www.samajalive.in
Saturday, December 6, 2025
15.1 C
Bhubaneswar

ଏନ୍ଏସି ସମ୍ମୁଖରେ ଜନମଞ୍ଚ ପକ୍ଷରୁ ୩ ଦିନିଆ ଅନଶନ

ପାଟଣାଗଡ : ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଗତ ସାଢେ ଛଅ ବର୍ଷ ଧରି ବହୁ ଅନିୟମିତତା ହୋଇଥିବା ଦର୍ଶାଇବା ସହ ବହୁ ଜନହିତକର ଯୋଜନାର ରୂପାୟନ, ଚାଷୀ ଓ ସାଧାରଣ ଲୋକଙ୍କୁ ସର୍ବନିମ୍ନ ସୁବିଧା ଯୋଗାଇବା ଦାବିରେ ଜନମଞ୍ଚ ପକ୍ଷରୁ ୧୬ ତାରିଖରୁ ୧୮ ତାରିଖ ପର୍ଯ୍ୟନ୍ତ  ଅନଶନ କରାଯିବ ବୋଲି ଏହାର କାର୍ଯ୍ୟକାରୀ ସଭାପତି ଡିଙ୍ଗର କୁମ୍ଭାର ଓ ସାଧାରଣ ସଂପାଦକ ସୁଶୀଲ କୁମାର ନାୟକ ଲିଖିତ ଭାବରେ ଜଣାଇଛନ୍ତି।

ସ୍ଥାନୀୟ ଏନଏସି ପକ୍ଷରୁ ବିଭିନ୍ନ ଉନ୍ନୟନମୂଳକ ଯୋଜନା ଆଳରେ ବହୁ ଅର୍ଥ ବିନିଯୋଗ ହୋଇଥିବା ବେଳେ ସେଗୁଡିକର କୌଣସି ପ୍ରାସଙ୍ଗିକତା ନଥିବା ଜନମଞ୍ଚ ଅଭିଯୋଗ କରିଛି। ଏନଏସି ଅଞ୍ଚଳରେ ଯାଇଥିବା ମୁଖ୍ୟ ରାସ୍ତା ତଥା ଅନ୍ୟାନ୍ୟ ରାସ୍ତାଗୁଡିକର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡିଥିବା ବେଳେ ମୁଖ୍ୟ ରାସ୍ତାର ଉଭୟ ପାର୍ଶ୍ବରେ ରହି ଆସିଥିବା ଜବର ଦଖଲକୁ ଉଚ୍ଛେଦ କରିବା ପାଇଁ ଦାବି କରାଯାଇଛି। ସହର ମଧ୍ୟରେ ନିର୍ମିତ ତ୍ରୁଟିପୂର୍ଣ୍ଣ ଜଳ ନିଷ୍କାସନ ବ୍ୟବସ୍ଥା ତଥା ତହସିଲ ବନ୍ଧ ଭଳି ପୋଖରୀ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି କରୁଥିବା ଦର୍ଶାଯାଇଛି। ବିଜୁ ପକ୍କା ଓ ଜଗା ମିଶନ ଯୋଜନା ବର୍ତ୍ତମାନ ସୁଦ୍ଧା ସହର ମଧ୍ୟରେ ସଂପୂର୍ଣ୍ଣ ଫଳବତୀ ହୋଇପାରିନଥିବା ଦର୍ଶାଯାଇଛି। ଏହାଛଡ଼ା ଏନଏସି ପକ୍ଷରୁ ଅନେକ  ଅନିୟମିତତା କରାଯାଇଥିବା ଦର୍ଶାଇ ଅନଶନର ଚେତାବନୀ ଶୁଣାଇଛି ଜନମଞ୍ଚ। ଏସଂପର୍କରେ ଏନଏସି ଅଧ୍ୟକ୍ଷା, କାର୍ଯ୍ୟ ନିର୍ବାହୀ ଅଧିକାରୀ ଓ ଉପଖଣ୍ଡୀୟ ପୁଲିସ ଅଧିକାରୀଙ୍କୁ ପତ୍ର ମାଧ୍ୟମରେ ଜଣାଇ ସୋମବାର ଦିନ ସାଢେ ୧୦ଟାରୁ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ପାଇଁ ଚେତାବନୀ ଦିଆଯାଇଥିବା ଜଣାପଡିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories