ଖୁସିରେ ରହିବାର ରହସ୍ୟ ; ଅନ୍ୟ ଠାରୁ ଆଶା କରନ୍ତୁ ନାହିଁ ପ୍ରଂଶସା

ଦୁନିଆର ସବୁଠାରୁ ପ୍ରାଚୀନ ସଭ୍ୟତା ମଧ୍ୟରେ ରୋମ ସଭ୍ୟତା ଗୋଟିଏ। ରୋମାନ୍‌‌ ସମ୍ରାଟ୍‌‌ ମାର୍କସ୍‌‌ ଆରୋଲିୟସ୍‌‌ ୧୨୧ ଖ୍ରୀଷ୍ଟାବ୍ଦରୁ ୧୮୦ ଖ୍ରୀଷ୍ଟାବ୍ଦରେ ସେଠାରେ ଶାସନ କରିଥିଲେ। ସେ ରୋମାନ ସାମ୍ରାଜ୍ୟର ଶେଷ ପାଞ୍ଚଜଣ ସମ୍ରାଟଙ୍କ ମଧ୍ୟରୁ ଜଣେ। ସେହି ଶ୍ରେଷ୍ଠ ସମ୍ରାଟ ମାନେ ସର୍ବଦା ନିଜ ପ୍ରଜାମାନଙ୍କ ପ୍ରତି ଯତ୍ନବାନ୍‌‌ ଥିଲେ। ସେହି ୫ ଜଣଙ୍କ ମଧ୍ୟରେ ମାର୍କସ୍‌‌ ଆରୋଲିୟସ୍‌‌ ମଧ୍ୟ ଜଣେ। ତାଙ୍କୁ ଅନ୍ୟ ମାନଙ୍କ ଠାରୁ ଭିନ୍ନ କରୁଥିବା ଜିନିଷଟି ହେଉଛି ତାଙ୍କର ଦାର୍ଶନିକ ଚିନ୍ତାଧାରା। ସେ ଚାହୁଁଥିଲେ, ଦୁନିଆରେ ସମସ୍ତେ ଖୁସିରେ ରୁହନ୍ତୁ। ଏଥିପାଇଁ ସେ ଖୁବ୍‌‌ ଅଧ୍ୟୟନ ମଧ୍ୟ କରିଥିଲେ। ଏହାପରେ ଖୁସିରେ ରହିବା ପାଇଁ ୯ଟି ଅନନ୍ୟ ଉପାୟ ଖୋଜି ଥିଲେ। ଏହାକୁ ଆପଣାଇ ଆପଣ ମଧ୍ୟ ଖୁସିରେ ରହି ପାରିବେ। ଆରୋଲିୟସ୍‌‌ ନିୟମିତ ସନ୍ଧ୍ୟାରେ ଅଧ୍ୟୟନ କରୁଥିଲେ ଓ ଶୋଇବା ପୂର୍ବରୁ ଡାଏରୀ ଲେଖୁଥିଲେ। ତାଙ୍କ ଡାଏରୀ ଲେଖିବାର ଶୈଳୀ ଆତ୍ମକଥା ଲେଖିବା ଶୈଳୀ ଭଳି ଥିଲା। ଯାହାକୁ ପରେ ବହିରେ ପରିଣତ କରିଥିଲେ। ଯାହା ବର୍ତ୍ତମାନ ସମୟରେ ଆମ ନିକଟରେ ‘ଦ ମେଡିଟେସନ’ (The Meditations) ଭାବେ ରହିଛି। ଜାଣନ୍ତୁ..

ଆରୋଲିୟସ୍‌‌ କହିଛନ୍ତି, ଆପଣଙ୍କ ନିୟନ୍ତ୍ରଣ କେବଳ ୨ଟି ଜିନିଷ ଉପରେ ରହିଛି।
୧- ଆମେ କ’ଣ ଚିନ୍ତା କରୁଛୁ। ସେହି ଚିନ୍ତା ଧାରା ଉପରେ କିଭଳି ପ୍ରୟୋଗ କରାଯାଇପାରିବ। ନିଜର ବହୁମୂଲ୍ୟ ସମୟ ଓ ଶକ୍ତି ଅଯଥାରେ ନଷ୍ଟ କରନ୍ତୁ ନାହିଁ। ସଠିକ୍‌‌ ଶୈଳୀରେ ଏହାର ବ୍ୟବହାର କରନ୍ତୁ।
ଉଦାହରଣ – ଚିନ୍ତା କରନ୍ତୁ ଆପଣ ଟ୍ରାଫିକ୍‌‌ ଜାମ୍‌‌ରେ ଫସି ଯାଇଛନ୍ତି, ସେଠାରେ ଯେତେ ମଧ୍ୟ ହଣ୍ଣ୍‌‌ ବଜାନ୍ତୁ,ଚିଲାନ୍ତୁ, ପ୍ରଶାସନକୁ ଗାଳି ଦିଅନ୍ତୁ,ଏହାଦ୍ୱାରା ଟ୍ରାଫିକ୍‌‌ ଜାମ୍‌‌ ଶେଷ ହେବ ନାହିଁ। ବରଂ ସେହି ସମୟରେ ଶାନ୍ତ ରହିବା ପାଇଁ ଗୀତ ଶୁଣନ୍ତୁ। ଏହାଦ୍ୱାରା ବାହାର ସମସ୍ୟା ଆପଣଙ୍କ ଉପରେ କୌଣସି ପ୍ରଭାବ ପକାଇବ ନାହିଁ।

୨-ଆପଣ ଯେତେ ଭଲ କାମ କରନ୍ତୁ, ତଥାପି ମଧ୍ୟ ଏପରି ଲୋକ ରହିଛନ୍ତି, ଯେଉଁମାନେ ଆପଣଙ୍କ ଶତ୍ରୁ। ଆପଣଙ୍କ ବିଷୟରେ ଯିଏ ଯେତେ ଆଲୋଚନା କଲେ ମଧ୍ୟ ଏଥିପ୍ରତି ଧ୍ୟାନ ଦିଅନ୍ତୁ ନାହିଁ।

୩- ନକରାତ୍ମକ ଚିନ୍ତା ଠାରୁ ନିଜକୁ ଦୂରେଇ ରଖନ୍ତୁ। ଭଲ ଚିନ୍ତା କରନ୍ତୁ। ଆପଣଙ୍କ ଭୟ, ବ୍ୟସ୍ତତା ଓ ଚିନ୍ତା କିଛି ମଧ୍ୟ ବାସ୍ତବିକ୍‌‌ ନୁହେଁ। ଏହା କେବଳ ବାହାରର ପରିସ୍ଥିତିର ପ୍ରତିକ୍ରିୟା। ଏହାକୁ ବଦଳାଇ ମଧ୍ୟ ପାରିବେ। କେହି ଚିତ୍କାର କଲେ ବଦଳରେ ଆପଣ ମଧ୍ୟ ଚିତ୍କାର କରି ପାରିବେ କିମ୍ବା ସେହି ସ୍ଥାନରୁ ଦୂରକୁ ଯାଇପାରିବେ। ଏହା କେବଳ ଆପଣ ଚୟନ କରି ପାରିବେ। କେବଳ ଏହା ଚିନ୍ତା ଧାରା ଉପରେ ନିର୍ଭର କରେ। ଏହାଦ୍ୱାରା ଭୟ, ବ୍ୟସ୍ତତା, ଚିନ୍ତାକୁ ଦୂର କରିପାରିବେ।

୪- ଜୀବନ ବଞ୍ଚିବା କୁସ୍ତି ଭଳି। ଯେଉଁଥିରେ ପ୍ରତ୍ୟେକ ସମୟରେ ସତର୍କ ରହିବା ଜରୁରୀ। ଦୁର୍ଘଟଣା ହଠାତ୍‌‌ ହିଁ ହୋଇଥାଏ। ନିଜକୁ ଏତେ ଦୁର୍ବଳ କରନ୍ତୁ ନାହିଁ ଯେ, ସାମାନ୍ୟ ଝଟ୍‌‌କାରେ ଆପଣ ହାରି ଯିବେ।
କୁସ୍ତି ଭଳି ସମସ୍ୟା ସହ ଲଢିବାକୁ ଚେଷ୍ଟା କରନ୍ତୁ। ଦୁନିଆରେ ସଫଳ ହୋଇଥିବା ଲୋକଙ୍କ ଜୀବନରେ ଅନେକ ସମୟରେ ଅସଫଳତା ଆସିଥାଏ। ଦୁର୍ଘଟଣା ମଧ୍ୟ ଘଟିଥାଏ। ସେମାନେ ସେଥିପାଇଁ ସଫଳ କାରଣ ପ୍ରତ୍ୟେକ ପରିସ୍ଥିତିକୁ ସାମ୍ନା କରିବା ସେମାନଙ୍କୁ ଜଣା।

