www.samajalive.in
Sunday, December 14, 2025
26.1 C
Bhubaneswar

ପାଣିରେ ବୁଡି ସେବାଶ୍ରମର ଛାତ୍ର ମୃତ୍ୟୁ ଘଟଣା; ପ୍ରଧାନଶିକ୍ଷକ ନିଲମ୍ବିତ

କନ୍ଧମାଳ: ଚକାପାଦ ବ୍ଲକ ବସ୍ତିଙ୍ଗିଆ ସେବାଶ୍ରମର ଜଣେ ଛାତ୍ର ପାଣିରେ ବୁଡି ମୃତ୍ୟୁ ଘଟିଥିବା ମାମଲା ପ୍ରଧାନଶିକ୍ଷକ ନିଲମ୍ବିତ ହୋଇଛନ୍ତି । ଦୁଇ ଦଳ ଅଧିକାରୀ ଟିମ ପୃଥକ ଭାବେ ତଦନ୍ତ କରିବା ପରେ ଜିଲ୍ଲାପାଳ ଆଜି ପ୍ରଧାନଶିକ୍ଷକ ଧିରେନ୍ଦ୍ର କୁମାର ତ୍ରିପାଠୀଙ୍କୁ ନିଲମ୍ବନ କରିଛନ୍ତି । ଏହି ମାମଲାରେ ସୁପରଟେଣ୍ଟଙ୍କ ପ୍ରତି ଦୃଢ କାର୍ୟ୍ୟାନୁଷ୍ଠାନ ନିଆଯିବାର ସମ୍ଭାବନା ରହିଛି ।

ସୂଚନାଯୋଗ୍ୟ, ଗତ ୨୦ ତାରିଖରେ ବସ୍ତିଙ୍ଗିଆ ସେବାଶ୍ରମର ୩ ଜଣ ଛାତ୍ର ନିକଟସ୍ଥ ଏକ କେନାଲକୁ ଗାଧୋଇବାକୁ ଯାଇଥିଲେ । ଅସାବଧାନତା ବଶତଃ ସେମାନଙ୍କ ମଧ୍ୟରୁ ଜଣଙ୍କର ପାଣିରେ ବୁଡି ମୃତ୍ୟୁ ଘଟିଥିଲା । ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇବା ସହ ପୁଅକୁ ହତ୍ୟା କରାଯାଇଥିବା ନେଇ ପରିବାର ପକ୍ଷରୁ ଅଭିଯୋଗ ହୋଇଥିଲା । ମୃତ ଛାତ୍ରଙ୍କ ନାମ ହେଲା ପ୍ରତ୍ୟୁଷ ଏବଂ ସେ ଷଷ୍ଠ ଶ୍ରେଣୀରେ ପଢୁଥିଲେ ।

Hot this week

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

Related Articles

Popular Categories