www.samajalive.in
Wednesday, December 10, 2025
15.1 C
Bhubaneswar

୧୨୬ କିଲୋ ଗଞ୍ଜେଇ ସହ ୨ ଗିରଫ, ଗିରଫ ଦ୍ଵୟଙ୍କୁ ଛାଡ଼ିବା ଦାବିରେ ଗ୍ରାମବାସୀଙ୍କ ଜାତୀୟ ରାଜପଥରେ ଧାରଣା

ମୋହନା: ଗଜପତି ଆରକ୍ଷୀ ଅଧିକ୍ଷକ ତପନ କୁମାର ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଅଡ୍‌ବା ଥାନା ଅଧିକାରୀ ତପନ କୁମାର ପତିଙ୍କ ନେତୃତ୍ଵରେ ଗୁଲୁବା-ସିନ୍ଧୁବା ରାସ୍ତାରେ ପାଟ୍ରୋଲିଂ କରୁଥିବା ବେଳେ ଏକ ମିନିଟ୍ରକକୁ ସନ୍ଦେହରେ ଅଟକାଇ ଯାଞ୍ଚ କରିବାବେଳେ ଗାଡିରୁ ୧୨୬ କିଲୋ ଗଂଜେଇ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଦ୍ୱୟ ହେଉଛନ୍ତି ତେଲେଙ୍ଗାପଦା ଗ୍ରାମର କୂଳକାନ୍ତ ନାୟକ(୨୩) ଓ ଶୁଣ୍ଢିପଦା ଗ୍ରାମର ଘାସି ନାୟକ(୧୯) ବୋଲି ଅଡବା ଥାନା ଅଧିକାରୀ ଶ୍ରୀ ପତି କହିଛନ୍ତି । କିନ୍ତୁ ପରିବାର ଲୋକଙ୍କ କହିବା ପ୍ରକାରେ ଗାଡିରୁ ଗଞ୍ଜେଇ ଜବତ ଘଟଣା ମିଛ । ମିଥ୍ୟା କେସରେ ପୁଲିସ୍ ଉଭୟଙ୍କୁ ଗିରଫ କରିବା ଓ କେସ୍‌ ପ୍ରତ୍ୟାହାର କରିବା ଦାବୀରେ ଉଭୟ ଗ୍ରାମର ୨୫ରୁ ଉର୍ଦ୍ଧ୍ଵ ମହିଳା ଓ ପୁରୁଷ ଅଡ୍‌ବା ଥାନା ସମ୍ମୁଖ ଜାତୀୟ ରାଜପଥ-୩୨୬ ରେ ଟାୟାର ଜାଳି ନାରାବାଜି କରି ରାସ୍ତା ଅବରୋଧ କରି ଧାରଣରେ ବସିଥିଲେ । ଖବର ପାଇ ରା.ଉଦୟଗିରି ଏସଡ଼ିପିଓ ଦିଲ୍ଲୀପ କୁମାର ନାୟକ ଓ ମୋହନା ଥାନା ଅଧିକାରୀ ସୁଜିତ୍ କୁମାର ନାୟକ ଘଟଣାସ୍ଥଳରେ ପହଞ୍ଚି ଉତେଜିତ ଲୋକମାନଙ୍କୁ ବୁଝାସୁଝା କରି ଉପରିସ୍ଥ ଅଧିକାରୀଙ୍କ ଦ୍ୱାରା ଏହାର ତଦନ୍ତ କରାଯାଇ ଦୋଷୀ ପ୍ରତି ଦୃଢ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସ୍‌ଡ଼ିପିଓ ଶ୍ରୀ ନାୟକ କହିବାପରେ ପରିସ୍ଥିତି ଶାନ୍ତ ହୋଇଥିଲା । ଉତ୍ତେଜିତ ଗ୍ରାମବାସୀମାନେ ରାସ୍ତା ଅବରୋଧରୁ ହଟିଥିଲେ ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories