www.samajalive.in
Wednesday, December 10, 2025
15.1 C
Bhubaneswar

ଗୋଚର ଜମିରେ ପ୍ରଧାନମନ୍ତ୍ରୀ ଆବାସ ବିରୁଦ୍ଧରେ ତହସିଲ କାର୍ଯ୍ୟାଳୟ ଆଗରେ ଧାରଣା

ପାଟଣା : କେନ୍ଦୁଝର ଜିଲା ପାଟଣା ବ୍ଲକ  ମୂଷାଖୋରୀ ପଞ୍ଚାୟତର ମୂଷାନାଳୀ ଗ୍ରାମର ସରକାରୀ ଗୋଚର ଜମିରେ ପୂର୍ଣ୍ଣ ମହାନ୍ତ ନାମକ ଜଣେ ବ୍ୟକ୍ତି ବେଆଇନ  ଭାବେ ପ୍ରଧାନମନ୍ତ୍ରୀ ଆବାସ ନିର୍ମାଣ  କରୁଥିବାରୁ ଏହାର ଉଚ୍ଛେଦ ଦାବିରେ ମଙ୍ଗଳବାର ଗ୍ରାମର ବହୁ ମହିଳା ଓ ପୁରୁଷ  ପାଟଣା  ତହସିଲ  ସମ୍ମୁଖରେ  ଧାରଣା ଦେଇଥିଲେ। ସୂଚନା ଯେ ଉକ୍ତ ଜମିରେ ଗ୍ରାମର ମହାନ୍ତ ସମ୍ପ୍ରଦାୟରେ ଲୋକମାନେ ଦୀର୍ଘ ଦିନରୁ କାଳୀ ପୂଜାର ଗୋଠାନ ପୂଜା କରି ଆସୁଥିଲେ। ଉକ୍ତ ସରକାରୀ ଗୋଚର ଜମିରୁ ଜବର ଦଖଲ ହଟାଇବାକୁ ପୂର୍ବରୁ  ଗ୍ରାମବାସୀ  ସ୍ଥାନୀୟ ସରପଞ୍ଚ,  ପାଟଣା ଥାନା ,ତହସିଲଦାର, ବିଡ଼ିଓଙ୍କ ଦ୍ୱାରସ୍ଥ ହୋଇଥିଲେ । ଅଭିଯୋଗର ସମାଧାନ ନହେବାରୁ ବାଧ୍ୟ ହୋଇ ସେମାନେ ତହସିଲ ସାମ୍ନାରେ ଧାରଣା ଦେଇଥିଲେ। ଖୁବ ଶୀଘ୍ର ସରକାରୀ ଜମିରୁ ଜବର ଦଖଲ ଉଚ୍ଛେଦ ନହେଲେ ଆନ୍ଦୋଳନ ଜାରି ରହିବ ବୋଲି ଆନ୍ଦୋଳନକାରୀ ମାନେ ଚେତାବନୀ ଦେଇଛନ୍ତି। ସେମାନେ ଧାରଣା ଉପରେ ବସିବା ପରେ ତହସିଲଦାର ଲୀଳାବତୀ ନାଏକ ଆନ୍ଦୋଳନକାରୀ ମାନଙ୍କ ପାଖକୁ ଯାଇ ୧୫ ଦିନ ମଧ୍ୟରେ ଉକ୍ତ ଜାଗାରୁ ଜବରଦଖଲ ଉଚ୍ଛେଦ କରିବା ପ୍ରତିଶ୍ରୁତି ଦେବାରୁ ଧାରଣାକାରୀ ଧାରଣାରୁ ଓହରିଛନ୍ତି। ଅପର ପକ୍ଷରେ ସରକାରୀ ଜମିରେ କିପରି ଆବାସ ନିର୍ମାଣ ପାଇଁ କାର୍ଯ୍ୟାଦେଶ ଦିଆଗଲା ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସରକାରଙ୍କ ସମସ୍ତ ବିଭାଗ ଉପରେ ତୀକ୍ଷ୍ଣ ନଜର ରଖିବ ବିଜେଡି; ବିଧାୟକଙ୍କୁ ବିଭାଗ ବାଣ୍ଟିଲେ ନବୀନ

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories