www.samajalive.in
Sunday, December 14, 2025
23.1 C
Bhubaneswar

ଆଜିଠାରୁ ବିଦ୍ୟାଳୟ ପଞ୍ଜୀକରଣ ଆରମ୍ଭ, ଅନଲାଇନରେ ଲଟେରି ଜରିଆରେ ହେବ ସିଟ୍ ଆବଣ୍ଟନ

ଭୁବନେଶ୍ବର: ଏଣିକି ଘରୋଇ ବିଦ୍ୟାଳୟରେ ପାଠ ପଢିବାକୁ ସୁଯୋଗ ପାଇବେ ଆର୍ଥିକ ଅନଗ୍ରସର ବିଦ୍ୟାର୍ଥୀ। ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଅନଲାଇନରେ ନାମଲେଖା ପାଇଁ ଆବେଦନ ହେବ। ପୂର୍ବରୁ ସଂରକ୍ଷଣ ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିବାବେଳେ ଶୁକ୍ରବାର ଆବେଦନ ଓ ନାମଲେଖା ସଂକ୍ରାନ୍ତୀ ବିବରଣୀ ପ୍ରକାଶ ପାଇଛି। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରାଥମିକ ଶିକ୍ଷା ନିର୍ଦେଶକଙ୍କୁ ଅବଗତ କରାଯାଇଛି। ବିଭାଗୀୟ ଅତିରିକ୍ତ ଶାସନ ସଚିବ ରଘୁରାମ ଆର ଆୟାର ଏନେଇ ଚିଠି ଲେଖିଛନ୍ତି।

ଚିଠରେ ଉଲ୍ଲେଖ କରିଛନ୍ତି ଯେ, ଶିକ୍ଷା ଅଧିକାର ଆଇନ-୨୦୦୯ର ପାରା ୧୨.୧(ସି) ଅନୁଯାୟୀ ବେସରକାରୀ ସ୍କୁଲରେ ଆର୍ଥିକ ଅନଗ୍ରସର ଓ ଦୁର୍ବଳ ଶ୍ରେଣୀର ପିଲାଙ୍କ ପାଇଁ ୨୫% ସ୍ଥାନ ସଂରକ୍ଷଣ ରହିବ। ଏହି ନାମଲେଖା ପ୍ରକ୍ରିୟାକୁ ଶୃଙ୍ଖଳିତ କରିବାକୁ ସମସ୍ତ ପ୍ରକ୍ରିୟା ଅନଲାଇନରେ ଅନୁଷ୍ଠିତ ହେବ। ପୂର୍ବରୁ ଘରୋଇ ବିଦ୍ୟାଳୟ ଏହି ନିୟମକୁ ସଠିକ୍ ଭାବେ ପାଳନ କରୁ ନଥିବାରୁ ଏହାକୁ ନେଇ ବିବାଦ ଦେଖା ଦେଇଥିଲା। ଏହି ପ୍ରସଙ୍ଗକୁ ନେଇ ଅଭିଭାବକଙ୍କ ସମେତ ବିଭିନ୍ନ ସାମାଜିକ ସଙ୍ଗଠନ ସ୍ବର ଉତ୍ତୋଳନ କରିଥିଲା। ସେଥିଯୋଗୁଁ ୨୦୨୧-୨୨ ଶିକ୍ଷାବର୍ଷରୁ ୨୫% ସଂରକ୍ଷଣ କଡ଼ାକଡ଼ି କରିବା ସହ ଅନଲାଇନରେ ଆବେଦନ ପାଇଁ ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।

- Advertisement -

ଆଜିଠାରୁ ଏହି ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇ ଏପ୍ରିଲ ୩୦ ଯାଏଁ ଚାଲିବ। ଚଳିତ ମାସ ୨୦ରୁ ୨୮ ମଧ୍ୟରେ ବେସରକାରୀ ସ୍କୁଲଗୁଡ଼ିକ ଏହି ପ୍ରକ୍ରିୟା ପାଇଁ ନାମ ପଞ୍ଜୀକରଣ କରିବେ। ମାର୍ଚ୍ଚ ୧ରୁ ୧୫ ମଧ୍ୟରେ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିପାରିବେ। ମାର୍ଚ୍ଚ ୧୬ରୁ ୨୬ ମଧ୍ୟରେ ବ୍ଲକ ଶିକ୍ଷା ଅଧିକାରୀ (ବିଇଓ)ଙ୍କ କାର୍ୟ୍ୟାଳୟରେ ପ୍ରଥମ ପର୍ୟ୍ୟାୟ ନାମଲେଖା ପାଇଁ କାଗଜପତ୍ର ଯାଞ୍ଚ କରାଯିବ। ବିଇଓ ନିଜେ ଉପସ୍ଥିତ ରହି ଏହା କାର୍ୟ୍ୟକୁ ସଠିକ୍ ଭାବେ ତୁଲାଇବେ। ମାର୍ଚ୍ଚ ୩୦ରେ ପ୍ରଥମ ରାଉଣ୍ଡ ଅନଲାଇନ ଲଟେରି ଅନୁଷ୍ଠିତ ହେବ। ଏଥିରେ ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀଙ୍କୁ ସ୍କୁଲ ଆବଣ୍ଟନ କରାଯିବ। ଏପ୍ରିଲ ୩ରୁ ୧୨ ମଧ୍ୟରେ ସ୍କୁଲଗୁଡିକରେ ପ୍ରଥମ ପର୍ୟ୍ୟାୟ ନାମଲେଖା ଅନୁଷ୍ଠିତ ହେବ। ସେହିପରି ଦ୍ବିତୀୟ ପର୍ୟ୍ୟାୟ ନାମଲେଖା ପାଇଁ ଆସନ୍ତା ଏପ୍ରିଲ ୧୫ରୁ ୨୦ ମଧ୍ୟରେ ଛାତ୍ରଛାତ୍ରୀଙ୍କ ଦ୍ୱିତୀୟ ପର୍ୟ୍ୟାୟ ନାମ ପଞ୍ଜୀକରଣ ହେବ। ଏପ୍ରିଲ ୨୨ରୁ ୨୪ ମଧ୍ୟରେ ବ୍ଲକ୍ ଶିକ୍ଷା ଅଧିକାରୀ(ବିଇଓ)ଙ୍କ କାର୍ୟ୍ୟାଳୟରେ କାଗଜପତ୍ର ଯାଞ୍ଚ କରାଯିବ। ଏପ୍ରିଲ ୨୬ରେ ଦ୍ବିତୀୟ ପର୍ୟ୍ୟାୟ ନାମଲେଖା ପାଇଁ ଅନଲାଇନ ଲଟେରି ହେବା ସହ ସ୍କୁଲ ଆବଣ୍ଟନ କରାଯିବ। ଏପ୍ରିଲ ୨୭ରୁ ୩୦ ମଧ୍ୟରେ ସ୍କୁଲରେ ନାମ ଅନୁଷ୍ଠିତ ହେବ। ଓଡ଼ିଶା ଅଭିଭାବକ ମହାସଂଘ ଅଧ୍ୟକ୍ଷ ବାସୁଦେବ ଭଟ୍ଟ ସରକାରଙ୍କ ନିଷ୍ପତ୍ତିକୁ ସ୍ବାଗତ କରିବା ସହ ଏହା ଦ୍ବାରା ରାଜ୍ୟର ୩୨ ହଜାର ଛାତ୍ରଛାତ୍ରୀ ପାଠ ପଢିବାକୁ ସୁଯୋଗ ପାଇବେ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ ସ୍ୱୀକୃତି ପାଇଥିବା ସମସ୍ତ ଘରୋଇ ସ୍କୁଲ ଏହି ୱେବ ପୋର୍ଟାଲରେ ପ୍ରଥମେ ନାମ ପଞ୍ଜୀକରଣ କରିବେ। ଜିଲା ଶିକ୍ଷା ଅଧିକାରୀ(ଡିଇଓ) ସମସ୍ତ କାର୍ୟ୍ୟକୁ ତଦାରଖ କରିବେ କ୍ଷ ଅବହେଳିତ ଶ୍ରେଣୀର ଯେ କୌଣସି ଛାତ୍ରଛାତ୍ରୀ ଅନଲାଇନ ଆବେଦନ କରିପାରିବେ। ଆବେଦନ ପରେ ଲଟେରି ମାଧ୍ୟମରେ ପିଲାମାନେ ଘରୋଇ ସ୍କୁଲରେ ନାମଲେଖା ପାଇଁ ସୁଯୋଗ ପାଇବେ।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories