www.samajalive.in
Monday, December 8, 2025
13.1 C
Bhubaneswar

୧୧ ଜିଲାରେ ଯୁବ କଂଗ୍ରେସର ନୂଆ ସଭାପତି ନିଯୁକ୍ତ

ଭୁବନେଶ୍ୱର:  ଅଖିଳ ଭାରତୀୟ ଯୁବ କଂଗ୍ରେସ କମିଟିର ଅନୁମୋଦନ କ୍ରମେ ଓଡିଶା ପ୍ରଦେଶ ଯୁବ କଂଗ୍ରେସ ସଭାପତି ଡ. ସ୍ମୃତି ରଂଜନ ଲେଙ୍କା ରାଜ୍ୟର ୧୧ଟି ସାଂଗଠନିକ ଜିଲ୍ଲା ଯୁବ କଂଗ୍ରେସ ସଭାପତି ଘୋଷଣା କରିଛନ୍ତି। ମୟୁରଭଞ୍ଜ ଜିଲ୍ଲା ଯୁବ କଂଗ୍ରେସ ସଭାପତି ଭାବେ ଅଂଶୁମାନ ଦାସଙ୍କୁ ନିଯୁକ୍ତି ଦିଆଯାଇଛି । ସେହିପରି ବୌଦ୍ଧ – ମହେଶ୍ୱର ପ୍ରଧାନ, କେନ୍ଦୁଝର – ସୁନେଶ କୁମାର ଧିର୍‍, ଭୁବନେଶ୍ୱର – ରଂଜିତ୍‍ ପାତ୍ର, ଖୋର୍ଦ୍ଧା – ସ୍ୱାଗତ କର, କନ୍ଧମାଳ – ବସନ୍ତ କୁମାର ପାଢ଼ୀ, ଦେବଗଡ – ଅମିତ୍‍ କୁମାର ରଂଜିତ୍‍, ପୁରୀ – ପ୍ରେମ୍‍ଜିତ୍‍ ମହାନ୍ତି, ବାଲେଶ୍ୱର – ରଂଜନ କୁମାର ଦାସ ଓ ରାୟଗଡା ଜିଲ୍ଲା ଯୁବ କଂଗ୍ରେସ ସଭାପତି ଭାବେ ପ୍ରଦୀପ କୁମାର ସାହୁ ରହିଥିବା ବେଳେ ବରଗଡ ଜିଲ୍ଲା ଯୁବ କଂଗ୍ରେସର ଦୁଇଜଣ କାର୍ଯ୍ୟକାରୀ ସଭାପତି ଭାବେ ଇଂ. ସୁଶାନ୍ତ ସାହୁ ଓ ଅଭିଷେକ ସେଠ୍‍ଙ୍କୁ ନିଯୁକ୍ତି ଦିଆଯାଇଛି ।

OPYC Press Release

- Advertisement -

ସେହିପରି ଭାବେ ରାଜ୍ୟ ଯୁବ କଂଗ୍ରେସର ଆଇନ୍‍ ବିଭାଗର ମୁଖ୍ୟ ଭାବେ ଆଡ୍‍ଭୋକେଟ୍‍ ଆଦିତ୍ୟ ପ୍ରସାଦ ପରିଡାଙ୍କୁ ନିଯୁକ୍ତି ଦିଆଯାଇଥିବା ବେଳେ ଯୁବ କଂଗ୍ରେସର ମିଡିଆ କମିଟି ମଧ୍ୟ ଘୋଷଣା କରାଯାଇଛି। ଏହି କମିଟିରେ ମାନସ ରଂଜନ କର, ଅଜୟ କୁମାର ସାହୁ, ନଳିନୀକାନ୍ତ ନାୟକ, ଅମ୍ରିତା ଦାସ, ବିରେନ୍ଦ୍ର ବାଗ, ଶ୍ରୀଜିତ୍‍ ମହାପାତ୍ର ଓ ସୁମିତ୍ରା ଜେନାଙ୍କୁ ମୁଖପାତ୍ର ଏବଂ ମିଡିଆସେଲ୍‌ର ସଂଯୋଜକ ଭାବେ ନଳିନୀକାନ୍ତ ନାୟକଙ୍କୁ ନିଯୁକ୍ତି ଦିଆଯାଇଛି।

Hot this week

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

Related Articles

Popular Categories