www.samajalive.in
Saturday, December 6, 2025
26.1 C
Bhubaneswar

ପେଟ ଯନ୍ତ୍ରଣାକୁ ଚୁଟ୍‍କିରେ ଦୂର କରିବା ପାଇଁ ଆପଣାନ୍ତୁ ଏହି ଉପାୟ

ବହୁ ସମୟରେ ବିଭିନ୍ନ କାରଣରୁ ପେଟରେ ଯନ୍ତ୍ରଣା ଅନୁଭବ ହୋଇଥାଏ। ମାତ୍ର ବର୍ତ୍ତମାନର ଜୀବନଶୈଳୀ, ଭୁଲ ଖାଦ୍ୟପେୟ କାରଣରୁ ଏହି ସମସ୍ୟା ଅଧିକ ଦେଖାଯାଏ। ଏଭଳି କେତେକ ସହଜ ଉପାୟରେ ଆପଣ ଚୁଟ୍‍କିରେ ପେଟ ଯନ୍ତ୍ରଣା ଦୂର କରିପାରିବେ। ଜାଣନ୍ତୁ…….
– ଏକ କପ ପାଣିରେ ଅଳ୍ପ କିଛି ଅଦା ପକାଇ ଏହାକୁ ଭଲ ଭାବେ ଫୁଟାନ୍ତୁ। ଫୁଟିବା ପରେ ଏହାକୁ ଛାଣି ସାମାନ୍ୟ ମହୁ ମିଶାଇ ପିଅନ୍ତୁ। ପେଟ ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ।
– ଏକ କପ ପାଣିରେ କିଛି ପାନମଧୁରୀ ପକାଇ ଫୁଟାନ୍ତୁ। ଫୁଟିବା ପରେ ଏହାକୁ ଛାଣି ଥଣ୍ଡା କରି ପିଅନ୍ତୁ।
– ଏକ କପ ଉଷୁମ ପାଣିରେ ସାମାନ୍ୟ ହେଙ୍ଗୁ, କଳା ଲୁଣ ପକାଇ ପିଅନ୍ତୁ। ଏହା ପେଟ ଯନ୍ତ୍ରଣା ଦୂର କରିଥାଏ।
– ଏକ କପ ଉଷୁମ ପାଣିରେ ସାମାନ୍ୟ ବେକିଙ୍ଗ ସୋଡ଼ା, ଅଳ୍ପ କଳା ଲୁଣ, ଲେମ୍ବୁ ରସ , ଅଳ୍ପ ହେଙ୍ଗୁ ପକାଇ ପିଅନ୍ତୁ।
– ଏକ କପ ଉଷୁମ ପାଣିରେ ପୁଦିନା ଗୁଣ୍ଡ, ମହୁ ମିଶାଇ ପିଅନ୍ତୁ।
– ଭାତର ପେଜରେ ସାମାନ୍ୟ ମହୁ ମିଶାଇ ପିଅନ୍ତୁ।
– ଏକ ଚାମଚ ଜିରାକୁ ତାୱାରେ ଭାଜି ଏଥିରେ ସାମାନ୍ୟ କଳାଲୁଣ ମିଶାଇ ଖାଇବା ଦ୍ୱାରା ପେଟ ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ।
– ଅଳ୍ପ ଜିରା ଗୁଣ୍ଡ, ଜୁଆଣୀ ଗୁଣ୍ଡ, ଅଦାକୁ ମିଶାଇ ପିଅନ୍ତୁ।
– ଏକ କପ ପାଣିରେ ଅଳ୍ପ କିଛି ତୁଳସୀ ପତ୍ର ମିଶାଇ ଫୁଟାନ୍ତୁ। ଏହାକୁ ସାମାନ୍ୟ ଥଣ୍ଡା କରି ଅଳ୍ପ ମହୁ ମିଶାଇ ପିଅନ୍ତୁ।
– ପ୍ରଚୁର ମାତ୍ରାରେ ପାଣି ପିଅନ୍ତୁ। ଏପରି କରିବା ଦ୍ୱାରା ଖାଦ୍ୟ ସହଜରେ ହଜମ ହୋଇଥାଏ । ଫଳରେ ସବୁବେଳେ ହେଉଥିବା ପେଟ ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ।

Hot this week

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

Related Articles

Popular Categories