www.samajalive.in
Sunday, December 7, 2025
26.1 C
Bhubaneswar

ଲକଡାଉନ ଦେଖାଇଲା ବାଟ, ନିଆରା ଗାଡି ଉଦ୍ଭାବନ କଲେ ଛାତ୍ର ମଧୁମୁକ୍ତି 

ଯାଜପୁର : କରୋନା ମହାମାରୀ ଯୋଗୁ ସମସ୍ତ ସ୍କୁଲ କଲେଜ ବନ୍ଦ । ଗୃହବନ୍ଦୀ ହୋଇ ରହିଛନ୍ତି ଛାତ୍ରଛାତ୍ରୀ । ତେବେ ଏହା ଭିତରେ କିଛି ଛାତ୍ରଛାତ୍ରୀଙ୍କ ଅର୍ନ୍ତନିହିତ ପ୍ରତିଭାର ବିକାଶ ଘଟିଛି । ନିଜ ଭିତରେ ଥିବା ସୃଜନଶୀଳତାର ପରିପ୍ରକାଶ ହୋଇଛି । ଆମେ କହୁଛୁ ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଭୁବନ ଗ୍ରାମର ଛାତ୍ର ମଧୁମୁକ୍ତି ମହାରଣାଙ୍କ କଥା । ଯିଏ କି ଲକଡାଉନ ସମୟରେ ଏକ ନିଆରା ଗାଡି ଉଦ୍ଭାବନ କରି ଚର୍ଚ୍ଚାକୁ ଆସିଛନ୍ତି । ପବଜି ଗେମ୍ ଦେଖୁ ଦେଖୁ ଏକ ବଗି ତିଆରି କରିବାକୁ ମନ ବଳାଇଥିଲେ । ଏନେଇ ସେ ୟୁଟ୍ୟୁବର ସାହାଯ୍ୟ ନେଇଥିଲେ । ଘରେ ଅବ୍ୟବହୃତ ସାମଗ୍ରୀରେ ଏକ ମୋଟର ସାଇକେଲର ଇଂଜିନ ଓ ଅନ୍ୟାନ୍ୟ ସରଂଜାମ ବ୍ୟବହାର କରି ସେ ଏହି ଗାଡି ପ୍ରସ୍ତୁତ କରିଛନ୍ତି । ଚାରି ଚକିଆ ବିଶିଷ୍ଟ ଏହି ଗାଡିଟି ପେଟ୍ରୋଲରେ ଚାଲୁଛି । ଏହାର ବେଗ ଘଂଟା ପ୍ରତି ୩୦/୪୦ କିଲୋମିଟର ରହିଛି । ଏବେ ଗାଡିରେ ୨ଟି ସିଟ୍ ରହିଥିବା ବେଳେ ଏଥିରେ ୩/୪ଜଣ ବସି ଯାତାୟତ କରିବା ପାଇଁ ଉଦ୍ୟମ ଚଳାଇଛନ୍ତି । ଏହି ଗାଡିଟି ବିଭିନ୍ନ କାମରେ ଉପଯୋଗ ହୋଇପାରିବ ବୋଲି କହିଛନ୍ତି ମଧୁମୁକ୍ତି ।

ଧର୍ମଶାଳା ବ୍ଲକ ଭବାନୀପୁର ପଂଚାୟତ ଭୁବନ ଗ୍ରାମର ବିଶ୍ୱନାଥ ମହାରଣା ଓ କଲ୍ୟାଣୀ ମହାରଣାଙ୍କ ଏକମାତ୍ର ପୁଅ ମଧୁମୁକ୍ତି । ସେ ଭୁବନେଶ୍ୱର ସ୍ଥିତ ଏକ ଘରୋଇ କଲେଜରେ କଂମ୍ପ୍ୟୁଟର ସାଇନ୍ସର ବିଟେକ୍ ଛାତ୍ର । ପିଲା ବେଳୁ କିଛି ନୂଆ ଜିନିଷ ତିଆରି କରିବା ପାଇଁ ତାଙ୍କର ରହିଥିଲା ଆଗ୍ରହ । ଏମିତି ବିଭିନ୍ନ ଇଲୋକଟ୍ରୋନିକ୍ସ ଖେଳନା ସାମଗ୍ରୀ ତିଆରି କରିବା ସହ ମରାମତି କରିବାର ତାଙ୍କର ଦକ୍ଷତା ବି ରହିଛି । ପୂର୍ବରୁ ବିଦ୍ୟାଳୟସ୍ତରରେ ଅନୁଷ୍ଠିତ ବିଜ୍ଞାନ ପ୍ରଦର୍ଶନୀରେ ବିଭିନ୍ନ ପ୍ରକଳ୍ପ ତିଆରି କରି ସେ ପୁରସ୍କୃତ ହୋଇଛନ୍ତି । ଏବେ କୋଭିଡ ସମୟରେ ଘରେ ରହି ସେ ଏଭଳି ଗାଡିଟିଏ ତିଆରି କରିଛନ୍ତି । ଯାହାକୁ ପ୍ରଶଂସା କରିଛନ୍ତି ଗ୍ରାମବାସୀ ।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories