ତାର ବାନ୍ଧି ଉଛଳା ନାଳ ପାର ଘଟଣା : ସ୍ଥିତି ଅନୁଧ୍ୟାନ କଲା ପ୍ରଶାସନ

ପାତ୍ରପୁର : ଗଂଜାମ ଜିଲ୍ଲା ପାତ୍ରପୁର ବ୍ଲକ ବୁରାତାଲ ପଞ୍ଚାୟତ ମହେନ୍ଦ୍ରତନୟା ନଦୀର ଶାଖା ଜାମୁଗଣ୍ଡ ନାଳରେ ପାଣି ଆସିବାରୁ ଗ୍ରାମବାସୀ ମାନେ ତାର ବାନ୍ଧି ବିଦ୍ୟାଳୟକୁ ଯାଇ ଥିବା ପିଲା ମାନଙ୍କୁ ନାଳ ପାର କରିଥିଲେ। ଏହି ଖବର ପ୍ରକାଶ ପାଇବା ପରେ ସୋମବାର ପାତ୍ରପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରକାଶ ଚନ୍ଦ୍ର ଦାସ, ତହସିଲଦାର ଅମିତ କୁମାର ନାୟକ,  ଜରଡ଼ା ଥାନା ଅଧିକାରୀ ଭବାନନ୍ଦ ପ୍ରଧାନ, ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରି ଫେରିଛନ୍ତି ।

prayash

ଗତ ଶୁକ୍ରବାର ଦିନ ଜାମୁଗଣ୍ଡ ଅପର ପାର୍ଶ୍ୱରେ ଥିବା ଗ୍ରାମର ପିଲାମାନେ ପାଠ ପଢିବା ପାଇଁ ବିଦ୍ୟାଳୟକୁ ଆସିଥିଲେ । ତେବେ ଫେରିବାବେଳକୁ ରାସ୍ତ।ରେ ପଡୁଥିବା ନାଳରେ ବର୍ଷାଯୋଗୁଁ ପାଣି ଆସି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । ଯାହା ଫଳରେ ପିଲାମାନେ ନଦୀ କୂଳରେ ରହି ଡାକ ପକାଇ ଥିଲେ । ତାଙ୍କ ଡାକ ଶୁଣି ଗ୍ରାମବାସୀ ପହଞ୍ଚି ପିଲାଙ୍କୁ ନଦୀରେ ଏକ ବିଦ୍ୟୁତ ତାର ଟାଣି ପାର କରିଥିଲେ । ଯାହାକୁ ନେଇ ବିଭିନ୍ନ ଗଣ ମାଧ୍ୟମରେ ଖବର ପ୍ରକାଶ ପାଇଥିଲା । ତୁରନ୍ତ ଏହି ଘଟଣା ସମ୍ପର୍କରେ ଅନୁଧ୍ୟାନ କରି ରିପୋର୍ଟ ଦେବାକୁ ଗଞ୍ଜାମ ଜିଲ୍ଲାପାଳ ପାତ୍ରପୁର ପ୍ରଶାସନକୁ ଜଣାଇ ଥିଲେ । ଆଜି ଅଧିକାରୀମାନେ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ଲୋକଙ୍କ ସହିତ ଆଲୋଚନା କରିଥିଲେ । ଏହି ନଦୀ କୂଳରେ ପାଞ୍ଚଟି ଗ୍ରାମ ରହିଥିବା ବେଳେ ଅନ୍ୟ ନଅ ଗୋଟି ଗ୍ରାମ ନଦୀଠାରୁ ଅନତି ଦୂରରେ ରହିଛି । ଏହି ସମସ୍ତ ଚଉଦ ଆଦିବାସୀ ଗ୍ରାମର ଲୋକମାନେ ବିଭିନ୍ନ କାର୍ଯ୍ୟ ପାଇଁ ଜାମୁଗଣ୍ଡ ନାଳ ପାରହୋଇ ଆସି ଥାଆନ୍ତି। ଲୋକଙ୍କ ଏହି ଅସୁବିଧା ନେଇ ପୂର୍ବରୁ ବ୍ଳକ ପ୍ରଶାସନକୁ ଜଣାଇ ପୋଲ ନିର୍ମାଣ କରିବା ପାଇଁ ଗତ ବର୍ଷ ନିବେଦନ କରିଥିଲେ । ତେବେ ତାର ବାନ୍ଧି ନଦୀପାର ଘଟଣା ପରେ ଅଧକାରୀ ମନେ ପହଞ୍ଚିବା ସହ ପିଲାଙ୍କ ଯାତାୟାତ ପାଇଁ ନାଳରେ ଏକ ଲୁହାରେ ନିର୍ମିତ ପୋଲ ପ୍ରଥମେ ବସାଇବା ପାଇଁ ସ୍ତିର ହୋଇଛି। ଏପରିକି ପୋଲନିର୍ମାଣକାର୍ଯ୍ୟ ଶେଷ ହେବା ପର୍ଯ୍ୟନ୍ତ ପିଲାଙ୍କ ଯାତାୟାତର ସୁରକ୍ଷା ବ୍ୟବସ୍ଥା ପାଇଁ କର୍ମଚାରୀ ମୁତୟନ କରି ଯାତାୟାତରେ ଯେଭଳି ଅସୁବିଧା ନ ହୁଏ ସେଥିଲାଗି ପଦକ୍ଷେପ ନେବାକୁ ସ୍ଥିର ହୋଇଥିବା ତହସିଲଦାର ଅମିତ କୁମାର ନାୟକ କହିଛନ୍ତି । ଏପରିକି ଏହି ନାଳରେ ପୋଲ ନିର୍ମାଣ ସମ୍ପର୍କରେ ସ୍ଥିତି ଅନୁଧ୍ୟାନ ପାଇଁ ଗ୍ରାମ୍ୟ ଉନ୍ନୟନବିଭାଗକୁ କୁହାଯାଇଛି।

kalyan agarbati

Comments are closed.