www.samajalive.in
Saturday, December 6, 2025
17.1 C
Bhubaneswar

ଆଖଣ୍ଡଳମଣି ମନ୍ଦିରର ଦାୟୀତ୍ବ ଭାର ନେଲେ ନୂତନ ଉପଜିଲାପାଳ

ଆରଡି: ଭଦ୍ରକ ଜିଲାର ଉପଜିଲାପାଳ ପିତାମ୍ବର ସାମଲଙ୍କର ପଦୋନ୍ନତି ହୋଇ ଅନ୍ୟତ୍ର ବଦଳି ହେବା ପରେ ନୂତନ ଉପଜିଲାପାଳ ଭାବେ ଦାୟୀତ୍ବ ନେଇଥିବା ମନୋଜ ପାତ୍ର ଗତ ବୁଧବାର ସଂଧ୍ୟାରେ ବାବା ଆଖଣ୍ଡଳମଣିଙ୍କ ମନ୍ଦିରର ମ୍ୟାନେଜିଂ ଟ୍ରଷ୍ଟି ଭାବେ ଦାୟୀତ୍ବ ନେବା ପୂର୍ବୁରୁ ମନ୍ଦିର ପ୍ରଶାସନ ଓ ସେବାୟତଙ୍କ ପକ୍ଷରୁ ସ୍ବାଗତ କରାଯାଇଥିଲା। ପରେ ଉଭୟ ପ୍ରଶାସନିକ ଅଧିକାରୀ ବାବାଙ୍କ ରତ୍ନଭଣ୍ଡାର ଘରେ ଥିବା ମଣିବାବାଙ୍କର କିଲୋକିଲୋ ସ୍ବର୍ଣ୍ଣ ଅଳଙ୍କାର ସହ ରୂପା, କଂସା, ପିତଳ, ତମ୍ବା ସହ ସମସ୍ତ ଧାତୁର ଆସବାବପତ୍ରର ଓଜନ କରି ପରଖିଥିଲେ। ପରେ ମନ୍ଦିର କାର୍ଯ୍ୟାଳୟରେ ମଣିବାବାଙ୍କ କୋଠରେ ଥିବା ଟଙ୍କା ଓ ସମସ୍ତ ସମ୍ପତିର ଦାୟୀତ୍ବଭାର ଗ୍ରହଣ କରିଥିଲେ। ଶ୍ରୀ ପାତ୍ର ଏହି ଦାୟୀତ୍ବ ଭାର ନେବା ବେଳେ ପଦୋନ୍ନତି ପାଇ ବଦଳି ହୋଇଥିବା ଉପଜିଲାପାଳ ଶ୍ରୀ ସାମଲଙ୍କ ସହ ଚାନ୍ଦବାଲି ତହସିଲିଦାର ଶୁଶାନ୍ତ ସୁତାର, କନିକାରାଜାଙ୍କ ପ୍ରତିନିଧି ମାୟାଧର ବାରିକ, ସେବାୟତପ୍ରତିନିଧି ଆଶିଷ ପାଢୀ, ସରପଞ୍ଚ ତଥା ସେବାୟତ ଅରବିନ୍ଦ ପାଢୀ, ସେବାୟତ ଗଦାଧର ପାଢୀ, ସରୋଜ ପାଢୀ, ପୂର୍ବତନ ସରପଞ୍ଚ ସରୋଜ ଦାସ, ମନ୍ଦିର ପରିଚାଳକ ବିଦ୍ୟାଧର ପଲାଇଙ୍କ ସହ ଅନ୍ୟ ଅଧିକାରୀ ଉପସ୍ଥିତ ଥିଲେ।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

Related Articles

Popular Categories