www.samajalive.in
Saturday, December 6, 2025
19.1 C
Bhubaneswar

ଚୁଲିକି ଗଲାଣି ପାଠପଢା

ବଲାଙ୍ଗିର: କରୋନା ମହାମାରୀ ସମୟରେ ବଲାଙ୍ଗିର ଜିଲାରେ ଉଜୁଡିଗଲାଣି ଶିକ୍ଷା ବ୍ୟବସ୍ଥା। ପୂର୍ବରୁ ହିଁ ଶିକ୍ଷା ବ୍ୟବସ୍ଥା ବଲାଙ୍ଗିର ଜିଲାରେ ବିପର୍ଯ୍ୟସ୍ତ ଅବସ୍ଥାରେ ରହିଥିବା ବେଳେ ଏହି କିଛି ମାସ ଭିତରେ ଛାତ୍ରଛାତ୍ରୀମାନେ ଶିକ୍ଷାରୁ ଦୂରେଇ ଯାଇଥିବା ଦେଖିବାକୁ ମିଳିଛି। ବିଶେଷ କରି ସରକାରୀ ବିଦ୍ୟାଳୟମାନଙ୍କରେ ପାଠ ପଢୁଥିବା ଛାତ୍ରଛାତ୍ରୀମାନଙ୍କ କ୍ଷେତ୍ରରେ ଏହା ବେଶୀ ପ୍ରଭାବିତ ହୋଇଥିବା ଜଣାପଡିଛି। ଚଳିତ ଶିକ୍ଷା ବର୍ଷରେ ଦଶମ କିମ୍ବା ଯୁକ୍ତ ୨ ପାଠ ପଢୁଥିବା ଛାତ୍ରଛାତ୍ରୀ ମାନଙ୍କ ଶିକ୍ଷା ଖସଡା ଘୋଷଣା ହୋଇନଥିବା ବେଳେ ଫାଇନାଲ ପରୀକ୍ଷା କେମିତି ଦେବେ। କଣ ରହିବ ସରକାରୀ ବ୍ୟବସ୍ଥା ତାକୁ ନେଇ ମାନସିକ ଚାପ ବଢିବାରେ ଲାଗିଛି। ଏମିତି ଆଉ କିଛି ଦିନ ଲାଗିରହିଲେ ଗୋଟିଏ ବର୍ଷ ଖରାପ ହେବାର ମଧ୍ୟ ଆଶଙ୍କା ପ୍ରକାଶ ପାଇଛି। ଫଳରେ ଛାତ୍ରଛାତ୍ରୀଙ୍କ କ୍ଷେତ୍ରରେ ମାନସିକ ଚାପ ବୃଦ୍ଧି ହେଉଥିବା ବେଳେ ଅଭିଭାବକ ମହଲରେ ମଧ୍ୟ ଅସନ୍ତୋଷ ପ୍ରକାଶ ପାଇଛି।

