www.samajalive.in
Monday, December 8, 2025
13.1 C
Bhubaneswar

ଇତିହାସ ବିଭାଗର ଜାତୀୟ ଆଲୋଚନାଚକ୍ର ଉଦଯାପିତ

ଆଠଗଡ: ଗୋପବନ୍ଧୁ ବିଜ୍ଞାନ କଲେଜରେ ଚାଲିଥିବା ଇତିହାସ ବିଭାଗର ଦୁଇଦିନିଆ ଜାତୀୟ ଆଲୋଚନାଚକ୍ର ରବିବାର ଉଦଯାପିତ ହୋଇଯାଇଛି । ଗୋପବନ୍ଧୁ ବିଜ୍ଞାନ କଲେଜର ଇତିହାସ ବିଭାଗ, ଭାରତୀୟ ଇତିହାସ ଗବେଷଣା ପରିଷଦ(ଆଇସିଏଚଆର)ର ସହଯୋଗ ଓ ଅନୁଦାନରେ ‘ଓଡ଼ିଶା ଜନଜାତିଙ୍କ ସାମାଜିକ, ଅର୍ଥନୈତିକ, ରାଜନୈତିକ ଓ ସାଂସ୍କୃତିକ ସ୍ଥିତି’ ଶୀର୍ଷକ ଦୁଇଦିନିଆ  ଆଲୋଚନାଚକ୍ର ଆୟୋଜନ ହୋଇଥିଲା ।

ଉଦଯାପନୀ ଉତ୍ସବରେ ମୁଖ୍ଯଅତିଥି ଭାବେ ରାଜ୍ଯ ଉଚ୍ଚଶିକ୍ଷା ନିର୍ଦ୍ଦେଶକ ଡଃ ଧରଣୀଧର ନନ୍ଦ ଯୋଗଦେଇ ଏହିପରି ପାଠଚକ୍ର ନିୟମିତ ଆୟୋଜନ ଦ୍ବାରା ଛାତ୍ରଛାତ୍ରୀ ଉପକୃତ ହେବେ ଏବଂ ଉଚ୍ଚଶିକ୍ଷା ଓ ଗବେଷଣା ପ୍ରତି ଆଗ୍ରହୀ ହେବେ ବୋଲି ମତପ୍ରକାଶ କରାଥିଲେ । ଏଥିରେ ମୁଖ୍ୟବକ୍ତା ରୂପେ ପ୍ରଫେସର ଅମଲ କୁମାର ମିଶ୍ର, ସମ୍ମାନିତ ଅତିଥି ଭାବେ କର୍ଣ୍ଣେଲ ସାଗର କୁମାର ମହାନ୍ତି ଓ ଆଇସିଏଚଆର ଓଡିଶା ସଂଯୋଜକ  ଡଃ ପାରେଶ୍ୱର ସାହୁ ଯୋଗଦେଇ ଓଡ଼ିଶାରେ ଆଦିବାସୀଙ୍କର ସାମାଜିକ, ଅର୍ଥନୈତିକ, ରାଜନୈତିକ ଓ ସାଂସ୍କୃତିକ ସ୍ଥିତି ଏବଂ ଏହାର ବିଭିନ୍ନ ଦିଗ ଉପରେ ବିସ୍ତୃତ ଆଲୋଚନା କରିଥିଲେ ।

- Advertisement -

କଲେଜର ଅଧ୍ୟକ୍ଷ ଡଃ ଲୋକନାଥ ସାହୁ ପୌରୋହିତ୍ୟ କରିବା ସହ ସ୍ୱାଗତ ଭାଷଣ ଏବଂ ପାଠଚକ୍ର ପରିଚାଳନା ସମ୍ପାଦକ ଡଃ ଗୌତମବୁଦ୍ଧ ସୀତାରାମ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ ଆଦିବାସୀଙ୍କ ବିକାଶ ପାଇଁ ଉଲ୍ଲେଖନୀୟ କାର୍ଯ୍ଯ କରିଥିବା ଜ୍ୟୋତିପ୍ରକାଶ ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ରେଭେନ୍ସା ବିଶ୍ୱବିଦ୍ୟାଳୟ ଅଧ୍ୟାପିକା ତଥା ଗବେଷିକା ଆଦିତି ଖୁଣ୍ଟିଆ ମଞ୍ଚ ସଂଚାଳନ କରିଥିବାବେଳେ କଲେଜର ଇତିହାସ ବିଭାଗୀୟ ମୁଖ୍ଯ ପ୍ରଧ୍ୟାପିକା ଛାୟା ମହାପାତ୍ର ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

ବିଭିନ୍ନ କଲେଜରୁ ଆସିଥିବା ବହୁ ଅଧ୍ୟାପକ ଓ ଅଧ୍ୟାପିକା ଏହି ଆଲୋଚନାଚକ୍ରରେ ଯୋଗ ଦେଇଥିଲେ । କଲେଜର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ଏହି କାର୍ଯ୍ୟକ୍ରମ ପରିଚାଳନା ଓ ସଫଳ କରିବାରେ ସହଯୋଗ କରିଥିଲେ ।

Hot this week

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

Related Articles

Popular Categories