www.samajalive.in
Saturday, December 6, 2025
16.1 C
Bhubaneswar

ଆରମ୍ଭହେଲା ବୋଲବମ ଯାତ୍ରା

ସୁଆଣ୍ଡୋ : ଶ୍ରାବଣ ମାସ କୃଷ୍ଣ ପକ୍ଷ ପଞ୍ଚମୀ ତିଥି ସୋମବାର କ।ଉଡିଆ ମାନଙ୍କର ଗହଳି ଶୈବପୀଠ ଗୁଡିକରେ ପରିଲକ୍ଷିତ ହୋଇଛି । କଟକ ଗଡଗଡିଆ ଘାଟ, ଦୟା ଭାର୍ଗବୀର ଦଣ୍ଡ ଭଙ୍ଗା ଘାଟ ଆଦି ନଦୀ ମାନଙ୍କରୁ ସଂକଳ୍ପ କରି ବାହୁଙ୍ଗି ରେ ଜଳ ଧରି ଶୈବପୀଠ ମାନଙ୍କୁ ଆସିଛନ୍ତି । ଶ୍ରାବଣ ମାସରେ ଶିବଙ୍କ ମସ୍ତକ ରେ ଜଳଲାଗି କଲେ ଦେବଦେବ ମହାଦେବ ସନ୍ତୁଷ୍ଟ ହୋଇଥାନ୍ତି ବୋଲି ପୁରାଣରେ ବର୍ଣ୍ଣନା କରାଯାଇଛି । କେତେକ ପୁରୀ ଲୋକନାଥଙ୍କ ପୀଠକୁ ଜଳଲାଗି କରିବାକୁ ଯାଉଛନ୍ତି । ସେହିପରି ସାକ୍ଷୀଗୋପାଳ କୋଶଳେଶ୍ୱର, ବରାଳ ବାଲୁଙ୍କେଶ୍ୱର, ସୁଆଣ୍ଡୋ ଲୋକେଶ୍ୱର, ଅଳଗୁମ ଗତିଶ୍ୱର, ସାଣ୍ଢରା ନୀଳକଣ୍ଠେଶ୍ଵର, ପାରକେଣା ବାଲି କପିଳେଶ୍ୱର, ଯୁଗ୍ମ ଲିଙ୍ଗ ( ଯୋଡାଲିଙ୍ଗ ) ଙ୍କ ପୀଠରେ ଜଳଲାଗି କରିବାକୁ ଯାତ୍ରୀ ମାନେ ପହଞ୍ଚିଛନ୍ତି । କଉଡିଆ ମାନେ ଦୀର୍ଘପଥ ଯାତ୍ରାରେ ସେମାନଙ୍କ ପାଇଁ ବିଶ୍ରାମସ୍ଥଳମାନ ଅନୁଷ୍ଠାନ ପକ୍ଷରୁ କରାଯାଇଛି । ଅନେକ ବିଶ୍ରାମ ସ୍ଥଳ ରେ ଯାତ୍ରୀ ମାନଙ୍କୁ ଶୁଖିଲା ଖାଦ୍ୟ ଦିଆଯାଉଥିବା ବେଳେ କେତେକ ଶୁଦ୍ଧ ନିରାମିଷ ରୋଷେଇ କରି ଭୋଜନ କରିବାକୁ ଦିଆଯାଉଥିବା ଦେଖିବାକୁ ମିଳିଛି ।

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories