ସମାଜ ଡିଜିଟାଲ ଡେସ୍କ: ପୁଲିସ ଏସଆଇ ପରୀକ୍ଷା ପୂର୍ବରୁ ଜାଲିଆତି ଘଟଣାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ। ରାଜ୍ୟ ଏ ନେଇ ନିର୍ଦେଶ ଦେଇଛନ୍ତି। ପରୀକ୍ଷାରେ ଜାଲିଆତି ଅଭିଯୋଗ ଆସିବା ପରେ ତାହାକୁ ସ୍ଥଗିତ ରଖାଯାଇଛି।
ସୂଚନା ଅନୁସାରେ, ଆସନ୍ତା ଅକ୍ଟୋବର ୫ ଓ ୬ ତାରିଖରେ ଏସଆଇ ଲିଖିତ ପରୀକ୍ଷା ଅନୁଷ୍ଠିତ ହେବାର ଥିଲା। କିନ୍ତୁ ପରୀକ୍ଷା ପରିଚାଳନା ଦାୟିତ୍ଵରେ ଥିବା ସଂସ୍ଥା ୧୦୦ରୁ ଅଧିକ ଆଶାୟୀଙ୍କୁ ସ୍ଵତନ୍ତ୍ର କୋଚିଂ ଦେବାକୁ ହାଇଦ୍ରାବାଦ ନେଉଥିବାବେଳେ ବ୍ରହ୍ମପୁର ପୁଲିସ ହାତରେ ଧରାପଡ଼ିଛି। ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମଠାରେ ପୁଲିସ ସେମାନଙ୍କୁ ଅଟକ ରଖିବା ପରେ ବ୍ରହ୍ମପୁର ଆଣି ପଚରାଉଚରା ଚଳାଇଛି। ଏହା ପରେ ପରୀକ୍ଷାକୁ ସ୍ଥଗିତ ରଖାଯାଇଥିବା ଓପିଆରବି ପକ୍ଷରୁ ସୂଚନା ଦିଆଯାଇଛି।



