www.samajalive.in
Sunday, December 7, 2025
14.1 C
Bhubaneswar

ଗରିବ ଲୋକଙ୍କୁ ମାକ୍ସ ବାଣ୍ଟିଲେ ମହିଳା ଗୋଷ୍ଠୀ 

ସୁଆଣ୍ଡୋ :  ବାହାରକୁ ବାହାରିଲେ ମାକ୍ସ ବାନ୍ଧିବାକୁ ପଡିବ । କରୋନା ସଂକ୍ରମଣ ରୋକିବାରେ ଏହା ସହାୟକ ହେବ ବୋଲି ସରକାର ଙ୍କ ପକ୍ଷରୁ ଘୋଷଣା କରାଯାଇଛି । ଏହାକୁ ଦୃଷ୍ଟିରେ ରଖି ପୁରୀଜିଲା ସତ୍ୟବାଦୀବ୍ଲକ ଅନ୍ତର୍ଗତ ବଳପୁର ଗ୍ରାମର ମହିଳା ସ୍ୱାଧୀନ ଗୋଷ୍ଠୀ ସହାୟତାରେ ମାକ୍ସ ତିଆରି କରାଯାଉଛି । ପ୍ରତିଦିନ ଶତାଧିକ ଗରିବ ଲୋକମାନଙ୍କୁ ଏହି ମାକ୍ସ ବଣ୍ଟନ କରାଯାଉଛି । ଆଠଦିନ ଧରି ଏହି କାର୍ଯ୍ୟକ୍ରମ ଗୋଷ୍ଠି ଦ୍ବାରା ଜୋରସୋର ଚାଲିଛି । ଏକ ଲକ୍ଷ ମାକ୍ସ ତିଆରି କରି ସମାଜର ସବୁଠାରୁ ତଳେ ରହିଥିବା ଗରିବ ଅସହାୟ ଲୋକଙ୍କୁ ବଣ୍ଟାଯିବ ବୋଲି ସମ୍ପାଦିକା ମିନତୀ ମହାପାତ୍ର କହନ୍ତି । ମହିଳା ଗୋଷ୍ଠୀଙ୍କ ଏହି ଜନକଲ୍ୟାଣ କାର୍ଯ୍ୟକ୍ରମକୁ ସବୁ ମହଲରୁ ପ୍ରଶଂସା କରାଯାଉଥିବା ଜଣାପଡ଼ିଛି ।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories