www.samajalive.in
Thursday, December 11, 2025
14.1 C
Bhubaneswar

ସତ୍ୟବାଦୀ ଓଡ଼ିଆ ଭାଷା ବିଶ୍ୱବିଦ୍ୟାଳୟ ଜମି ଜବରଦଖଲ ଉଚ୍ଛେଦ

ସୁଆଣ୍ଡୋ: ସତ୍ୟବାଦୀ ପ୍ରଶାସନ ପକ୍ଷରୁ ଶୁକ୍ରବାର ସାକ୍ଷୀଗୋପାଳ ବାଳିକା ଉଚ୍ଚ ବିଦ୍ୟାଳୟ ପଛପଟେ ଥିବା ସତ୍ୟବାଦୀ ଓଡ଼ିଆ ବିଶ୍ୱବିଦ୍ୟାଳୟ ଜମି ଜବରଦଖଲ ଉଛେଦ କରାଯାଇଛି । ତହସିଲଦାର ଜୟନ୍ତ କୁମାର ଜୟସିଂହ ନେତୃତ୍ବରେ ଅତିରିକ୍ତ ତହସିଲଦାର ସନ୍ତୋଷ କୁମାର ପାଣିଗ୍ରାହୀ ଓ ସତ୍ୟବାଦୀ ଥାନା ଆଇଆଇସି ବିଜୟକେତନ ବେହେରା ଦେଢ ପ୍ଲାଟୁନ ପୁଲିସ ସାଙ୍ଗରେ ନେଇ ଜବରଦଖଲ ଉଚ୍ଛେଦ କରିଛନ୍ତି। ଉକ୍ତ ଜମି ସତ୍ୟବାଦୀ ସାକ୍ଷୀ ଗୋପୀନାଥ ଦେବ ଠାକୁରଙ୍କର ଥିଲା। ଓଡିଆ ଭାଷା ବିଶ୍ୱବିଦ୍ୟାଳୟ ପାଇଁ ସରକାର ଉକ୍ତ ଜମିକୁ ମନ୍ଦିର ଟ୍ରଷ୍ଟ ବୋର୍ଡଠାରୁ କିଣିଥିଲେ। ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହେବା ସମୟରେ ସାମାନ୍ୟ ଉତେଜନା ପ୍ରକାଶ ପାଇଥିଲା। ତେବେ ତହସିଲଦାର ବୁଝାସୁଝା କରିବା ପରେ ତାହା ପ୍ରଶମିତ ହୋଇଥିଲା। ଏହି ଜମି ଉପରେ ୩ଟି ସଂଖ୍ୟାଲଘୁ ସଂପ୍ରଦାୟ ବସବାସ କରୁଥିବା ରେକର୍ଡ ରହିଛି। ହେଲେ ଏବେ ଉକ୍ତ ପରିବାରଗୁଡିକ କାଳକ୍ରମେ ପୃଥକ ହୋଇଯାଇଥିବା ଦୃଷ୍ଟିରୁ ତାହା ୭ଟି ପରିବାର ହୋଇଛନ୍ତି। ଉଚ୍ଛେଦ ହୋଇଥିବା ପରିବାରଙ୍କୁ ଅହମଦପୁର ନିକଟରେ ୪ ଡିସିମିଲ ଲେଖାଏଁ ଜମି ଯୋଗାଇ ଦିଆଯିବ ବୋଲି ତହସିଲଦାର ଜୟନ୍ତ କୁମାର ଜୟସିଂହ କହିଥିଲେ ।

Hot this week

ରାଉରକେଲା ସବୁଠୁ ଥଣ୍ଡା ସହର

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟକୁ ଥଣ୍ଡା ଶୁଷ୍କ ବାୟୁ ପ୍ରବାହିତ ହେଉଛି।...

ସମ୍ପାଦକୀୟ : ବିଯୋଗ ଅଧିକାର

ଶାନ୍ତି ଛଡ଼ାଇ ନ ନେଉ କର୍ପୋରେଟ ଜଗତ ଭାରତୀୟ ସଂସଦରେ ଏକ ଗୁରୁତ୍ୱପୂର୍ଣ୍ଣ...

ସମ୍ପାଦକୀୟ : ମାଲକାନଗିରି ହିଂସା

ଭୂମିପୁତ୍ରଙ୍କ ଦୁଃଖ ଦୂରହେଉ ମାଲକାନଗିରି ଜିଲାର ଏମ୍‌ଭି -୨୬ ଗାଁରେ ଘଟିଥିବା ହିଂସାକାଣ୍ଡ...

ଆଜିର : ରାଶିଫଳ,ଦିନଟି ସୁଖସମୃଦ୍ଧିପୂର୍ଣ୍ଣ ହେବ

ମେଷ : କୁତ୍ସିତ ସଙ୍ଗ ପରିତ୍ୟାଗ କରି ସତ୍‌ସଙ୍ଗୀ ହେବାକୁ ଉଦ୍ୟମ...

ବହୁତ ଶସ୍ତାରେ ବୁଲନ୍ତୁ ୪ଟି ସୁନ୍ଦର ସ୍ଥାନ; ମାତ୍ର ୨୦ହଜାରରେ ୪ଦିନ ବୁଲି ଆସନ୍ତୁ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷରେ କୁଆଡେ ବୁଲିବାକୁ ଯୋଜନା କରୁଛନ୍ତି...

Related Articles

Popular Categories