ଯୁବବର୍ଗଙ୍କ ବିକାଶ ପାଇଁ ବହୁ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର
ଭୁବନେଶ୍ୱର: ରାଜ୍ୟରେ ଯୁବ ସଶକ୍ତିକରଣ ଏବଂ ବିକାଶକୁ ଅଗ୍ରାଧିକାର ଦିଆଯାଇଛି । ଯୁବପିଢୀଙ୍କ ବିକାଶ ପାଇଁ ବହୁ ପଦକ୍ଷେପ ନେଇଛନ୍ତି ନବୀନ ସରକାର । ୨୦୨୧ରେ ଯୁବକଙ୍କ ପାଇଁ ଏକାଧିକ ଯୋଜନା କରିଛନ୍ତି ରାଜ୍ୟ ସରକାର । ଯେପରିକି ଆଇଟି, ବିପିଓ କ୍ଷେତ୍ର ପାଇଁ ଯୋଜନା କରାଯାଇଛି । ନାସକମ ଓ ଡିଲଏଟ ଭଳି ସଂସ୍ଥା ଭୁବନେଶ୍ୱରକୁ ଆସିଛନ୍ତି । ଯୁବବର୍ଗଙ୍କ ଲାଗି ବହୁ ବଡବଡ ଆଇଟି ଓ ବିପିଓ କମ୍ପାନୀ ଓଡ଼ିଶା ଆସିଛନ୍ତି । ନୂଆ-ଓ ଅଭିଳାଷାରେ ଯୁବପିଢୀ ଓ ପିଲାଙ୍କୁ ଉଦ୍ୟୋଗୀ କରାଇବାକୁ ଡବ୍ଲ୍ୟୁଏସସିରେ ଟ୍ରେନିଂ ଦିଆଯାଉଥିବା ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ବିଜେଡି ଜାତୀୟ ମୁଖପାତ୍ର ସଂତୃପ୍ତ ମିଶ୍ର ।
Comments are closed.