www.samajalive.in
Sunday, December 7, 2025
26.1 C
Bhubaneswar

କ୍ରାନ୍ତି ଦିବସ ଅବସରରେ ବିଜେପି ରାଜ୍ୟ ଯୁବମୋର୍ଚ୍ଚା ପକ୍ଷରୁ ୱେବିନାର କାର୍ଯ୍ୟକ୍ରମ ଅନୁଷ୍ଠିତ

ଭୁବନେଶ୍ୱର : ଆଜି କ୍ରାନ୍ତି ଦିବସ। ୧୯୪୨ ଅଗଷ୍ଟ ୯ ତାରିଖ ଭାରତର ସ୍ୱାଧିନତା ସଂଗ୍ରାମ ଇତିହାସର ଏକ ସ୍ମରଣୀୟ ତିଥୀ। ଏହି ଦିନ ଗାନ୍ଧିଜୀଙ୍କ ନେତୃତ୍ୱରେ ଭାରତ ଛାଡ ଆନ୍ଦୋଳନ ଆରମ୍ଭ ହୋଇଥିଲା ଏବଂ ଭାରତୀୟ ମହାଜାଗରଣ ସ୍ୱାଧିନତା ସଂଗ୍ରାମକୁ ନିର୍ଣ୍ଣାୟକ ମୋଡ ଦେଇଥିଲା। ସ୍ୱାଧୀନତା ସଂଗ୍ରାମରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ଯୁବକମାନେ। ଯୁବକମାନଙ୍କର ସାହାସ ଓ ପରାକ୍ରମ ଯୋଗୁଁ ଭାରତ ସ୍ୱାଧୀନତା ପାଇଥିଲା। କ୍ରାନ୍ତି ଦିବସ ଅବସରରେ ବିଜେପି ରାଜ୍ୟ ଯୁବମୋର୍ଚ୍ଚା ପକ୍ଷରୁ ଏକ ୱେବିନାର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି ୱେବିନାରରେ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଯୋଗ ଦେଇ ଯୁବ ସମାଜକୁ ଆତ୍ମନିର୍ଭର ଭାରତ ଏବଂ ସମାଜରେ ଯୁବକ ମାନଙ୍କର ଭୂମିକା ଉପରେ ମାଗଦର୍ଶନ କରିଥଲେ। ରାଜ୍ୟରେ ସ୍ଥାଣୁ ଅପରାଗ ସରକାରକୁ ହଟାଇ ପୂର୍ବଦୋୟର ବିକାଶ ଚାହୁଁଥିବା ପ୍ରଧାନମନ୍ତ୍ରୀଙ୍କ ସ୍ୱପ୍ନକୁ ରାଜ୍ୟର ଯୁବକମାନେ ସାକାର କରିବେ ବୋଲି ଶପଥ ନେଇଥିଲେ। ଯୁବକମାନେ ନିଜ ନିଜ ଅଂଚଳର ଦାୟୀତ୍ୱ ନେଇ ମୋଦି ସରକାରଙ୍କ ଯୋଜନାକୁ ତୃଣମୂଳସ୍ତରରେ ପହଂଚାଇବା ସହ ଲୋକଙ୍କ ସୁଖ ଦୁଃଖରେ ସାମିଲ ହେବା ପାଇଁ ବିଜେପି ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଶ୍ରୀ ଇରାସିସ ଆଚାର୍ଯ୍ୟ ଆହ୍ୱାନ ଦେଇଥିଲେ। ମୁଖ୍ୟ ଅତିଥୀ ଭାବେ ଶିକ୍ଷାବିତ ନାରାୟଣ ସାହୁ ଯୁବକମାନଙ୍କୁ ଆତ୍ମନିର୍ଭର ହେବାକୁ ଆହ୍ୱାନ ଦେଇଥିଲେ।

ଆଜି ରାଜ୍ୟର ୩୬ଟି ସାଙ୍ଗଠନିକ ଜିଲ୍ଲାରେ ଯୁବମୋର୍ଚ୍ଚାର କାର୍ଯ୍ୟକର୍ତାମାନେ ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ପ୍ରତିମୂର୍ତି ଏବଂ ଫଟୋଚିତ୍ରରେ ମାଲ୍ୟାର୍ପଣ କରି ସେମାନଙ୍କ ସ୍ମୃତି ଚାରଣ କରିଥିଲେ। ସେମାନଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଦେଶ ସେବାରେ ନିଜକୁ ନିୟୋଜିତ କରିବା ପାଇଁ ଯୁବମୋର୍ଚ୍ଚାର କାର୍ଯ୍ୟକର୍ତାମାନେ ଆହ୍ୱାନ ଦେଇଥିଲେ। ଯେଉଁଠି ଯୁବଶକ୍ତି ଜେତେ ଜାଗ୍ରତ ସେ ରାଜ୍ୟ ସେତେ ମାତ୍ରାରେ ପ୍ରଗତିଶୀଳ। ଏହି ପରିପ୍ରେକ୍ଷୀରେ ଆଗାମୀ ଦିନରେ ରାଜ୍ୟରେ ଯୁବ ସମାଜକୁ ନେଇ ଏକ ନୂଆ ଓଡିଶା ଗଠନ ହେବ ବୋଲି ୱେବିନାରରେ ଆଲୋଚନା ହୋଇଥିଲା।

- Advertisement -

ଏହି ୱେବିନାରରେ ରାଜ୍ୟ ସାଧାରଣ ସଂପାଦକ (ସଙ୍ଗଠନ) ମାନସ ମହାନ୍ତି, ରାଜ୍ୟ ସାଧାରଣ ସଂପାଦକ ଗୋଲକ ମହାପାତ୍ର, ଲେଖାଶ୍ରୀ ସାମନ୍ତସିଂହାର, ରବି ନାୟକ, ରାଜ୍ୟ ସଂପାଦକ କାଳନ୍ଦୀ ସାମଲ ଓ ଟଙ୍କଧର ତ୍ରିପାଠୀ, ରଂଜନ ପଟେଲ, ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକ, ସଂଖ୍ୟାଲଘୁ ମୋର୍ଚ୍ଚା ରାଜ୍ୟ ସଭାପତି ସିକନ୍ଦର ଅଲ୍ଲୀ, ଏନ. ରାଜେନ୍ଦ୍ର କୁମାର, ବିଶ୍ୱଜିତ ଷଡଙ୍ଗୀ, ଅଶ୍ୱିନୀ ମାଝି, ପ୍ରବୀର ଦାସ, କାମାକ୍ଷା ପ୍ରଧାନଙ୍କ ସମେତ ସମସ୍ତ ଜିଲ୍ଲାର ଯୁବମୋର୍ଚ୍ଚା କାର୍ଯ୍ୟକର୍ତାମାନେ ସାମିଲ ଥିଲେ। କାର୍ଯ୍ୟକ୍ରମ ଶେଷରେ ଯୁବମୋର୍ଚ୍ଚା ରାଜ୍ୟ ସଂପାଦକ ଦୀପକ ଗୋଚ୍ଛାୟତ ଧନ୍ୟବାଦ ଦେଇଥିଲେ।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories