www.samajalive.in
Wednesday, December 10, 2025
16.1 C
Bhubaneswar

ଗୋ ସମ୍ବର୍ଦ୍ଧନା ଉତ୍ସବ ପାଳିତ

ସୁଆଣ୍ଡୋ : ପୁରୀ ଜିଲା ସତ୍ୟବାଦୀ ବ୍ଲକ ବିଦ୍ୟାଧର ପୁର ପଞ୍ଚାୟତର ଗୁଆଳିଗୋରଡା ଗ୍ରାମ ମେଳଣ ପଡିଆରେ ଗୁରୁବାର ଗୋ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି । କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଉତ୍ସବକୁ ଉଦଘାଟନ କରିଥିଲେ । ପ୍ରଥମେ ବୈଦିକ ରୀତିରେ ଗୋ ପୂଜନ ସହିତ ଗୋପାଳକଙ୍କ ସହିତ ମନ୍ତ୍ରୀ ଆଲୋଚନା କରିଥିଲେ । ଏହି ପରିପ୍ରେକ୍ଷୀରେ ଆୟୋଜିତ ସଭାରେ ସରକାର ଗୋମାତାଙ୍କ ସୁରକ୍ଷା ଓ ବିକାଶ, ଉନ୍ନତ ଗୋପାଳନ ପାଇଁ ବିଭିନ୍ନ ଯୋଜନା କରିଛନ୍ତି ବୋଲି ମନ୍ତ୍ରୀ କହିଥିଲେ । ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ ମୁଖ୍ୟବକ୍ତା ଭାବେ ଯୋଗଦେଇ କହିଲେ- ଗୋ ମାତା ହେଉଛି ଆମ ସଭ୍ୟତା ସଂସ୍କୃତି ପରମ୍ପରାର ମୂଳ ପିଣ୍ଡ । ଆମ ସୁଖ, ସମୃଦ୍ଧି ସହିତ ସମଗ୍ର ବିଜ୍ଞାନର ମୂଳ ଉତ୍ସ। ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗ କମିଶନର ତଥା ସଚିବ ବିଶାଳ ଗଗନ, ବ୍ଲକ ଅଧ୍ୟକ୍ଷା ସସ୍ମିତା ପଧାନ ଜିଲାପରିଷଦ ସଭ୍ୟ ପ୍ରହଲାଦ ଘଟୁଆରୀ, ଧୃବଚରଣ ଦାଶ, ସରପଞ୍ଚ ରଶ୍ମିତା ପ୍ରଧାନ ପ୍ରମୁଖ ମଞ୍ଚାସୀନ ଥିଲେ । ଜିଲା ପ୍ରାଣୀଚିକିତ୍ସା ଅଧିକାରୀ ଡା. ଗିରିଜା ପ୍ରସାଦ ପଟ୍ଟନାୟକ ସ୍ବାଗତ ଭାଷଣ ଦେଇଥିଲା ବେଳେ ଉପ ନିର୍ଦ୍ଦେଶକ ଡା. ବୀରକିଶୋର ପରିଡା ଧନ୍ୟବାଦ ଦେଇଥିଲେ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories