www.samajalive.in
Saturday, December 13, 2025
27.1 C
Bhubaneswar

ଭଲ ନିଦ ପାଇଁ ପଢ଼ନ୍ତୁ ବହି

ନିଦ ଠିକ୍ ଭାବେ ନ ହେଲେ ଅନେକ ସମସ୍ୟା ଉପୁଜିଥାଏ। ଯେପରି ପୂରା ଦିନ ଅଳସ ଲାଗିବା, ଚିଡ଼ଚିଡ଼ା ହେବା ସହ ମାନସିକ ଅବସାଦ ମଧ୍ୟ ବଢ଼ୁଥିବାର ଅଧିକାଂଶ କହିଛନ୍ତି। ବ୍ରିଟେନ୍‌ସ୍ଥିତ ଏକ ବିଶ୍ବବିଦ୍ୟାଳୟର ଗବେଷକ ସମୂହ ଅନୁଧ୍ୟାନ କରି ପ୍ରକାଶ କରିଛନ୍ତି, ଭଲ ନିଦ ପାଇଁ ଆମ ଦୈନନ୍ଦିନ ଜୀବନଶୈଳୀକୁ ପ୍ରଥମେ ଠିକ୍ କରିବା ଆବଶ୍ୟକ।
– ଶଯ୍ୟା ତ୍ୟାଗ ଓ ଶୋଇବା ଏକ ନିର୍ଦିଷ୍ଟ ସମୟରେ କରିବା ସହ ବିଳମ୍ବରେ ଶୋଇବା ଆଦୌ ଉଚିତ୍ ନୁହେଁ। ଶୋଇବା ପୂର୍ବରୁ ୫ ମିନିଟ୍ ଅତିକମ୍‌ରେ ଧ୍ୟାନ କରନ୍ତୁ। ଦେଖିବେ ଆରାମ ଲାଗିବା ସହ ଶେଯକୁ ଯିବାର କିଛି ସମୟରେ ହିଁ ନିଦ ଲାଗିବ।
– ଗବେଷଣାରେ ୫୦୦ ଲୋକ ସାମିଲ ହୋଇଥିବାବେଳେ ନିଦ୍ରାହୀନତାରୁ ରକ୍ଷା ପାଇବା ନିମନ୍ତେ ଏ ସମସ୍ତଙ୍କୁ ନିୟମିତ ପୁସ୍ତକ ପଢ଼ିବାକୁ ପରାମର୍ଶ ଦିଆଯାଇଥିଲା। ଯେଉଁମାନେ ଏଇ ନିୟମକୁ ଭଲ ଭାବେ ପାଳନ କଲେ, କିଛି ସପ୍ତାହ ମଧ୍ୟରେ ସେମାନଙ୍କ ନିଦ୍ରାହୀନତା ସମସ୍ୟା ଦୂର ହୋଇଥିଲା। ଗବେଷକ ମୁଖ୍ୟ ପ୍ରଫେସର୍ ଡେଭିଡ୍ ଲୁଇସ୍‌ଙ୍କ ମତରେ ଆପଣଙ୍କ ମନପସନ୍ଦର ପତ୍ରିକା କିମ୍ବା ପୁସ୍ତକ ପଢ଼ିବାର ୫-୭ ମିନିଟ୍‌ ମଧ୍ୟରେ ହିଁ ଆଖି ଆପେଆପେ ବନ୍ଦ ହୋଇଯାଏ।
– କେତେଜଣ ଇ-ବୁକ୍ ପଢ଼ିବାକୁ ପ୍ରାଧାନ୍ୟ ଦେଇଥାନ୍ତି। ଏହା କାରଣରୁ ବରଂ ସେମାନଙ୍କ ଅସୁବିଧା ବଢ଼ିଥାଏ। ସ୍ମାର୍ଟଫୋନ୍, ଟାବଲେଟ୍ କିମ୍ବା ଲ୍ୟାପଟପ୍ ସହାୟତାରେ ଯଦି ଇ-ବୁକ୍ ପଢ଼ୁଛନ୍ତି, ଏଥିପାଇଁ ଆପଣଙ୍କ ମୁଣ୍ଡ ବିନ୍ଧା ସମସ୍ୟା ଉପୁଜିବାର ଭୟ ଅଧିକ। ଗବେଷକଙ୍କ ମତରେ ସ୍ମାର୍ଟଫୋନ୍, ଟାବଲେଟ୍‌ରୁ ବାହାରୁଥିବା ନୀଳ ରଙ୍ଗର ରଶ୍ମି ଶୋଇବାରେ ବାଧା ଉପୁଜାଇଥାଏ।
– ନିଦ୍ରାହୀନତାରୁ ମୁକ୍ତି ପାଇବା ପାଇଁ ନିୟମିତ ନଖ ଉଷୁମ ପାଣିରେ ସ୍ନାନ କଲେ ମଧ୍ୟ ଲାଭ ମିଳେ। ଏସବୁ ସହ ରୁମ୍ ଫ୍ରେଶନର୍‌ର ସୁଗନ୍ଧରେ ମଧ୍ୟ ଭଲ ନିଦ ହେଉଥିବାର ଅନୁଧ୍ୟାନରୁ ଜଣାପଡ଼ିଛି।

Hot this week

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

Related Articles

Popular Categories