୫- ଅନେକ ସମୟରେ ରାଗ ମଧ୍ୟ ଲାଭଦାୟକ ହୋଇଥାଏ। ଯଦି ସଠିକ୍‌‌ କାର୍ଯ୍ୟ ପାଇଁ ରାଗୁଛନ୍ତି, ତାହା ମଧ୍ୟ ଠିକ୍‌‌। ମାତ୍ର ଅତ୍ୟଧିକ ପରିମାଣରେ କ୍ରୋଧ କରନ୍ତୁ ନାହିଁ। ଏହା ଆପଣଙ୍କ ପାଇଁ ଘାତକ ହୋଇପାରେ। ଦୁଃଖର କାରଣ ପାଲଟେ। ରାଗ ସମୟରେ ମଧ୍ୟ ଥରେ ଚିନ୍ତା କରନ୍ତୁ। ଏହାର ପରିଣାମ ବିଷୟରେ ଚିନ୍ତା କରନ୍ତୁ। ଏହା ଦ୍ୱାରା କ୍ରୋଧ ସମୟରେ ମଧ୍ୟ ନିୟନ୍ତ୍ରଣରେ ରହିବେ।

୬- ଯାହା ନିଜ ପାଖରେ ଅଛି,ତାହାକୁ ନେଇ ସନ୍ତୁଷ୍ଟ ରୁହନ୍ତୁ। ଯାହା ନାହିଁ ତାହା ପାଇବାକୁ ଚେଷ୍ଟା କରନ୍ତୁ ମାତ୍ର ସେହି ଜିନିଷକୁ ନେଇ ଚିନ୍ତାଗ୍ରସ୍ତ ରୁହନ୍ତୁ ନାହିଁ।

୭- ଦୁନିଆରେ ପ୍ରତ୍ୟେକ ମଣିଷ କୌଣସି ନା କୌଣସି ମାଧ୍ୟମରେ ପରସ୍ପର ସହ ଜଡିତ। ସମସ୍ତଙ୍କ ଠାରୁ ଅଲଗା ରହିବା ସମ୍ଭବ ନୁହେଁ। ଅନ୍ୟ ପ୍ରତି ସର୍ବଦା କରୁଣା ଭାବ ରଖନ୍ତୁ। ଆବଶ୍ୟକ ସମୟରେ ଅନ୍ୟକୁ ଶିଖାନ୍ତୁ ଓ ଜ୍ଞାନ ବାଣ୍ଟନ୍ତୁ। ମାତ୍ର ଅନ୍ୟଙ୍କ ପାଇଁ ନିଜକୁ କଦାପି ଦୋଷୀ ବୋଲି ଭାବନ୍ତୁ ନାହିଁ।

୮- ମାର୍କସ୍‌‌ ଆରୋଲିୟସ୍‌‌ଙ୍କ ଜୀବନରେ ମଧ୍ୟ ଏଭଳି ସମୟ ଆସିଥିଲା, ଯେଉଁଥିପାଇଁ ସେ ବ୍ୟସ୍ତତା ମଧ୍ୟରେ ରହୁଥିଲେ। ଅନେକ ଚେଷ୍ଟା କରିବା ପରେ ସେ ନିଜକୁ ଏଥିରୁ ବାହାର କରିଥିଲେ। ଏହାପରେ ସେ କହିଥିଲେ, ମୁଁ ତା’କୁ ନିଜଠୁ ଦୂରେଇ ଦେଲି,କାରଣ ତାହା ମୋ ଭିତରେ ଥିଲା। ଶାନ୍ତି ପାଇଁ କେବଳ ନିଜେ ହିଁ ଚେଷ୍ଟା କରିବା ଉଚିତ। ଆମେ ଯାହା ଅନୁଭବ କରୁ ତାହା ଆମ ଭିତରେ ହିଁ ରହିଛି।

୯- ମୃତ୍ୟୁ ଅକାଟ୍ୟ ସତ୍ୟ। ଏହାକୁ କଦାପି ଭୁଲନ୍ତୁ ନାହିଁ। କିଛି ଲୋକେ ଏଭଳି ବ୍ୟବହାର କରନ୍ତି ଯେଭଳି ସେମାନେ ନିଜ ହିସାବରେ ନିଜ ଇଚ୍ଛା ପୂରଣ କରିବାକୁ ଜୀବିତ ରହିବେ। ଯାହା ମଧ୍ୟ କରିବାକୁ ଚାହୁଁଛନ୍ତି, କାଲି ଉପରେ ନିର୍ଭର କରନ୍ତୁ ନାହିଁ।

Comments are closed.