www.samajalive.in
Saturday, December 6, 2025
14.1 C
Bhubaneswar

ଅମାନିଆଙ୍କ ଯୋଗୁଁ ସାରଙ୍ଗଯୋଡି ହାଟ ବନ୍ଦ କଲା ସତ୍ୟବାଦୀ ବ୍ଲକ ପ୍ରଶାସନ

ସୁଆଣ୍ଡୋ ; କରୋନା ସଂକ୍ରମଣ ରୋକିବା ପାଇଁ ସମଗ୍ର ଦେଶରେ ଲକଡାଉନ ବ୍ୟବସ୍ଥା ଜାରି କରାଯାଇଛି। କିନ୍ତୁ କେତେକ ଅମାନିଆ ଏହାକୁ ମାନିବାକୁ ନାରାଜ। ସେମାନଙ୍କ ଯୋଗୁଁ ରବିବାର ସାରଙ୍ଗଯୋଡି ହାଟକୁ ସତ୍ୟବାଦୀ ବ୍ଲକ ପ୍ରଶାସନ ପକ୍ଷରୁ ବନ୍ଦ କରାଯାଇଛି। ସକାଳୁ ତହସିଲଦାର କସ୍ତୁରୀ ପ୍ରଧାନ ସତ୍ୟବାଦୀ ଥାନା           ଆଇଆଇସି ଦେବୀ ପ୍ରସାଦ ପାତ୍ର ହାଟରେ ପହଞ୍ଚିଥିଲେ। ସମଦୂରତା ରକ୍ଷା କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟବସାୟୀ ଓ ଗରାଖଙ୍କୁ ଯେତେ ସଚେତନ କରାଯାଇ ଥିଲେ ମଧ୍ୟ ସେମାନେ କିଛି ମାନି ନଥିଲେ। ଶେଷରେ ବାଧ୍ୟ ହୋଇ ପ୍ରଶାସନ ତରଫରୁ ହାଟକୁ ବନ୍ଦ କରିବା ପାଇଁ ଘୋଷଣା କରାଯାଇଥିଲା। କିଛି ସମୟ ମଧ୍ୟରେ ହାଟ ଚାଳି ଓ ପଡିଆରୁ ଲୋକ ଖାଲି ହୋଇଯାଇଥିଲେ। ସେହିପରି ଆଜି ଇନ୍ଦିପୁର ହାଟକୁ ମଧ୍ୟ ସମାନ କାରଣ ଦୃଷ୍ଟିରୁ ବନ୍ଦ କରାଯାଇଛି। ଆସନ୍ତାକାଲି ଗବକୁଣ୍ଡ ହାଟକୁ ମଧ୍ୟ ବନ୍ଦ କରାଯିବ ବୋଲି ଆଇଆଇସି ଶ୍ରୀ ପାତ୍ରଙ୍କ ଠାରୁ ଜଣାପଡିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories