ଗଞ୍ଜାମରେ ଗଡିଲା ସୁଭଦ୍ରା ରଥ

ଛତ୍ରପୁର: ସୁଭଦ୍ରା ଯୋଜନାରେ ମହିଳାଙ୍କୁ ମିଳିବ ଟଙ୍କା, ଏନେଇ ବିଭିନ୍ନ ସ୍ଥାନରୁ ଅଭିଯୋଗ ଆସୁଥିଲା। କେଉଁଠି ଆଧାର ସହ ମୋବାଇଲ ନମ୍ବର ଲିଙ୍କ ପାଇଁ ଭିଡ ଜମୁଛି ତ କେଉଁଠି ଟଙ୍କା ମଗାଯାଉଛି। ଏହାକୁ ଦୃଷ୍ଟିରେ ରଖି ଏହି ଯୋଜନା ସଂପର୍କରେ ବ୍ୟାପକ ଜନସେଚତନା ସୃଷ୍ଟି କରିବା ଉଦେଶ୍ୟରେ ଗଡିଛି ସୁଭଦ୍ରା ରଥ। ଗଣେଷ ପୂଜା ଅବସରରେ ଛତ୍ରପୁର ସ୍ଥିତ ଗଞ୍ଜାମ ଜିଲାପାଳ କାର୍ଯ୍ୟାଳୟ ପରିସରରୁ ଏହି ରଥର ଶୁଭାରମ୍ଭ ହୋଇଛି। ମୂଖ୍ୟ ଅତିଥି ଭାବେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗଦେଇ ଏହାର ଶୁଭାରମ୍ଭ କରିଥିଲେ। ଗଞ୍ଜାମ ଜିଲାରେ ୨୨ଟି ବ୍ଲକରେ ୧୧ଟି ଗାଡି ଏହି ସୁଭଦ୍ରା ଯୋଜନା ସଂପର୍କରେ ଗାଁ ଗାଁ ବୁଲି ଲୋକଙ୍କୁ ସଚେତନ କରିବ। ହିତାଧିକାରୀ ଯେପରି ଭ୍ରମିତ ନହେବେ ସେଥିଲାଗି ଏହି ଯୋଜନା ପ୍ରଣୟନ କରିଛନ୍ତି ବୋଲି ମନ୍ତ୍ରୀ କହିଥିଲେ। ଏହି ଯୋଜନାରେ ପଞ୍ଜିକରଣ ପାଇଁ କୈାଣସି ନିଦ୍ଧିଷ୍ଟ ସମୟସୀମା ନାହିଁ। ସମସ୍ତ ଯୋଗ୍ୟ ହିତାଧିକାରୀ ଏହି ଯୋଜନାରେ ସାମିଲ ହେବେ। ଏହା ଏକ ଐତିହାସିକ ଯୋଜନା। ମହିଳାଙ୍କୁ ସ୍ୱାବଲମ୍ବୀ ଓ ରୋଜଗାରକ୍ଷମ କରିବା ପାଇଁ ଏହି ଯୋଜନା। ଏହି ରଥ ଓଡିଶାର ୩୧୪ଟି ବ୍ଲକରେ ବାହାରିଛି ବୋଲି ସେ କହିଥିଲେ।

kalyan agarbati

Comments are closed.