www.samajalive.in
Thursday, November 13, 2025
25.1 C
Bhubaneswar

ସୁଆଣ୍ଡୋ ଐତିହ୍ୟ ପ୍ରକଳ୍ପ କାର୍ଯ୍ୟ ସମୀକ୍ଷା କଲେ ଅତିରିକ୍ତ ଜିଲ୍ଲାପାଳ

ସୁଆଣ୍ଡୋ :  ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମ ମାଟି ସୁଆଣ୍ଡୋ ଐତିହ୍ୟ ପ୍ରକଳ୍ପ ପରିଦର୍ଶନ କରି କାର୍ଯ୍ୟର ସମୀକ୍ଷା କଲେ ପୁରୀ ଜିଲା ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ । ମଙ୍ଗଳବାର ଅପରାହ୍ନରେ ସତ୍ୟବାଦୀ  ତହସିଲଦାର ଶରତଚନ୍ଦ୍ର ଜୟସିଂହ, ମଣ୍ଡଳ ଉନ୍ନୟନ ଅଧିକାରୀ କ୍ଷୀରୋଦ କୁମାର ନାୟକ ଜିଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାଶ ସେତୁ ନିର୍ମାଣ ନିଗମର ନିର୍ବାହୀ ଯନ୍ତ୍ରୀ ମାଧବ ସୁନ୍ଦର ପାଢୀ ସତ୍ୟବାଦୀ  ଗ୍ରାମ୍ୟ ପାନୀୟ ଜଳଯୋଗାଣ ଯନ୍ତ୍ରୀ ସୁଜାତା ନାୟକ ଓ ରାଜସ୍ୱ ନିରୀକ୍ଷକ ପ୍ରମୁଖ ଅଧିକାରୀ ମାନେ ନିର୍ମାଣ ସ୍ଥାନ ଗୁଡିକ ବୁଲି ଦେଖିଥିଲେ ।
ମିଉଜିୟମ ପୁଷ୍କରିଣୀ ଚିଲଡ୍ରେନସ୍ ପାର୍କ ଗ୍ରାମରାସ୍ତା ପାନୀୟ ଜଳଯୋଗାଣ ବିଜୁଳିଲାଇନ ଗୋପବନ୍ଧୁଙ୍କ ଷଠିଘର ଗ୍ରାମ ଶିବମନ୍ଦିର କେନାଲବନ୍ଧ ରାସ୍ତା ଇତ୍ୟାଦି ବୁଲି ତୁରନ୍ତ କାର୍ଯ୍ୟ ଶେଷ କରିବାକୁ ସେତୁ ନିର୍ମାଣ ନିଗମ ନିର୍ବାହୀ ଯନ୍ତ୍ରୀଙ୍କୁ ଏଡିଏମ ନିର୍ଦ୍ଦେଶ ଦେଇଥିଲେ। ରାସ୍ତା ନିର୍ମାଣ ପାଇଁ ଠିକାଦାର ପାଣି ପାଇପ ତାଡି ଦେଇଥିବାରୁ ସୁଆଣ୍ଡୋ ଗ୍ରାମକୁ ଦୁଇମାସ ହେଲା ଜଳଯୋଗାଣ ବ୍ୟାହତ ହୋଇଥିବା ଜାଣି ତୁରନ୍ତ ଓବିସିସି ଟଙ୍କା ଜମା କରିବାକୁ ଓ ପାଇପ ବିଛାଇ ଜଳଯୋଗାଣ କରିବାକୁ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ବିଭାଗ ଏସଏସ ଯନ୍ତ୍ରୀଙ୍କୁ ଏଡିଏମ ନିର୍ଦ୍ଦେଶ ଦେଇଥିଲେ । କେନାଲବନ୍ଧ ରାସ୍ତା କାର୍ଯ୍ୟ ଏକ ବର୍ଷ ଧରି ଶେଷ ହେଉନଥିବାରୁ ଅଧିକାରୀ ମାନେ ବିରକ୍ତି ପ୍ରକାଶ କରିଥିଲେ । ସାମ୍ବାଦିକ ଧୀରେନ୍ଦ୍ର ନାଥ ଦାସ ଟାଟା କମ୍ପାନୀ ଯନ୍ତ୍ରୀ ପ୍ରମୁଖ ଓ ଅନ୍ୟମାନେ ଉପସ୍ଥିତ ଥିଲେ ।

Hot this week

ସମ୍ପାଦକୀୟ : ଓଡ଼ିଶାରେ ମାଣ୍ଡିଆ ଗ୍ରାମ

ପାହାଡ଼ ଗାଁରେ ମାଣ୍ଡିଆ ଚାଷ, ସୂରୁଯ ଉଇଁଲେ ଆସଇ ହସ। ଏ...

ସମ୍ପାଦକୀୟ : ପାକିସ୍ତାନୀ ମିଛ , ପୁରୁଣା ଅଭ୍ୟାସର ପୁନରାବୃତ୍ତି

ନିକଟରେ ଦିଲ୍ଲୀର ଲାଲକିଲା ପାଖରେ ହୋଇଥିବା ବିସ୍ଫୋରଣର ଠିକ୍ ପରେ ପରେ...

ସମ୍ପାଦକୀୟ : ଆତଙ୍କବାଦୀ ଓ ତାଙ୍କ ସମର୍ଥକଙ୍କୁ କଠୋର ଦଣ୍ଡ ଦିଆଯାଉ

ଆତଙ୍କବାଦୀ ଏବଂ ଆତଙ୍କବାଦକୁ ପ୍ରୋତ୍ସାହିତ କରୁଥିବା ଲୋକଙ୍କ ବିରୋଧରେ ଆମର ସୁରକ୍ଷା...

ହାଇକୋର୍ଟର ଆସିଷ୍ଟାଣ୍ଟ ସେକ୍ସନ୍‌ ଅଫିସର ମୁଖ୍ୟ ପରୀକ୍ଷା ବାତିଲ

ଏଏସ୍‌ଓ ମୁଖ୍ୟ ପରୀକ୍ଷା ବାତିଲ କଟକ, ୧୨ା୧୧ (ନି.ପ୍ର): ହାଇକୋର୍ଟର ଆସିଷ୍ଟାଣ୍ଟ ସେକ୍ସନ୍‌...

Related Articles

Popular Categories