନ୍ତା ୧୭ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଯୋଜନାର ଶୁଭାରମ୍ଭ କରିବେ। ସୁଭଦ୍ରା ଯୋଜନାରେ ମହିଳାମାନେ ସ୍ବୟଂ ସମ୍ପୂର୍ଣ୍ଣା ହେବେ ବୋଲି ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ବିଭାଗ ମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି। ରାଜ୍ୟରେ ‘ସୁଭଦ୍ରା’ ଯୋଜନାକୁ ନେଇ ମହିଳାଙ୍କ ମଧ୍ୟରେ ଉତ୍ସାହ ବଢୁଛି। ‘ସୁଭଦ୍ରା’ ଯୋଜନାରେ ସହାୟତା ପାଇଁ ୬୦ ଲକ୍ଷରୁ ଊର୍ଦ୍ଧ୍ବ ମହିଳା ଆବେଦନ କରିସାରିଲେଣି। ରବିବାର ‘ସୁଭଦ୍ରା’ ସଚେତନତା ପଦଯାତ୍ରାରେ ସାମିଲ ହୋଇ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ଏହି ସୂଚନା ଦେଇଛନ୍ତି। ‘ସୁଭଦ୍ରା’ ଯୋଜନାରେ ନାମ ପଞ୍ଜୀକରଣ ପାଇଁ ବଢୁଥିବା ଆଗ୍ରହକୁ ଦେଖି ଓଡ଼ିଶାରେ ମହିଳାମାନେ ‘ସୁଭଦ୍ରା’କୁ ଆପଣେଇଛନ୍ତି। ଏହାକୁ ଏକ ସଫଳ ଯୋଜନା କରିବା ରାଜ୍ୟ ସରକାର ଲକ୍ଷ୍ୟ ବୋଲି ସେ କହିଛନ୍ତି। ଆଜି ରାଜ୍ୟବ୍ୟାପି ‘ସୁଭଦ୍ରା’ ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଥିଲା। ଭୁବନେଶ୍ୱରର ୟୁନିଟ-୩ ଗିରିଦୁର୍ଗା ମନ୍ଦିର ନିକଟରୁ ରମାଦେବୀ ବିଶ୍ୱବିଦ୍ୟାଳୟ ଛକ ପର୍ଯ୍ୟନ୍ତ ‘ସୁଭଦ୍ରା ସଚେତନତା ପଦଯାତ୍ରା’ ଆୟୋଜିତ ହୋଇଥିଲା । ‘ସୁଭଦ୍ରା ସଚେତନତା ପଦଯାତ୍ରା’ ଆରମ୍ଭ ପୂର୍ବରୁ ମଞ୍ଚରେ ଉଦବୋଧନ ଦେଇ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା କହିଥିଲେ ଯେ, ଓଡିଶା ବିକଶିତ ହେବ ଏବଂ ମା’ମାନଙ୍କ ନେତୃତ୍ୱରେ ହେବ। ଏହା ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗ୍ୟାରେଣ୍ଟି। ନିର୍ବାଚନ ପୂର୍ବରୁ ଦେଇଥିବା କଥାକୁ ରକ୍ଷା କରିବା ପାଇଁ ପ୍ରଧାନମନ୍ତ୍ରୀ ଆସନ୍ତା ୧୭ ତାରିଖରେ ଓଡିଶା ଆସୁଛନ୍ତି । ୧୫ ତାରିଖ ପର୍ଯ୍ୟନ୍ତ ଯେଉଁମାନେ ଆବେଦନ କରିଥିବେ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୧୭ ତାରିଖରେ ପ୍ରଥମ କିସ୍ତି ଯିବ। ମହିଳାଙ୍କର ଆର୍ଥିକ ଉନ୍ନତି ପାଇଁ ସେମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ସିଧାସଳଖ ‘ସୁଭଦ୍ରା’ ଯୋଜନାର ଅର୍ଥ ରାଶି ସିଧାସଳଖ ଆକାଉଣ୍ଟକୁ ପଠାଯିବ ବୋଲି ସେ କହିଛନ୍ତି। ସେପ୍ଟେମ୍ବର ୧୭ ସୁଦ୍ଧା ୧ କୋଟି ମହିଳାଙ୍କୁ ଏହି ଯୋଜନାରେ ପଞ୍ଜୀକୃତ କରାଯିବାର ଲକ୍ଷ୍ୟ ରହିଛି ବୋଲି ସେ କହିଛନ୍ତି। ଗାଁମାନଙ୍କରେ ୭୪୦୦୦ ଜାଗାରେ ଅଙ୍ଗନବାଡି ଭଉଣୀମାନେ ‘ସୁଭଦ୍ରା’ ଯୋଜନାକୁ ଘରେ ଘରେ ପହଞ୍ଚାଇବା ପାଇଁ ଅଭିଯାନ ଚଳାଇଛନ୍ତି। ମିଶନ ଶକ୍ତି ମହିଳା, ପଞ୍ଚାୟତ ସ୍ତରୀୟ, ବ୍ଲକ୍‌ ସ୍ତରୀୟ ଓ ଜିଲାସ୍ତରୀୟ ଫେଡେରେସନର ସମସ୍ତ ମା’ଭଉଣୀମାନେ ‘ସୁଭଦ୍ରା’ ବାର୍ତ୍ତା ପହଞ୍ଚାଇବା ପାଇଁ କରୁଥିବା ଉଦ୍ୟମ ପ୍ରଶଂସନୀୟ ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା କହିଛନ୍ତି । ଏହି ପଦଯାତ୍ରାରେ ଉପମୁଖ୍ୟମନ୍ତ୍ରୀ କେ.ଭି ସିଂହଦେଓ, ସାଂସଦ ଅପରାଜିତା ଷଡଙ୍ଗୀ, ବିଧାୟକ ବାବୁ ସିଂ ଏବଂ ଭୁବନେଶ୍ୱର ମେୟର ସୁଲୋଚନା ଦାସ ପ୍ରମୁଖ ସାମିଲ୍‌ ହୋଇଥିଲେ । ୧୦୦ ଦିନ ଭିତରେ ଏଭଳି ଫ୍ଲାଗସିପ୍‌ ପ୍ରୋଗ୍ରାମ ମହିଳାଙ୍କ ପାଇଁ ଆଣିଥିବାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ଧନ୍ୟବାଦ ଦେଇଥିଲେ। ଏହି ପଦଯାତ୍ରାରେ ମହିଳା ଓ ଶିଶୁ ବିକାଶ ବିଭାଗ ପ୍ରମୁଖ ଶାସନ ସଚିବ ଶୁଭା ଶର୍ମା, ମିଶନ ଶକ୍ତି କମିସନର ତଥା ଶାସନ ସଚିବ ଶାଳିନୀ ପଣ୍ଡିତ, ବିଏମସି କମିସନର ରାଜେଶ ପ୍ରଭାକର ପାଟିଲ, ଖୋର୍ଦ୍ଧା ଜିଲାପାଳ ଚଞ୍ଚଲ ରାଣାଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଏହି ପଦଯାତ୍ରାରେ ସାମିଲ ହୋଇଥିଲେ।

Hot this week

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

Related Articles

Popular Categories