କରୋନା ମହାମାରୀ ଯୋଗୁ ଗତ ମାର୍ଚ୍ଚ ମାସରୁ ଶିକ୍ଷା ବ୍ୟବସ୍ଥା ପ୍ରଭାବିତ ହୋଇଛି। ରୋଗ ସଂକ୍ରମଣକୁ ଦୃଷ୍ଟିରେ ରଖି ବିଦ୍ୟାଳୟ, ମହାବିଦ୍ୟାଳୟ ମାନଙ୍କରେ ଗତ ୬ ମାସ ହେଲା ତାଲା ଝୁଲୁଛି। ଗତ ଶିକ୍ଷା ବର୍ଷର ଶେଷ ସମୟ ଓ ନୂଆ ଶିକ୍ଷାବର୍ଷର ପ୍ରଥମ ସମୟ ଏହି କରୋନା ଯୋଗୁ ପ୍ରଭାବିତ ହୋଇଥିବା ବେଳେ ଛାତ୍ରଛାତ୍ରୀ ମାନେ ଏକ ବିଷମ ପରିସ୍ଥିତି ଦେଇ ଗତି କରୁଛନ୍ତି। ବିଦ୍ୟାଳୟ, ମହାବିଦ୍ୟାଳୟ ଖୋଲିନଥିବାରୁ ସେମାନେ ନୁଆ ଶ୍ରେଣୀର ପାଠପଢା ଆରମ୍ଭ କରିନାହାନ୍ତି। ଏପରିକି ଗତ ଶିକ୍ଷାବର୍ଷର ପରୀକ୍ଷା ମଧ୍ୟ ଭଳ ଭାବେ ସରିନଥିବା ବେଳେ ରାଜ୍ୟ ସରକାର ଉପର ଶ୍ରେଣୀକୁ ଉନ୍ନିତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ପାଠପଢା ଜାରି ରଖିବା ପାଇଁ ରାଜ୍ୟ ସରକାର ଅନଲାଇନ ଶିକ୍ଷାକୁ ଗୁରୁତ୍ୱ ଦେଇଥିବା ବେଳେ ତାହା ମଧ୍ୟ ବଲାଙ୍ଗିର ଜିଲାରେ ଫେଲ ମାରିଛି।ବେସରକାରୀ ବିଦ୍ୟାଳୟ ଓ ମହାବିଦ୍ୟାଳୟ ମାନଙ୍କ ପାଠ ପଢୁଥିବା ଛାତ୍ରଛାତ୍ରୀ ମାନଙ୍କୁ ଛାଡିଦେଲେ ସରକାରୀ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ବେଶୀ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଡିଜିଟିଲା ଶିକ୍ଷା ବ୍ୟବସ୍ଥା ଜିଲାରେ ସଂପୂର୍ଣ୍ଣ ଭାବେ ଫେଲ ମାରିଥିବା ବେଳେ ମୋବାଇଲ, ଇଣ୍ଟରନେଟ ସୁବିଧା ନଥିବାରୁ ପ୍ରାୟ ୮୦ ପ୍ରତିଶତ ଛାତ୍ରଛାତ୍ରୀ ପାଠ ପଢୁନଥିବା ବିଭାଗୀୟ ସୂତ୍ରରୁ ଜଣାପଡିଛି। ଅନ୍ୟପକ୍ଷରେ କୋଚିଂ, ଟିଉସନ ଗୁଡିକ ବନ୍ଦ ଥିବାରୁ ସେଠାରେ ମଧ୍ୟ ପାଠ ପଢିପାରୁନଥିବା ଦେଖିବାକୁ ମିଲିଛି। ଏମିତିରେ ଚଳିତ ଶିକ୍ଷାବର୍ଷର ପରୀକ୍ଷା କେମିତି କରାଯିବ, ବାକି ରହିଥିବା ପାଠପଢା କିପରି ସଂପୂର୍ଣ୍ଣ ହେବ ସେନେଇ ରାଜ୍ୟ ସରକାର ଖସଡା ପ୍ରସ୍ତୁତ କରିପାରିନଥିବା ବେଳେ ନିଜର ଭବିଷ୍ୟତ ଶିକ୍ଷା ନେଇ ଛାତ୍ରଛାତ୍ରୀ ମାନେ ସନ୍ଦିହାନ ରହିଛନ୍ତି। ଅନ୍ୟପକ୍ଷରେ ବିକଲ୍ପ ଶିକ୍ଷା ବ୍ୟବସ୍ଥା ନେଇ ମଧ୍ୟ କୈାଣସି ସରକାରୀ ନିଷ୍ପତ୍ତି ହୋଇପାରୁନଥିବା ବେଳେ ଛାତ୍ରଛାତ୍ରୀ ମାନଙ୍କ କ୍ଷେତ୍ରରେ ପାଠପଢା ମୂଲ୍ୟହୀନ ହୋଇପଡିଛି।

- Advertisement -

ଆସନ୍ତା ସେପ୍ଟେମ୍ବର ମାସରୁ ପାଠପଢା ଆରମ୍ଭ ନେଇ ସରକାରୀ ସ୍ତରରେ ଆଲୋଚନା ଆରମ୍ଭ ହୋଇଥିବା ବେଳେ ବଲାଙ୍ଗିର ଜିଲାରେ ଆଗକୁ ଶିକ୍ଷା ବ୍ୟବସ୍ଥାର ସୁଧାର ଆସିବା ନେଇ ଆଶଙ୍କା ଦେଖାଦେଇଛି। ଜିଲା ଶିକ୍ଷା ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁସାରେ ସରକାରୀ ପଦକ୍ଷେପ ଗୁଡିକ ବାସ୍ତବରେ ସଫଳ ହେଉନାହିଁ ଯାହା କିଛି ସରକାର ନିଷ୍ପତ୍ତି ନେଉଛନ୍ତି ସମସ୍ତ ଛାତ୍ରଛାତ୍ରୀ ମାନଙ୍କ ପକ୍ଷରେ ଯଦି ପ୍ରଜୁଯ୍ୟ ହୁଅନ୍ତା ତା ହେଲେ ଏହି କୋଭିଡ ସମୟରେ ମଧ୍ୟ ଛାତ୍ରଛାତ୍ରୀ ମାନେ ଶିକ୍ଷା ଗ୍ରହଣ କରିପାରନ୍ତେ ବୋଲି କହିଛନ୍ତି।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories