ବିଳମ୍ବରେ ପହଞ୍ଚି ପରୀକ୍ଷାରୁ ବଞ୍ଚିତ ଛାତ୍ର

ସିମୁଳିଆ : ସାଇକେଲ ଚେନ ଛିଡି ଯିବାରୁ ପରୀକ୍ଷା କେନ୍ଦ୍ରରେ ବିଳମ୍ବରେ ପହଞ୍ଚିବାରୁ ପରୀକ୍ଷାରୁ ବଞ୍ଚିତ ହୋଇଛନ୍ତି ଜଣେ ଛାତ୍ର । ସୂଚନାରୁ ପ୍ରକାଶ ଚଳିତ ବର୍ଷ ଦଶମ ବୋର୍ଡ଼ ପରୀକ୍ଷା ଚାଲିଛି । ଆଜି ପଞ୍ଚମ ଦିନ ସାମାଜିକ ବିଜ୍ଞାନ ପରୀକ୍ଷା ପାଇଁ ମାର୍କୋଣା ରଘୁନାରାୟଣ ହାଇସ୍କୁଲର ଛାତ୍ର ମହେଶ୍ବର ଜେନା ନିଜ ସାଇକେଲ ଯୋଗେ ମଇତାପୁର ସେବାନିଧି ପରୀକ୍ଷା କେନ୍ଦ୍ରକୁ ଯାଉଥିଲେ । ଜାତୀୟ ରାଜପଥ ସିମୁଳିଆ ମହାବିଦ୍ୟାଳୟ ନିକଟରେ ମହେଶ୍ବର ସାଇକେଲ ଚେନଟି ଛିଡି ଯିବାରୁ ବିକଳରେ କାନ୍ଦିବାକୁ ଲାଗିଲେ । ସହୃଦୟ ବ୍ୟକ୍ତି ଛାତ୍ର ଜଣକ କାନ୍ଦୁଥିବା ଦେଖି ବାଇକରେ ପରୀକ୍ଷା କେନ୍ଦ୍ରକୁ ଆଣିଥିଲେ । ୯ଟା୪୦ ରେ ପହଞ୍ଚି ଥିବାରୁ ପରୀକ୍ଷା କେନ୍ଦ୍ର ଫାଟକ ବନ୍ଦ ହୋଇଯାଇଥିଲା । ପରୀକ୍ଷା କେନ୍ଦ୍ରରେ ଉପସ୍ଥିତ ବହୁ ଅଭିଭାବକ କେନ୍ଦ୍ର ସହ ଯୋଗାଯୋଗ କରାଯାଇଥିଲେ ବି କୌଣସି ସୁବିଧା ହୋଇ ପାରି ନ ଥିଲା । ଶେଷରେ ଛାତ୍ର ଜଣକ ଆଜିର ଦିନର ପରୀକ୍ଷାରେ ଅନୁପସ୍ଥିତ ହୋଇଥିଲେ । ଏ ସଂକ୍ରାନ୍ତରେ ସିମୁଳିଆ ବ୍ଳକ ଶିକ୍ଷାଅଧିକାରୀ ପ୍ରକାଶ ଚନ୍ଦ୍ର ମହାଳିକଙ୍କୁ ଯୋଗାଯୋଗ କରିବାରୁ ଗାଇଡ଼ ଲାଇନ ଅନୁଯାୟୀ ଛାତ୍ରଙ୍କୁ ପରୀକ୍ଷା କେନ୍ଦ୍ରକୁ ପରୀକ୍ଷା ନିମନ୍ତେ ଅନୁମତି ଦିଆଯାଇ ନ ଥିବା ପ୍ରକାଶ କରିଥିଲେ ।
Comments are closed.