ପୂର୍ବତନ ବିଧାୟକଙ୍କୁ ଗୁଳି କରି ହତ୍ୟା

ନୂଆଦିଲ୍ଲୀ : ହରିୟାଣାର ପୂର୍ବତନ ବିଧାୟକ ତଥା ଭାରତୀୟ ଜାତୀୟ ଲୋକଦଳ(ଆଇଏନଏଲଡି)ର ପ୍ରଦେଶ ଅଧ୍ୟକ୍ଷ ନଫେ ସିଂ ରାଠିଙ୍କୁ ଗୁଳି କରି ହତ୍ୟା କରାଯାଇଛି । ଆଜି ସନ୍ଧ୍ୟାରେ କାରରେ ଯାଉଥିବା ସମୟରେ ତାଙ୍କ କାରକୁ ପିଛା କରି ତାଙ୍କୁ ହତ୍ୟା କରିଛନ୍ତି କିଛି ଦୁର୍ବୃତ୍ତ । ତାଙ୍କ କାର ଉପରକୁ ପ୍ରାୟ ୪୦ ରାଉଣ୍ଡ ଗୁଳିମାଡ କରାଯାଇଥିବା ସୂଚନା ମିଳିଛି । ଏଥିରେ ତାଙ୍କ ମୃତ୍ୟୁ ହେବା ସହ ଜଣେ ଦଳୀୟ କର୍ମୀଙ୍କ ମଧ୍ୟ ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଘଟଣାର ଖୋଳତାଡ କରୁଛି ପୋଲିସ ।

Comments are closed.