www.samajalive.in
Sunday, December 7, 2025
18.1 C
Bhubaneswar

ରାଜ୍ୟର ଜଳ ସଂକଟକୁ ଦୂର କରିବା ପାଇଁ କାର୍ଯ୍ୟରତ ମୋଦୀ ସରକାର : ଧର୍ମେନ୍ଦ୍ର ପ୍ରଧାନ

• ରାଜ୍ୟର ଗ୍ରାମାଂଚଳର ସବୁ ଘରକୁ ପାଇପ୍‍ ଯୋଗେ ବିଶୁଦ୍ଧ ପାନୀୟ ଜଳ ପହଁଚାଇବା ଲକ୍ଷ୍ୟ
• ତଥ୍ୟ ଅନୁସାରେ ଓଡିଶାର ଗ୍ରାମାଞ୍ଚଳର ୮୧.୨୫ ଲକ୍ଷ ଘରୁ ମାତ୍ର ୪ ପ୍ରତିଶତରୁ କମ୍‍ ପରିବାର ପାଇପ୍‍ ଯୋଗେ ଜଳ ପାଉଛନ୍ତି
• ଓଡ଼ିଶାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଜଳ ସୁରକ୍ଷାକୁ ସୁଦୃଢ କରୁଛନ୍ତି ମୋଦୀ
• ଚଳିତ ବର୍ଷ ‘ଜଳ ଜୀବନ ମିଶନ’ ଅଧୀନରେ ଓଡ଼ିଶାକୁ ମିଳିଛି ୮୧୨ କୋଟି
• ୨୦୨୪ ସୁଦ୍ଧା ଦେଶର ପ୍ରତ୍ୟେକ ଘରକୁ ପାନୀୟ ଜଳ ପହଞ୍ଚାଇବାର ଲକ୍ଷ୍ୟ
• ସ୍ୱଚ୍ଛତା ପରେ ଜଳ ସୁରକ୍ଷା ଆକାଂକ୍ଷୀ ଭାରତର ହୋଇଛି ନୂଆ ସଂକଳ୍ପ
• ପ୍ରଧାନମନ୍ତ୍ରୀଙ୍କ ଜଳ ଯୋଗାଣ ପ୍ରକଳ୍ପ ଘରୋଇ ଇସ୍ପାତର ଚାହିଦାକୁ ବଢ଼ାଇବ
ନୂଆଦିଲ୍ଲୀ/ଭୁବନେଶ୍ୱର : ରାଜ୍ୟରେ ବର୍ଷ ବର୍ଷ ଧରି ଜଳର ଅଭାବ ଏବଂ ପିଇବା ପାଇଁ ବିଶୁଦ୍ଧ ପାଣି ଓ ଜଳସେଚନ ଓଡ଼ିଶା ପାଇଁ ବଡ ଆହ୍ୱାନ ସଦୃଶ ହୋଇଛି। ମୋଦୀ ସରକାର ଏହି ଆହ୍ୱାନକୁ ଦୂର କରିବା ସହ ରାଜ୍ୟର ସବୁ ଗାଁର ପ୍ରତ୍ୟେକ ଘରକୁ ପାଇପ୍‍ ଯୋଗେ ବିଶୁଦ୍ଧ ପାନୀୟ ଜଳ ପହଞ୍ଚାଇବା ଦିଗରେ କାମ କରୁଛନ୍ତି ବୋଲି ଟ୍ୱିଟ୍‍ କରି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀଙ୍କ ‘ଜଳ ଜୀବନ ମିଶନ’ ପ୍ରସଙ୍ଗରେ ଟ୍ୱିଟ୍‍ କରି କହିଛନ୍ତି ଯେ ଇଣ୍ଟିଗ୍ରେଟେଡ୍‍ ମ୍ୟାନେଜମେଣ୍ଟ ଇନଫରମେସନ୍‍ ସିଷ୍ଟମ(ଆଇଏମଆଇଏସ) ଅନୁସାରେ ପାନୀୟ ଜଳ ଓ ପରିମଳ ବିଭାଗର ତଥ୍ୟନୁଯାୟୀ ୨୦୧୯ ଡିସେମ୍ବର ୩୦ ସୁଦ୍ଧା ଓଡ଼ିଶାର ଗ୍ରାମାଞ୍ଚଳର ୮୧.୨୫ ଲକ୍ଷ ଘରୁ ମାତ୍ର ୪ ପ୍ରତିଶତରୁ କମ୍‍ ପରିବାର ପାଇପ୍‍ ଯୋଗେ ଜଳର ସୁବିଧା ପାଉଛନ୍ତି। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଭାରତ ସରକାର ଗ୍ରାମାଞ୍ଚଳର ସମସ୍ତ ଘରକୁ ପାଇପରେ ପାଣି ପହଞ୍ଚାଇବା ପାଇଁ କାମ କରୁଛନ୍ତି।
ଓଡ଼ିଶାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ମୋଦି ରାଜ୍ୟରେ ଜଳ ସୁରକ୍ଷାକୁ ସୁଦୃଢ଼ କରିବା ଦିଗରେ ପ୍ରୋତ୍ସାହନ ଯୋଗାଉଛନ୍ତି। ୨୦୨୦-୨୧ ଆର୍ଥିକ ବର୍ଷ ‘ଜଳ ଜୀବନ ମିଶନ’ ଅଧୀନରେ ଓଡ଼ିଶାକୁ ୮୧୨ କୋଟି ଅନୁଦାନ ମିଳିଛି। ପୂର୍ବ ବର୍ଷ ଏହି ଯୋଜନାରେ ରାଜ୍ୟକୁ ୨୯୭ କୋଟି ଟଙ୍କା ମିଳିଥିଲା ବୋଲି ମତବ୍ୟକ୍ତ କରିଛନ୍ତି ଶ୍ରୀ ପ୍ରଧାନ। ସେ କହିଛନ୍ତି ଆଜି ବିଶୁଦ୍ଧ ପାନୀୟ ଜଳ ଲୋକଙ୍କ ଦୈନଦିନ ଜୀବନର ଆଧାର ହୋଇଛି। ପାନୀୟ ଜଳ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ସମାଧାନ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ଆରମ୍ଭ ହୋଇଥିବା ‘ଜଳ ଜୀବନ ମିଶନ’ ଏକ ଜନ ଆନ୍ଦୋଳନରେ ପରିଣତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ସରକାର ନୂଆ ଭାରତର କଳ୍ପନାକୁ ସାକାର କରିବା ପାଇଁ ଆଗ୍ରହ ସହକାରେ କାର୍ଯ୍ୟ କରୁଛନ୍ତି। ସ୍ୱଚ୍ଛତା ପରେ ଜଳ ସୁରକ୍ଷା ଆକାଂକ୍ଷୀ ଭାରତର ନୂଆ ସଂକଳ୍ପ ହୋଇଛି। ୨୦୨୪ ସୁଦ୍ଧା ପ୍ରତ୍ୟେକ ଘରକୁ ପାନୀୟ ଜଳ ପହଞ୍ଚାଇବାର ଲକ୍ଷ୍ୟ ନେଇ ମୋଦି ସରକାର କାମ କରୁଛନ୍ତି।
ଦେଶର ନାଗରିକଙ୍କୁ ସଶକ୍ତ କରିବା, ଜୀବନଶୈଳିକୁ ସୁଗମ କରିବା ସହ ତୃଣମୂଳ ସ୍ତରରେ ଲୋକଙ୍କ ଜୀବନରେ ମୂଳଭୁତ ପରିବର୍ତ୍ତନ ଆଣିବା ପ୍ରଧାନମନ୍ତ୍ରୀ ମୋଦିଙ୍କ ଶାସନର ପ୍ରାଥମିକତାରେ ରହିଛି। ପ୍ରଧାନମନ୍ତ୍ରୀ ମୋଦି ଲୋକଙ୍କ ଆକାଂକ୍ଷାକୁ ପୂରଣ କରିବା ପାଇଁ ନିରନ୍ତର କଟିବଦ୍ଧ ଥିବା ଐତହାସିକ ଲାଲକିଲ୍ଲାରୁ କହିଛନ୍ତି। ଆମେ ଦୈନିକ ୧ ଲକ୍ଷରୁ ଉର୍ଦ୍ଧ୍ୱ ପରିବାରକୁ ପାଇପ୍‍ ଯୋଗେ ପାନୀୟ ଜଳ ପହଞ୍ଚାଇବାରେ ସଫଳ ହୋଇଛୁ। ମୋଦି ସରକାର ବିଶୁଦ୍ଧ ପାଣିର ଉପଲବ୍ଧି ତଥା ଦେଶର ଗ୍ରାମାଞ୍ଚଳରେ ରହୁଥିବା ପରିବାର ମାନଙ୍କୁ ପାଇପ୍‍ ଯୋଗେ ଜଳ ଯୋଗାଇବା କାମକୁ ଯଥେଷ୍ଟ ଗୁରୁତ୍ୱ ଦେବା ସହ
ଅଭିନବ ଉପାୟରେ କାର୍ଯ୍ୟ କରୁଛନ୍ତି। ସମସ୍ତ ଘରକୁ ପାଇପ୍‍ ଯୋଗେ ବିଶୁଦ୍ଧ ଜଳ ଯୋଗାଣ ପ୍ରକଳ୍ପ ଘରୋଇ ଇସ୍ପାତର ଚାହିଦାକୁ ବଢ଼ାଇବ, ରୋଜଗାର ସୃଷ୍ଟି କରିବ ଏବଂ ମେକ୍‍ ଇନ୍‍ ଇଣ୍ଡିଆକୁ ସୁଦୃଢ଼ କରିବା ସହ ଆତ୍ମନିର୍ଭର ଭାରତ ନିର୍ମାଣ
କଳ୍ପନାରେ ବଡ଼ ଯୋଗଦାନ ରହିବ ବୋଲି ଶ୍ରୀ ପ୍ରଧାନ ଟ୍ୱିଟ୍‍ କରିଛନ୍ତି।

Hot this week

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

Related Articles

Popular Categories