www.samajalive.in
Saturday, December 6, 2025
23.1 C
Bhubaneswar

ସେତୁକାର୍ଯ୍ୟ ସମ୍ପୂର୍ଣ୍ଣ ଓ ବକେୟା ପାଉଣା ଦାବୀରେ ରାଜପଥ ଅବରୋଧ, ବିଡିଓଙ୍କ ପ୍ରତିଶ୍ରୁତି ପରେ ଆନ୍ଦୋଳନ ପ୍ରତ୍ୟାହୃତ

ହରଭଙ୍ଗା: ହରଭଙ୍ଗା ବ୍ଲକ ବାଣିଭୂଷଣପୁର ପଂଚାୟତ ଅର୍ନ୍ତଗତ ବାହାଲି ନାଳ ଉପରେ ନିର୍ମାଣାଧୀନ ସେତୁ କାର୍ଯ୍ୟ ଗତ ଦେଢବର୍ଷହେଲା ବିଲ ମଞୁର କ୍ଷମତା ବିବାଦରେ ଛନ୍ଦିହୋଇ ଏହାର ନିର୍ମାଣ କାର୍ଯ୍ୟ ଝୁଲନ୍ତା ଅବସ୍ଥାରେ ରହିଛି। ସେତୁ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ସାଙ୍ଗକୁ ଶ୍ରମିକଙ୍କ ବକେୟା ମଜୁରୀ ଦାବୀରେ ବୁଧୁବାର ସକାଳେ ୯ନଂ ଜିଲ୍ଲାପରିଷଦ ସଭ୍ୟ ଅବକାଶ ସାହୁଙ୍କ ନେତୃତ୍ୱରେ ବାହାଲି ଏବଂ ତିଲକୂପ ଗାଁ ଲୋକେ ଖୋର୍ଦ୍ଧା-ବଲାଙ୍ଗୀର ୫୭ନଂ ଜାତୀୟ ରାଜପଥ ଅବରୋଧ କରିଥିଲେ। ଦୀର୍ଘ ୩ଘଣ୍ଟା ପରେ ହରଭଙ୍ଗା ବିଡିଓ ନୀଳକଣ୍ଠ ବେହେରା ଘଟଣାସ୍ଥଳରେ ପଂହଚିଥିଲେ। ଏ ସମ୍ପର୍କରେ ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା କରିଥିଲେ। ବୌଦ୍ଧ ଜିଲ୍ଲାପରିଷଦ ବୈଠକ ଚାଲିଥିବାରୁ ଅପରାହ୍ନ ସମୟରେ ବୌଦ୍ଧ ଜିଲ୍ଲାପାଳ ଏବଂ ବୌଦ୍ଧ ପି.ଡି ବାହାଲି ପହଞ୍ଚି ଏ ସମ୍ପର୍କରେ ଲୋକଙ୍କ ସହିତ ଆଲୋଚନା କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଫଳରେ ଆନ୍ଦୋଳନ ସ୍ଥଗିତ ରହିଥିଲା।

ସୂଚନା ଥାଉ କି, ବହୁ ବର୍ଷର ଦାବୀ ପରେ ୨୦୧୮-୧୯ ଆର୍ଥୀକ ବର୍ଷରେ ମନରେଗା ଯୋଜନାରେ ୨୦ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ବାହାଲି ନାଳ ଉପରେ ଏକ ସେତୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହେଲା। ମାତ୍ର ୨୦ଲକ୍ଷ ଟଙ୍କା ବିଲ ମଞୁର କ୍ଷମତା ବ୍ଲକ ସହକାରୀ ଯନ୍ତ୍ରୀଙ୍କ ନଥିବା ଦର୍ଶାଇ ସେତୁ ନିର୍ମାଣ କାର୍ଯ୍ୟ ଅନିୟମିତତା ଏବଂ ତ୍ରୁଟି ଉପରେ ବୌଦ୍ଧ ପି.ଡି କେଁ ଆଣିଲେ। ଏ ସର୍ମ୍ପକରେ ପଂଚାୟତରାଜ ସଚିବଙ୍କୁ ଜଣାଇବା ପରେ ଗତ ମାର୍ଚ୍ଚ ମାସରେ ଭୂବନେଶ୍ୱରରୁ ବିଭାଗୀୟ ଅଧିକ୍ଷଣ ଯନ୍ତ୍ରୀ ଏହାର ତଦନ୍ତ ସାରି ଫେରିଥିଲେ। ମାତ୍ର ତାଙ୍କ ତଦନ୍ତର ୩ମାସ ପରେ ବି ସେତୁ ନିର୍ମାଣ କାର୍ଯ୍ୟ ଅନିୟମିତତା, ତ୍ରୁଟି ଏବଂ ସହମତି ଉପରେ କୌଣସି ଉତର ମିଳିନାହିଁ।ଯାହାଫଳରେ ସେତୁକାର୍ଯ୍ୟ ଆଗେଇ ପାରୁନାହିଁ କି ୧୨ଲକ୍ଷ ୪୫ହଜାର ଟଙ୍କାର ବିଲ ପଇଠରେ ଅହେତୁକ ବିଳମ୍ବ ଦେଖାଦେଇଛି।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories